ETV Bharat / bharat

Covid-19; ଗୋଟିଏ ଛୋଟ ଭୁଲ ଭାରି ପଡିପାରେ: ପ୍ରଧାନମନ୍ତ୍ରୀ

author img

By

Published : Jul 9, 2021, 11:58 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋଭିଡ ନିୟମଭଙ୍ଗକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ଛୋଟ ଭୁଲ ପାଇଁ ବହୁତ କିଛି କ୍ଷତି ହୋଇପାରେ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କୋରୋନା ହାହାକାର ମଚେଇଛି । ଅନେକଙ୍କ ଜୀବନ ଜୀବିକାକୁ ଛଡାଇ ନେଇଛି । ମହାମାରୀରୁ ମୁକ୍ତି ପାଇଁ କେବଳ ସଚେତନତା ହିଁ ଏକମାତ୍ର ବାଟ । ହେଲେ ଲୋକ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଗୋଟିଏ ଛୋଟ ଭୁଲ ଆମ ପାଇଁ ବହୁମୂଲ୍ୟ କ୍ଷତି ହୋଇପାରେ ।

ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ନିୟମ ମାନୁନଥିବା ସହିତ ମାସ୍କ ବ୍ୟବହାର କରୁନଥିବାର ଦେଖିବାକୁ ମିଳିଛି । ବିଗତ କିଛି ଦିନ ମଧ୍ୟରେ ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି । ତାଙ୍କ ନୂଆ ମନ୍ତ୍ରଣାଳୟ ସହିତ ପ୍ରଥମ ବୈଠକ କରି ମୋଦି କହିଛନ୍ତି ଏହି ଭିଡିଓ ଖୁସି ନୁହେଁ ମନରେ ଭୟ ସୃଷ୍ଟି କରିଛି । ଉତ୍ତରାଖଣ୍ଡ ମସୁରୀର କେମ୍ପଟି ଜଳପ୍ରପାତରେ ଏକାଠି ହୋଇ ଶହ ଶହ ପର୍ଯ୍ୟଟକ ଗାଧୋଉଥିବାରେ ଏକ ଭିଡିଓର ଉଦାହରଣ ଦେଇଥିଲେ ।

ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସମେତ ଭାରତର ବଡ ବଡ ସ୍ବାସ୍ଥ୍ୟ ବିଶେଷଜ୍ଞ ଆଗାମୀ କିଛି ଦିନ ଭିତରେ ତୃତୀୟ ଲହର ନେଇ ଆଗମନ ନେଇ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଯଦି ସମୟ ଥାଉ ଥାଉ ଲୋକମାନେ ନିୟମ ନମାନନ୍ତି ତେବେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ।

ମନ୍ତ୍ରୀମାନଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଦାୟିତ୍ବ ହୀନତାର ସ୍ଥାନ ନାହିଁ । ଗୋଟିଏ ଛୋଟିଆ ଭୁଲ ଆମ ପାଇଁ ଭାରି ପଡିପାରେ । ଯାହା କୋରୋନା ବିରୋଧରେ ଲଢେଇ କରିବା ନେଇ ଦୁର୍ବଳ କରିପାରେ । ଏବେ ବି ବିପଦ ଟଳିନାହିଁ ବୋଲି ସମସ୍ତଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମହାରାଷ୍ଟ୍ର ଓ କେରଳର ସଂକ୍ରମଣ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ 8ରୁ 9 ହଜାର ରହୁଛି । ସପ୍ତାହରେ ରାଜ୍ୟରେ 270ଜଣଙ୍କ ମୃତ୍ୟୁ ହେଲାଣି । ଯହି ସଂକ୍ରମଣକୁ ରୋକିବାର ଅଛି ତେବେ ନିୟମ ପାଳନ ହିଁ ଏକମାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.