ETV Bharat / bharat

ମହାରାଷ୍ଟ୍ରରେ ପିକ୍‌ ଅତିକ୍ରମ କରି ସାରିଛି ତୃତୀୟ ଲହର: ସ୍ବାସ୍ଥ୍ଯମନ୍ତ୍ରୀ

author img

By

Published : Jan 29, 2022, 3:50 PM IST

ମହାରାଷ୍ଟ୍ରରେ ଶୀର୍ଷ ଅତିକ୍ରମ କରି ସାରିଛି ତୃତୀୟ ଲହର, ନାହିଁ ଚିନ୍ତାର କାରଣ: ରାଜ୍ୟ ସ୍ବାସ୍ଥ୍ଯମନ୍ତ୍ରୀ
ମହାରାଷ୍ଟ୍ରରେ ଶୀର୍ଷ ଅତିକ୍ରମ କରି ସାରିଛି ତୃତୀୟ ଲହର, ନାହିଁ ଚିନ୍ତାର କାରଣ: ରାଜ୍ୟ ସ୍ବାସ୍ଥ୍ଯମନ୍ତ୍ରୀ

ମହାରାଷ୍ଟ୍ରରେ ପିକ୍‌ ଅତିକ୍ରମ କରି ସାରିଛି ତୃତୀୟ ଲହର । ଏବେ ମାତ୍ର ୧ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ଚିନ୍ତାଜନକ ସ୍ଥିତି ନଥିବା ସ୍ପଷ୍ଟ କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡର ତୃତୀୟ ଲହର ଆଶଙ୍କା ଟଳି ସାରିଛି । ସମଗ୍ର ରାଜ୍ୟରେ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ଏହି ଲହରରେ ମହାରାଷ୍ଟ୍ରର ରାୟଗଡ, ପାଲଘର ଯାହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ବର୍ତ୍ତମାନ କୌଣସି ଭୟଭୀତ ହେବା ପରି ସ୍ଥିତି ନଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

ସ୍ବାସ୍ଥ୍ୟମନ୍ତ୍ରୀ ଟୋପେ ଆହୁରି ମଧ୍ୟ କହିଛନ୍ତି ଯେ ନାସିକ, ନାଗପୁର, ପୁଣେ, ଔରଙ୍ଗାବାଦ ଭଳି ସହରରେ ଏବେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢୁଛି କିନ୍ତୁ ଅତ୍ଯଧିକ ଭୟଭୀତ ହେବାର କାରଣ ନାହିଁ । ରାଜ୍ୟରେ ସ୍ବାସ୍ଥ୍ୟଭୂମି ପ୍ରସ୍ତୁତ ରହିଛି । ଉପଯୁକ୍ତ ପରାମର୍ଶ, ଟେଷ୍ଟିଂ ଫଳରେ କୋଭିଡ ମୁକାବିଲା ପୂର୍ବାପେକ୍ଷା ସରଳ ହୋଇଛି । ସଠିକ ନିରୂପଣ ତଥା ଉଚିତ ଚିକିତ୍ସା ଫଳରେ ମାତ୍ର 5-7 ଦିନ ମଧ୍ୟରେ ସଂକ୍ରମିତମାନେ ଆରୋଗ୍ୟ ଲାଭ କରୁଛନ୍ତି । ତେଣୁ ଦୈନିକ ସଂକ୍ରମଣ ହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ତୃତୀୟ ଲହର ଆରମ୍ଭରେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଦିନକୁ ପ୍ରାୟ 47,000 ରହିଥିଲା । ବର୍ତ୍ତମାନ ଏହା ପ୍ରାୟ 25,000 କୁ ଖସି ଆସିଛି । ବର୍ତ୍ତମାନ ସମୟରେ ବିଭିନ୍ନ ହସ୍ପିଟାଲରେ 92 ରୁ 96 ପ୍ରତିଶତ ଶଯ୍ୟା ଖାଲି ଅଛି ଏବଂ ଏକ ପ୍ରତିଶତରୁ କମ ଆକ୍ରାନ୍ତ ଅମ୍ଳଜାନ, ଆଇସିୟୁ କିମ୍ବା ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।

ସେହିପରି ମହାରାଷ୍ଟ୍ରରେ ବର୍ତ୍ତମାନ ମୋଟ 2,70,444 ସକ୍ରିୟ ମାମଲା ଅଛି । ମୋଟ ସୁସ୍ଥ ସଂଖ୍ୟା 72,42,649 ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ 1,42,461 ଆକ୍ରାନ୍ତ କୋଭିଡରେ ପ୍ରାଣ ହରାଇଥିବା ସରକାରୀ ଭାବେ ପ୍ରକାଶ କରିଛି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.