ETV Bharat / bharat

Lakhimpur Kheri case: ଆଶିଷ ମିଶ୍ରାଙ୍କ ସମେତ 14 ଜଣଙ୍କ ନାମରେ ଚାଲିବ ହତ୍ୟା ମାମଲା

author img

By

Published : Dec 6, 2022, 7:06 PM IST

Updated : Dec 6, 2022, 7:52 PM IST

Lakhimpur Kheri case: ଆଶିଷ ମିଶ୍ରାଙ୍କ ସମେତ 14 ଜଣଙ୍କ ନାମରେ ଚାର୍ଜସିଟ
Lakhimpur Kheri case: ଆଶିଷ ମିଶ୍ରାଙ୍କ ସମେତ 14 ଜଣଙ୍କ ନାମରେ ଚାର୍ଜସିଟ

ଲକ୍ଷୀମପୁର ଖେରୀ (Lakhimpur Kheri case) କାଣ୍ଡରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ 14 ଜଣଙ୍କ ନାମରେ ଚାଲିବ ହତ୍ୟା ମାମଲା (Court frames charges against Ashish Misra)। ଅଭିଯୋଗ ସ୍ଥିର କଲେ କୋର୍ଟ । 2021 ଅକ୍ଟୋବରରେ ଘଟିଥିଲା କାଣ୍ଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗତ ବର୍ଷ ଉତ୍ତର ପ୍ରଦେଶର ଲକ୍ଷୀମପୁର ଖେରୀରେ କୃଷି ଆଇନକୁ ବିରୋଧ କରି ହେଉଥିବା ପ୍ରତିବାଦ ବେଳେ କୃଷକଙ୍କ ଉପରେ ଗାଡି ମଡାଇଦେବା ମାମଲାରେ ଆଜି ସ୍ଥାନୀୟ ଏକ କୋର୍ଟ ଅଭିଯୋଗ ସ୍ଥିର କରିଛନ୍ତି (Court frames charges against Ashish Misra)। ଚାରିଜଣ କୃଷକଙ୍କ ହତ୍ୟା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ନେଇ କୋର୍ଟ କହିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ମୋଟ 14 ଅଭିଯୁକ୍ତଙ୍କୁ ଅଭିଯୋଗରେ ଅନ୍ତର୍ଭୁକ୍ତ କରାଯାଇଛି । ଆସନ୍ତା 16 ତାରିଖରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହେବା ନେଇ କୋର୍ଟ ଘୋଷଣା କରିଛନ୍ତି । ଗତକାଲି କୋର୍ଟ ଆଶିଷ ମିଶ୍ରାଙ୍କ ଦ୍ବାରା ହୋଇଥିବା ମାମଲାକୁ ଖାରଜ କରିବା ପରେ ଆଜି ତାର ଗୋଟିଏ ଦିନ ପରେ ଏହି ରାୟ ଆସିଛି ।

ଅଭିଯୁକ୍ତମାନଙ୍କ ବିରୋଧରେ ଧାରା 302,307, 326 ଓ 147 ଆଧାରରେ ମାମଲା ଆରମ୍ଭ ହେବ । ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଚାଷୀଙ୍କ ଉପରେ ମାଡି ଯାଇଥିବା ଏସୟୁଭି କାର ଆଶିଷ ହିଁ ଚଳାଉଥିଲେ । ପୂର୍ବରୁ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ଚାର୍ଜସିଟ ଦାଖଲ କରିବା ସହ ଏହା ଏକ ଆକସ୍ମିକ ଦୁର୍ଘଟଣା ନୁହେଁ ବରଂ ଏହା ଏକ ଯୋଜନାବଦ୍ଧ କାଣ୍ଡ ବୋଲି ମଧ୍ୟ ଦର୍ଶାଇଥିଲା ।

ଗତ ବର୍ଷ (2021) ଅକ୍ଟୋବରରେ ଖେରୀରେ କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉକ୍ତ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ ଥିବା ବେଳେ କୃଷକମାନେ ଧାରଣାରେ ବସିଥିଲେ । ଏହି ସମୟରେ ଏକ ଏସୟୁଭି କାର କୃଷକମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ 4 କୃଷକଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ହିଂସାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ପରେ ସେହି ଗାଡି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଚଳାଉଥିବା ଜଣାପଡିଥିଲା । ଏହି ଘଟଣାରେ ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 6, 2022, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.