ETV Bharat / bharat

COVID-19: ପଶ୍ଚିମବଙ୍ଗରେ କାଲିଠାରୁ ସ୍କୁଲ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ

author img

By

Published : Jan 2, 2022, 10:55 PM IST

COVID-19: ପଶ୍ଚିମବଙ୍ଗରେ କାଲିଠାରୁ ସ୍କୁଲ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ
COVID-19: ପଶ୍ଚିମବଙ୍ଗରେ କାଲିଠାରୁ ସ୍କୁଲ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ

କୋଭିଡ ସଂକ୍ରମଣ ବୃଦ୍ଧି ପରେ ପଶ୍ଚିମବଙ୍ଗରେ କଟକଣା ବଢାଇଲେ ମମତା ସରକାର । ଆସନ୍ତାକାଲି ଠାରୁ ରାଜ୍ୟରେ ସ୍କୁଲ ସମେତ ଅନ୍ୟ କିଛି ଅନୁଷ୍ଠାନ ବନ୍ଦ । ଅଧା କ୍ଷମତାରେ ଚାଲିବ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

କୋଲକାତା: ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ନୂଆ କଟକଣା ଜାରି ରଖିଛନ୍ତି । ଆସନ୍ତାକାଲି (ସୋମବାର) ଠାରୁ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସମେତ ସ୍ପା, ସେଲୁନ୍, ବିୟୁଟି ପାର୍ଲର, ପ୍ରାଣୀ ଉଦ୍ୟାନ ଇତ୍ୟାଦି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମମତା ସରକାର ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏଚ.କେ ଦ୍ୱିବେଦୀ କହିଛନ୍ତି ଯେ ଆସନ୍ତାକାଲି (ସୋମବାର) ଠାରୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସ୍ପା, ସେଲୁନ୍, ବିୟୁଟି ପାର୍ଲର, ପ୍ରାଣୀ ଉଦ୍ୟାନ ଏବଂ ମନୋରଞ୍ଜନ ପାର୍କ ବନ୍ଦ ରହିବ । ସେହିପରି 50 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ଦ୍ୱିବେଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ସମସ୍ତ ପ୍ରଶାସନିକ ବୈଠକ କରାଯିବ । ଜାନୁଆରୀ 5 ରୁ ଦିଲ୍ଲୀ ଏବଂ ମୁମ୍ବାଇରୁ ପଶ୍ଚିମବଙ୍ଗକୁ ସପ୍ତାହରେ ମାତ୍ର ଦୁଇଥର ବିମାନ ଚଳାଚଳ କରିବ ।

ସେହିପରି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ 2590 ନୂତନ କୋଭିଡ ମାମଲା ରିପୋର୍ଟ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ 1,913 ଲୋକ ସଂକ୍ରମଣରୁ ସୁସ୍ଥ ହେବା ସହ ମୋଟ ସୁସ୍ଥ ସଂଖ୍ୟା 16,09,924କୁ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗର କୋଭିଡରେ ମୋଟ 19,773 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.