ETV Bharat / bharat

ତୌକତେ ତାଣ୍ଡବ: ବାୟୁସେନା ହେଲିକେପ୍ଟରରେ ଭୁବନେଶ୍ବରରୁ ଜାମନଗର ଗଲା NDRF ଟିମ

author img

By

Published : May 15, 2021, 4:57 PM IST

ସାମୁଦ୍ରିକ ବାତ୍ୟା ତଉକତେର
ସାମୁଦ୍ରିକ ବାତ୍ୟା ତଉକତେର

ବାତ୍ୟା ତୌକତେର ମୁକାବିଲା ପାଇଁ ଭୁବନେଶ୍ବରରୁ 126 ଜଣିଆ ଏନଡିଆରଏଫ ଟିମ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଜାମନଗର ଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ତୌକତେର ମୁକାବିଲା ପାଇଁ ଭୁବନେଶ୍ବରରୁ ଜାମନଗର ଗଲା ଏନଡିଆରଏଫ ଟିମ । ଆଜି ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଏନଡିଆରଏଫ ଯବାନଙ୍କୁ ଜାମନଗର ପଠାଯାଇଛି ।

ସାମୁଦ୍ରିକ ବାତ୍ୟା ତଉକତେର
ସାମୁଦ୍ରିକ ବାତ୍ୟା ତଉକତେର

ଦକ୍ଷିଣ ପଶ୍ଚିମ ଭାରତରେ ସାମ୍ଭାବ୍ୟ ବାତ୍ୟା ତଉକତେ ମୁକାବିଲା ପାଇଁ ଓଡିଶାରୁ ଗୁଜୁରାଟ ଯାଇଛି ଜାତୀୟ ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ (ଏନଡିଆରଏଫ) । ଆଜି ଭୁବନେଶ୍ବରର ଦୁଇଟି C 130 ଜେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ 126 ଜଣ ଏନଡିଆରଏଫ ଯବାନ ଯାଇଛନ୍ତି । ବାତ୍ୟା ମୁକାବିଲାର ସମସ୍ତ ଜରୁରୀ ସାମଗ୍ରୀ ନେଇ ଏନଡିଆରଏଫ ଟିମ ଗସ୍ତ କରିଛନ୍ତି ।

ସାମୁଦ୍ରିକ ବାତ୍ୟା ତଉକତେର
ସାମୁଦ୍ରିକ ବାତ୍ୟା ତଉକତେର

ସୂଚନାଯୋଗ୍ୟ ଯେ ଭାରତୀୟ ପାଣିପାଗର ଆକଳନ ଅନୁସାରେ ଆସନ୍ତା 18ରେ ଗୁଜୁରାଟ ଉପକୂଳ ଛୁଇଁବା ସାମ୍ଭାବ୍ୟ ବାତ୍ୟା କଉକତେ । ଏଥିପାଇଁ ଗୁଜୁରାଟ ଓ ମହରାଷ୍ଟ୍ର ସମେତ ଦକ୍ଷିଣ ଭାରତ ରାଜ୍ୟ ଗୁଡିକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.