ETV Bharat / bharat

Cyclone Biparjoy: ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ମଧ୍ୟରାତ୍ରି ଯାଏଁ ରଚିବ ତାଣ୍ଡବ !

author img

By

Published : Jun 15, 2023, 7:40 PM IST

Updated : Jun 15, 2023, 8:29 PM IST

ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ମଧ୍ୟରାତ୍ରି ଯାଏଁ ରଚିବ ତାଣ୍ଡବ । ସର୍ବାଧିକ ପ୍ରଭାବିତ ହେବେ 10 ଜିଲ୍ଲା । ପବନର ବେଗ 150 ଛୁଇଁବା ଆଶଙ୍କା । ଲକ୍ଷେ ଲୋକ ହୋଇଛନ୍ତି ସ୍ଥାନାନ୍ତରଣ । ପୁରା ଜରୁରୀ ସିଷ୍ଟମ ସକ୍ରିୟ । ଅଧିକ ପଢନ୍ତୁ

Cyclone Biparjoy: ଲ୍ୟାଣ୍ଡଫଲ ପ୍ରକ୍ରିୟା, ମଧ୍ୟରାତ୍ରି ଯାଏ ରହିବ ସର୍ବାଧିକ ପ୍ରଭାବ
Cyclone Biparjoy: ଲ୍ୟାଣ୍ଡଫଲ ପ୍ରକ୍ରିୟା, ମଧ୍ୟରାତ୍ରି ଯାଏ ରହିବ ସର୍ବାଧିକ ପ୍ରଭାବ

ହାଇଦ୍ରାବାଦ: ଗୁଜୁରାଟ ଉପକୂଳରେ ଆରମ୍ଭ ହୋଇଛି ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଏହା ପ୍ରାୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ତାଣ୍ଡବ ରଚିବ । ପ୍ରାୟ 6 ଘଣ୍ଟା ଧରି ଏହାର ସର୍ବାଧିକ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ କହିଛି । ପରେ ଏହା କ୍ରମଶଃ ଦୁର୍ବଳ ହେବ । ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଏହା ପାକିସ୍ତାନର କରାଚି ଓ ଗୁଜୁରାଟର ମାଣ୍ଡବି ମଧ୍ୟରେ କଚ୍ଛ ଉପକୂଳର ଜଖାଓ ପୋର୍ଟ ନିକଟବର୍ତ୍ତୀ ସ୍ଥାନରେ ଲ୍ୟାଣ୍ଡଫଲ କରିବ । ଏବେ ଏହି ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟାର କେନ୍ଦ୍ରସ୍ଥଳ (ଆଖି) ଏବେ ମଧ୍ୟ ଉପକୂଳରୁ ପ୍ରାୟ 70 କି.ମି ଦୂରରେ ରହିଛି । ଏବେ ପବନର ବେଗ 100 କିମି ରହିଛି । ଏହା କ୍ରମଶଃ ବୃଦ୍ଧି ପାଇବ । ସର୍ବାଧିକ 135 କିମି କିମ୍ବା ସ୍ଥଳବିଶେଷରେ ଏହା ପ୍ରାୟ 150 କିମି ପ୍ରତିଘଣ୍ଟା ଅତିକ୍ରମ କରିବା ନେଇ ପାଣିପାଗ ପୂର୍ବାନୁମାନ କରାଯାଇଛି ।

  • #WATCH | #CycloneBiparjoy | "...It will hit the coast between Karachi and Mandvi and close to Jakhau port of Gujarat. This is now located about 70 kilometres away from Jakhau port in the Arabian Sea. It is moving at a speed of about 15 kmph...Hence, the landfall process has… pic.twitter.com/QlG1CxJgVY

    — ANI (@ANI) June 15, 2023 " class="align-text-top noRightClick twitterSection" data=" ">

ଏବେ 100 କିମି ବେଗରେ ପବନ ସହ ବର୍ଷା ମଧ୍ୟ ଜାରି ରହିଛି । ପ୍ରଭାବରେ କଚା, ଆଜବେଷ୍ଟସ ଘର, ବଡ ଗଛ ଓ ବିଦ୍ୟୁତଖୁଣ୍ଟି ଆଦି ଉପୁଡି ପଡିବ । ଉପକୂଳ ଗୁଜୁରାଟର ବିଭିନ୍ନ ସ୍ଥାନରୁ ପ୍ରବଳ ବର୍ଷା ଓ ପବନର ଦୃଶ୍ୟ ମଧ୍ୟ ଆସିବାରେ ଲାଗିଛି । ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ବଡ଼ବଡ଼ ଲହରି ଉଠୁଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନି ।

  • #WATCH | Gujarat | Heavy rainfall, accompanied by strong winds, continues in Morbi as an impact of #CycloneBiparjoy.

    The landfall process has commenced over the coastal districts of Saurashtra and Kutch and it will continue until midnight, says IMD pic.twitter.com/xzIFwCxP1U

    — ANI (@ANI) June 15, 2023 " class="align-text-top noRightClick twitterSection" data=" ">

ପ୍ରଭାବିତ ହେବ 10 ଉପକୂଳ ଜିଲ୍ଲା:-

ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା
ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା

ଗୁଜୁରାଟର 10 ଉପକୂଳବର୍ତ୍ତୀ ଜିଲ୍ଲୀ ବିଶେଷ ଭାବେ ପ୍ରଭାବିତ ହେବେ । ସୌରାଷ୍ଟ୍ର, କଚ୍ଛ, ଜାମନଗର, ପୋରବନ୍ଦର, ରାଜକୋଟ ଦ୍ବାରକା ପରି ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଛନ୍ତି । ଏହିସବୁ ଜିଲ୍ଲାରୁ ପ୍ରାୟ 1 ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ, ଅଗ୍ନିଶମ ବାହିନୀ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର ଓ ରିଲଫ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା
ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା

ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା:-

ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା
ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା

ଏହା ବ୍ୟତୀତ ଭାରତୀୟ କୋଷ୍ଟଗାର୍ଡ ଓ ନୈସେନା ମଧ୍ୟ କୌଣସି ଜରୁରୀ ସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ହୋଇରହିଛନ୍ତି । ଗୁଜୁରାଟ ଉପକୂଳରେ 15ଟି ଜାହାଜ, 7ଟି ଏୟାରକ୍ରାଫ୍ଟ ପ୍ରସ୍ତୁତ ରଖାଯାଇଛି । ଏହାଛଡ଼ା, କେନ୍ଦ୍ରଶାସିତ ଅଞ୍ଚଳ ଡାମନରେ ଥିବା କୋଷ୍ଟଗାର୍ଡ ଷ୍ଟେସନରେ ମଧ୍ୟ 4 ଡ୍ରୋନିୟର ବିମାନ ଓ 4 ହେଲିକପ୍ଟର ମଧ୍ୟ ପ୍ରସ୍ତୁତ କରି ରଖାଯାଇଥିବା କୋଷ୍ଟଗାର୍ଡ ନର୍ଥ-ଓ୍ବେଷ୍ଟ କମାଣ୍ଡର ଏକେ ହରବୋଲା କହିଛନ୍ତି ।

ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା
ଷ୍ଟାଣ୍ଡବାଇରେ କୋଷ୍ଟଗାର୍ଡ ଓ ନୌସେନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 15, 2023, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.