ETV Bharat / bharat

ଦକ୍ଷିଣ ପ୍ରଗଣାରୁ ମିଳିଲା ଅଫୁଟା ବୋମା

author img

By

Published : May 3, 2021, 11:10 AM IST

ପଶ୍ଚିମବଙ୍ଗରେ ନିର୍ବାଚନ ଫଳ ମିଳିବା ପରେ ଦକ୍ଷିଣ ପ୍ରଗଣାରେ ଅଫୁଟା ବୋମାଗୁଡିକୁ ଜବତ କରାଯାଇଛି । ଅଧିକ ପଢନ୍ତୁ...

ନିର୍ବାଚନ ଫଳାଫଳ ପରେ ଦକ୍ଷିଣ ପ୍ରଗଣାରୁ ଅଫୁଟା ବୋମା ଠାବ
ନିର୍ବାଚନ ଫଳାଫଳ ପରେ ଦକ୍ଷିଣ ପ୍ରଗଣାରୁ ଅଫୁଟା ବୋମା ଠାବ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଥିଲା ସାରା ଦେଶର ନଜର । ପୁଣି ଦିଦି କ୍ଷମତା ବଜାୟ ରଖିବେ ନା ରାଜ୍ୟରେ ମୋଦିଙ୍କ ପଦ୍ମ ଫୁଟିବ ଏହାକୁ ନେଇ ଲାଗି ରହିଥିଲା ଉତ୍କଣ୍ଠା । ତେବେ ରବିବାର ନିର୍ବାଚନ ଶେଷ ହୋଇଛି । ମମତା ପୁଣି ରାଜ୍ୟରେ କ୍ଷମତା ବଜାୟ ରଖିଛନ୍ତି । କିନ୍ତୁ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିଂସାକାଣ୍ଡ ଲାଗି ରହିଥିଲା । ମାତ୍ର ନିର୍ବାଚନ ଶେଷ ହେବା ପରେ ମଧ୍ୟ ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ସୋମବାର ସକାଳେ ଏକ ଅଫୁଟା ବୋମା ଠାବ ହୋଇଛି ।

ଜିଲ୍ଲାର ଜଗତଡାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାତପଡା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଅଫୁଟା ବୋମାଗୁଡିକ 2ଟି ପାତ୍ରରେ ରହିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ସେଠାରେ ପହଞ୍ଚି ବୋମାଗୁଡିକୁ ଜବତ କରିଛି । ଏହି ବୋମାଗୁଡିକ ବିଜେପି ଗୁଣ୍ଡାମାନେ ରଖିଛନ୍ତି ବୋଲି ଟିଏମସି କର୍ମୀମାନେ ଅଭିଯୋଗ କରିଛନ୍ତି । ଟିଏମସି କର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଏହି ବୋମାଗୁଡିକ ରଖାଯାଇଛି ବୋଲି ପାନପୁର କେଉଟିଆ ପଞ୍ଚାୟତ ପ୍ରଧାନ ଅଶୀମ କୁମାର ଘୋଷ କହିଛନ୍ତି ।

ଗତ ଏପ୍ରିଲ 26 ତାରିଖରେ ବୋମା ବିସ୍ଫୋରଣ ଯୋଗୁଁ ଜଣେ 18 ବର୍ଷ ଛାତ୍ରର ମୃତ୍ୟୁ ଘଟିଥିଲା । ସୂଚନା ଥାଉ କି ଟିଏମସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଛି । ଟିଏମସି 209 ଆସନରେ ବିଜୟ ଲାଭ କରି 4ର୍ଥ ଥର ପାଇଁ ରାଜ୍ୟରେ ଶାସନ କ୍ଷମତା ବଜାୟ ରଖିଛି । ରାଜ୍ୟରେ ମୋଟ ଭୋଟର ପ୍ରାୟ 47.94 ପ୍ରତିଶତ ଭୋଟ ଟିଏମସି ସପକ୍ଷରେ ରହିଥିଲା । ଅନ୍ୟପଟେ ପ୍ରତିଦ୍ବନ୍ଦୀ ଦଳ ବିଜେପି 76 ଆସନରେ ଜିତିଛି । ଏହି ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.