ETV Bharat / bharat

ବ୍ରିଟେନରୁ ଭାରତକୁ ଆସିଲା 450 ଅକ୍ସିଜେନ ସିଲିଣ୍ଡର

author img

By

Published : May 4, 2021, 12:36 PM IST

ବ୍ରିଟେନରୁ ପ୍ରଥମ ପର୍ଯ୍ୟାୟରେ 450 ଅକ୍ସିଜେନ ସିଲିଣ୍ଡର ନେଇ ଭାରତରେ ପହଞ୍ଚିଲା ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ...

450ଟି ଅକ୍ସିଜେନ ସିଲିଣ୍ଡର
IAF aircraft

ଚେନ୍ନାଇ: ଆଜି(ମଙ୍ଗଳବାର) ଭାରତୀୟ ବାୟୁ ସେନା ବ୍ରିଟେନରୁ 450ଟି ଅକ୍ସିଜେନ ସିଲିଣ୍ଡର ନେଇ ଚେନ୍ନାଇରେ ପହଞ୍ଚିଛି । ପ୍ରତି ସିଲିଣ୍ଡର 46.6 ଲିଟର ଅମ୍ଳଜାନ ରଖିବା କ୍ଷମତା ରହିଛି ।

ଚେନ୍ନାଇ କଷ୍ଟମ ବିଭାଗର ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ସିଲିଣ୍ଡର ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ସେମାନେ ପନ୍ଦର ମିନିଟ୍ ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ କରିଥିଲେ । ଭାରତୀୟ ବାୟୁ ସେନା ବ୍ରିଟେନକୁ ତାର ପ୍ରଥମ ପର୍ଯ୍ୟାୟରେ 450ସିଲିଣ୍ଡର ଆଣି ସକାଳେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଛି ।

ଏନେଇ ବ୍ରିଟେନକୁ ଧନ୍ୟବାଦ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟ ସଚିବ ଅରିନ୍ଦମ ବାଗଚି । ମହାମାରୀ ସମୟରେ ବ୍ରିଟେନର ଏହି ସହଭାଗିତା ପାଇଁ ବ୍ରିଟେନକୁ ଧନ୍ୟବାଦ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟ ସଚିବ । ସୋମବାର ବ୍ରିଟିସ ଅକ୍ସିଜେନ କମ୍ପାନୀରୁ 900 ଅକ୍ସିଜେନ ସିଲିଣ୍ଡର ଆଣିଛି ଭାରତ । କୋରୋନା ସହିତ ମୁକାବିଲା କରିବା ପାଇଁ ବ୍ରିଟିସ ସରକାର 5ହଜାର ଅକ୍ସିଜେନ ସିଲିଣ୍ଡର ଯୋଗାଇଛି ।

ଖାଲି ବ୍ରିଟେନ ନୁହେଁ ଅନ୍ୟ ଦେଶ ମଧ୍ୟ ଭାରତକୁ ସହଯୋଗର ହାତ ବଢାଇଛି । ଆଜି ସକାଳୁ କ୍ବୋଏତରୁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି ଅକ୍ସିଜେନ ଭର୍ତ୍ତି ବିମାନ । ସେଥିରେ 282 ସିଲିଣ୍ଡର, 60ଟି ଅକ୍ସିଜେନ କନସେନଟ୍ରେଟର୍ସ, ଭେଣ୍ଟିଲେଟର ସହ ଅନେକ ମେଡିକାଲ ସାମଗ୍ରୀ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.