ETV Bharat / bharat

ମଥୁରାରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

author img

By

Published : Nov 16, 2020, 4:49 PM IST

CRPF soldier committed suicide in mathura
ମଥୁରାରେ ସିଆରିପିଏଫ ଯବାନଙ୍କ ଆତ୍ମହତ୍ୟା

ମଥୁରାରେ କାର୍ଯ୍ୟରତ ଥିବାବେଳେ ସିଆରପିଏଫ ଯବାନ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ସେ ରାଜସ୍ଥାନର ମୂଳବାସିନ୍ଦା ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ମଥୁରାର ସଦର ବଜାର ଥାନା ନିକଟରେ ବି16 ବାଟାଲିୟନର ସିଆରପିଏଫ ଯବାନ ଡ୍ୟୁଟି ସମୟରେ ସରକାରୀ ରାଇଫଲରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମଥୁରାରେ ସିଆରିପିଏଫ ଯବାନଙ୍କ ଆତ୍ମହତ୍ୟା

ରାଜସ୍ଥାନର କରୋଲୀ ଜିଲ୍ଲାର ଯବାନ ବିଜୟ କୁମାର ମୀଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବି16 ବାଟାଲିୟନରେ କାର୍ଯ୍ୟ କରୁଥିଲେ । ତେବେ ମଥୁରା ଜନପଦର ସଦର ବଜାର ଥାନା ନିକଟରେ ଥିବା ଅଫିସର କଲୋନୀରେ ସକାଳ 8ଟାରୁ ଡ୍ୟୁଟିରେ ରହିଥିଲେ । ସୋମବାର ଅପରାହ୍ନ 1ଟା 30 ମିନିଟରେ କାର୍ଯ୍ୟରତ ଥିବାବେଳେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ହଠାତ୍‌ ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନମାନେ ବାହାରକୁ ଆସି ବିଜୟଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ମୃତ ଯବାନ ଆତ୍ମହତ୍ୟା ବାବଦରେ କୌଣସି ଚିଠି ନ ଲେଖିଥିବାରୁ ଆତ୍ମହତ୍ୟାର କାରଣ ସଂପର୍କରେ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି । ମୃତ ଯବାନ 2013ରେ ପ୍ରଥମେ ସିପାହୀ ପଦବୀରେ କାର୍ଯ୍ୟ କରିଥିଲେ ଓ 2018 ମସିହାରୁ ମଥୁରାଠାରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ ବୋଲି ଏସପି ଉଦୟ ଶଙ୍କର ସିଂହ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.