ETV Bharat / bharat

ଆମେରିକାରେ ବ୍ୟବହୃତ ହେବ ଭାରତୀୟ ଟିକା Covaxin

author img

By

Published : Feb 19, 2022, 7:51 PM IST

ଆମେରିକାରେ କୋଭିଡ ଟିକା ଭାବେ ବ୍ୟବହୃତ ହେବ କୋଭାକ୍ସିନ, ଭାରତ ବାୟୋଟେକର ସୂଚନା
ଆମେରିକାରେ କୋଭିଡ ଟିକା ଭାବେ ବ୍ୟବହୃତ ହେବ କୋଭାକ୍ସିନ, ଭାରତ ବାୟୋଟେକର ସୂଚନା

ଆମେରିକାରେ କୋଭିଡ ଟିକା ଭାବେ ବ୍ୟବହୃତ ହେବ ଭାରତୀୟ ଟିକା କୋଭାକ୍ସିନ । ସୂଚନା ଦେଲା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରରେ କୋଭିଡ ଟିକା ଭାବେ ଭରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନକୁ ଅନୁମତି ମିଳିଛି । ଆଜି (ଶନିବାର) ଏନେଇ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଗତମାସ (ଜାନୁୟାରୀ) 31 ସୁଦ୍ଧା 13ଟି ଦେଶରେ ଜରୁରୀକାଳୀନ ବ୍ୟବହାର ଅନୁମତି (emergency use listing,EUL) ପାଇସାରିଛି କୋଭାକ୍ସିନ । ସେହିପରି ଗତବର୍ଷ ୨୦୨୧ ଡିସେମ୍ବର 24ରେ ଦେଶରେ 12 ରୁ 18 ବର୍ଷ ବୟସ ମଧ୍ୟରେ ଟୀକାକରକଣ ପାଇଁ ମଧ୍ୟ ଅନୁମତି ପାଇସାରିଛି ଭାରତ ବୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ୱାରା କୋଭାକ୍ସିନକୁ କିଶୋରଙ୍କ ଠାରେ ବ୍ୟବହାର ଅନୁମତି ମିଳିବା ପରେ ଭାରତ ସରକାରଙ୍କ ପକ୍ଷରୁ ଜାରି ରହିଥିବା କିଶୋର କିଶୋରୀମାନଙ୍କ ପାଇଁ ଟୀକାକରଣରେ କେବଳ ଏହାକୁ ହିଁ ବ୍ୟବହାର କରାଯାଇଛି ।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ହେଉଛି ସ୍ୱଦେଶୀ ଟିକା ଯାହା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)ର ସହଯୋଗରେ ବିକଶିତ କରାଯାଇଛି । ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଜାରି ରହିଥିବା 15-18 ବର୍ଷ ବୟସ୍କଙ୍କ ଟୀକାକରଣ ଡ୍ରାଇଭରେ 2 କୋଟିରୁ ଅଧିକ କିଶୋର କିଶୋରୀ ସମ୍ପୂର୍ଣ୍ଣ ଟୀକାକରଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.