ETV Bharat / bharat

UP Assembly Poll: ସପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ଦାରା ସିଂହ

author img

By

Published : Jan 17, 2022, 10:58 AM IST

ସାପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ଦାରା ସିଂହ
ସାପାରେ ମିଶିଲେ ପୂର୍ବତନ ମନ୍ତ୍ରୀ ଦାରା ସିଂହ

ଟଳମଳ ହେଉଛି ଯୋଗୀ ଶିବିର । ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ନେତା ମନ୍ତ୍ରୀଙ୍କ ଦଳବଦଳ ରାଜନୀତି ଜୋର ଧରିଛି । ବିଶେଷ କରି ବିଜେପି ନେତାମାନେ ସମାଜବାଦୀ ପାର୍ଟି (ସପା)ରେ ସାମିଲ ହେବା ଧାରା ଜାରି ରହିଛି । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଟଳମଳ ହେଉଛି ଯୋଗୀ ଶିବିର । ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ନେତା ମନ୍ତ୍ରୀଙ୍କ ଦଳବଦଳ ରାଜନୀତି ଜୋର ଧରିଛି । ବିଶେଷ କରି ବିଜେପି ନେତାମାନେ ସମାଜବାଦୀ ପାର୍ଟି (ସପା)ରେ ସାମିଲ ହେବା ଧାରା ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ଦାରା ସିଂହ ଚୌହାନ ସପାରେ ସାମିଲ ହୋଇଛନ୍ତି (Dara Singh Chauhan Joins Samajwadi Party) ।

କିଛି ଦିନ ପୂର୍ବେ ବିଜେପିରୁ ଇସ୍ତଫା ଦେଇଥିଲେ ଦାରା ସିଂହ ଚୌହାନ । ସପାରେ ମିଶିବା ନେଇ ସଙ୍କେତ ଦେଇଥିଲେ । ଆଉ ରବିବାର ସଙ୍କେତକୁ ସତରେ ପରିଣତ କରିଛନ୍ତି ଦାରା । ଯାହା ଯୋଗୀଙ୍କୁ ଲଗାତାର ଆଉ ଏକ ଝଟକା ଦେଇଛି । ସପାରେ ମିଶିବା ପରେ ପୂର୍ବ ୟପିରେ ଭୋଟବ୍ୟାଙ୍କ ବଢାଇବା ନେଇ ଦାରାଙ୍କୁ ଦାୟିତ୍ବ ଦିଆଯାଇଛି । ସପାରେ ଯୋଗ ଦେବା ପରେ ସେ ବିଜେପି ଉପରେ ଜୋରଦାର ବର୍ଷିଥିଲେ । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ୨୦୧୭ରେ ବିଜେପି ସରକାର ଗଠନ ହେବା ପରେ ସବକା ସାଥ, ସବକା ବିକାଶ ନାରା ଦିଆଯାଇଥିଲା । କିନ୍ତୁ ପରେ ମାତ୍ର କିଛି ଲୋକଙ୍କର ବିକାଶ ହୋଇଥିଲା । ଏହାସହ ପଛୁଆବର୍ଗ, ଦଳିତ ଓ ବେରୋଜଗାର ପ୍ରସଙ୍ଗରେ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି ଦାରା ।

ଆହୁରି ପଢନ୍ତୁ...UP Assembly Poll: ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା, ଯୋଗୀ କ୍ୟାବିନେଟ ଛାଡିଲେ ଦାରା ସିଂ ଚୌହାନ

ପ୍ରକାଶ ଥାଉ କି, କିଛିଦିନ ମଧ୍ୟରେ ଏଯାବଦ ଯୋଗୀ ସରକାରରେ ପୂର୍ବତନ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଧର୍ମ ସିଂହ ସୈନିଙ୍କ ସମେତ ୫ ଜଣ ବିଧାୟକ ବିଜେପି କ୍ୟାମ୍ପ ଛାଡି ସପାରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.