ETV Bharat / bharat

COVAXIN Booster: ଉଭୟ ଡେଲଟା ଓ ଓମିକ୍ରନ ବିରୋଧରେ ଫଳପ୍ରଦ !

author img

By

Published : Jan 12, 2022, 7:28 PM IST

COVAXIN Booster: ଉଭୟ ଡେଲଟା ଓ ଓମିକ୍ରନ ବିରୋଧରେ ଫଳପ୍ରଦ !
COVAXIN Booster: ଉଭୟ ଡେଲଟା ଓ ଓମିକ୍ରନ ବିରୋଧରେ ଫଳପ୍ରଦ !COVAXIN Booster: ଉଭୟ ଡେଲଟା ଓ ଓମିକ୍ରନ ବିରୋଧରେ ଫଳପ୍ରଦ !

କୋଭିଡର ଦୁଇ ଭ୍ୟାରିଏଣ୍ଟ ଡେଲ୍ଟା ଓ ଓମିକ୍ରନ ବିରୋଧରେ ପ୍ରାୟ ଶତପ୍ରତିଶତ ଫଳପ୍ରଦ କୋଭାକ୍ସିନ ବୁଷ୍ଟର ଡୋଜ । ସଦ୍ୟତମ ଟ୍ରାଏଲ ଫଳାଫଳ ଆଧାରରେ ଭାରତ ବାୟୋଟେକର ଦାବି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମଣ ମଧ୍ୟରେ ବୁଷ୍ଟର ଡୋଜକୁ ନେଇ ବଡ ଦାବି କରିଛି ସ୍ବଦେଶୀ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ସଂସ୍ଥା ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ବୁଷ୍ଟର ଡୋଜ ଉଭୟ ଡେଲ୍ଟା ଓ ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ପ୍ରସ୍ତୁତ କରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ବୋଲି ଦାବି କରିଛି ସଂସ୍ଥା ।

ଆଜି (ବୁଧବାର) ଏକ ସଦ୍ୟତମ ଟ୍ରାଏଲରୁ ମିଳିଥିବା ଫଳାଫଳ ଆଧାରରେ ସଂସ୍ଥା ଦ୍ବାରା ବିକଶିତ କୋଭାକ୍ସିନ ବୁଷ୍ଟର ଡୋଜ SARS-CoV-2 ଭୁତାଣୁର ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଶତ ପ୍ରତିଶତ ଓ ନୂତନ ଭାବେ ଚିହ୍ନଟ ହୋଇଥିବା ଓମିକ୍ରନ ବିରୋଧରେ ୯୦ ପ୍ରତିଶତ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଛି ।

କମ୍ପାନୀ କହିଛି ଏହି ଟ୍ରାଏଲରେ, କୋଭ୍ୟାକ୍ସିନ ଦ୍ବାରା ପ୍ରସ୍ତୁତ ବୁଷ୍ଟର ଡେଲ୍ଟା ଏବଂ ଓମିକ୍ରନ ଭ୍ୟାରିଏଣ୍ଟ ବିରୋଧରେ ପ୍ରାୟ ଶତପ୍ରତିଶତ ଫଳପ୍ରଦ ବୋଲି ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସମୟରେ ସାରା ବିଶ୍ବରେ ଦେଖାଯାଥିବା ନୂଆ ଭ୍ୟାରିଏଣ୍ଟ ଆଶଙ୍କା ମଧ୍ୟରେ ଏହା ଏକ ବଡ ଉପଲବ୍ଧି ବୋଲି ସଂସ୍ଥା ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.