ETV Bharat / bharat

ଗର୍ଜିଲା 'ଗୁଲାବ', ଜାଣନ୍ତୁ କିଏ ଦେଲା ଏମିତି ନାଁ...

author img

By

Published : Sep 26, 2021, 7:52 PM IST

ଗର୍ଜିଲା 'ଗୁଲାବ', ଆଗକୁ କିଏ ?
ଗର୍ଜିଲା 'ଗୁଲାବ', ଆଗକୁ କିଏ ?

କିଏ ଦେଲା ବାତ୍ୟା 'ଗୁଲାବ'ର ନାଁ ? କଣ ରହିଛି ଏହାର ଅର୍ଥ ? ଗୁଲାବ ପରେ ଆଗକୁ କିଏ ? ଅଧିକ ପଢନ୍ତୁ....

ଭୁବନେଶ୍ବର: ଆରମ୍ଭ ହୋଇସାରିଛି ବାତ୍ୟା 'ଗୁଲାବ'ର ଲ୍ୟାଣ୍ଡ୍‌ଫଲ ପ୍ରକ୍ରିୟା । ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ । ଯଦିଓ ଏହା ପ୍ରଭାବରେ ଅଧିକ ପବନ କିମ୍ବା କ୍ଷୟକ୍ଷତିର ସୂଚନା ନାହିଁ, ତଥାପି ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି । ତେବେ କିଏ ଦେଲା ବାତ୍ୟା 'ଗୁଲାବ'ର ନାଁ ? କଣ ରହିଛି ଏହାର ଅର୍ଥ ? ଗୁଲାବ ପରେ ଆଗକୁ କିଏ ?

ବାତ୍ୟା 'ଗୁଲାବ'ର ନାମକରଣ କରିଛି ପଡୋଶୀ ଦେଶ ପାକିସ୍ତାନ । 'ଗୁଲାବ' ଇଂରାଜୀର ରୋଜ୍‌(ROSE) ଶବ୍ଦରୁ ଆସିଛି, ଯାହାକୁ ଓଡିଆରେ ଗୋଲାପ ଫୁଲ ବୋଲି ଜଣାଯାଏ । ହେଲେ କେନ୍ଦ୍ର ପାଣିପାଗ ବିଭାଗ(IMD) ତଥ୍ୟ ଅନୁଯାୟୀ, ଏହାର ଉଚ୍ଚାରଣ(GUL-Aab) ରହିଛି ।

ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପଶ୍ଚିମ ଭାରତର ରାଜ୍ୟଗୁଡିକରେ ତାଣ୍ଡବ ରଚିଥିଲା ବାତ୍ୟା ତାଉ'ତେ । ଗୋଆ, ଡାମନ ଡିଉ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ଦେଖିବାକୁ ମିଳିଥିଲା ବାତ୍ୟା ତାଉତେ ବିଭୀଷିକା । ତାଉତେ ଯିବା ପରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥଇଲା ବାତ୍ୟା ୟସ । ୟସ ପରବର୍ତ୍ତୀ ବାତ୍ୟାର ନାଁ ରହିଥିଲା 'ଗୁଲାବ' । ତେବେ ଗୁଲାବ ପରେ ଯେଉଁ ବାତ୍ୟା ଆସିବ ତା'ର ନାଁ ରହିଛି 'ଶାହୀନ' ।

ବିଶ୍ବ ପାଣିପାଗ ବିଭାଗ (WMO) ନାମଗୁଡିକର ତାଲିକା ପରିଚାଳନା କରେ ଯାହା ପ୍ରତ୍ୟେକ ବାତ୍ୟା ପାଇଁ ଉପଯୁକ୍ତ । ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗରରେ ସୃଷ୍ଟ ବାତ୍ୟାର ନାଁ WMO ଓ ESCAP ପ୍ୟାନେଲ ନିର୍ଣ୍ଣୟ ନେଇଥାଏ ।

ଆରବ ସାଗର, ଭାରତ ମହାସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟା ଭିନ୍ନ ଭିନ୍ନ ରହିଥାଏ। ଯେତେବେଳେ ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 40 ମାଇଲରୁ ଅଧିକ ହୋଇଥାଏ, ସେତେବେଳେ ହିଁ ଏହି ତାଲିକାରୁ ବାତ୍ୟାର ନାମକରଣ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.