ETV Bharat / bharat

ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା, ଡଷ୍ଟବିନ୍‌ରେ ପଡିଛି Covishield ଟିକା

author img

By

Published : Jan 24, 2022, 7:37 PM IST

ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା, ଡଷ୍ଟବିନ୍‌ରେ ପଡିଛି Covishield ଟିକା
ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା, ଡଷ୍ଟବିନ୍‌ରେ ପଡିଛି Covishield ଟିକା

ପଦାରେ ପଡ଼ିଛି ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା । ରାଜ୍ୟର ବକ୍ସର ଜିଲ୍ଲାର ଏକ ହସ୍ପିଟାଲ ବାହାରେ ଥିବା ଡଷ୍ଟବିନରେ ପଡ଼ିଛି ଅନେକ କୋଭିଡ଼ ଟିକା । ଅଧିକ ପଢନ୍ତୁ

ପାଟନା: ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ପଦାରେ ପଡ଼ିଛି । ଏପଟେ ସଂକ୍ରମଣ ବଢୁଥିବାବେଳେ ଆବର୍ଜନା ପଡ଼ିଥିବା ସ୍ଥାନରେ ପଡ଼ିଛି କୋରୋନା ଟିକା । ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି । ଟିକାଗୁଡ଼ିକ କିପରି ଡଷ୍ଟବିନରେ ପହଞ୍ଚିଲା, ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ରର ମ୍ୟାନେଜର ବିନୋଦ କୁମାର ।

ବିହାର ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା, ଡଷ୍ଟବିନ୍‌ରେ ପଡିଛି Covishield ଟିକା

ଡଷ୍ଟବିନ ମଧ୍ୟରେ ପଡ଼ିଥିବା କୋଭିଡ଼ ଟିକାକୁ ଜବତ କରାଯାଇଛି । ଟିକାଗୁଡ଼ିକ କିପରି ସେଠାରେ ପହଞ୍ଚିଲା ସେ ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି ବିନୋଦ । ଏହାସହିତ କେତେ ଟିକା ଆସିଥିଲା, କେତେ ଜଣକୁ ଏହି ଟିକା ଦିଆଯାଇଛି ଏ ସମସ୍ତ ଦିଗକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଲୋକମାନେ ଦ୍ବିତୀୟ ଡୋଜ ଟିକା ନେଇନଥିବାବେଳେ ସେମାନଙ୍କ ମୋବାଇଲକୁ ଟିକା ନେଇ ସାରିଥିବା ମେସେଜ ଯାଇଥିଲା । ଏହା ଉପରେ ବିନୋଦ କହିଛନ୍ତି ଯେ ଏହା ଭୁଲବଶତଃ ଚାଲିଯାଇଛି ।

ଏହା ବି ପଢନ୍ତୁ: 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ: ଆଜି ପହଞ୍ଚିବେ ଓ୍ବାଘା ବର୍ଡରରେ

ଅପରେଟର ଜଣକ କାର୍ଯ୍ୟ ବ୍ୟସ୍ତତାରେ ଭୁଲ ବଟନ୍‌କୁ ଚିପିବା ପରେ ଏହି ମେସେଜ ଚାଲିଯାଇଥିବା ସେ କହିଛନ୍ତି । ସେପଟେ ବକ୍ସର ସ୍ବାସ୍ଥ୍ଯକେନ୍ଦ୍ରର ସିଭିଲ ସର୍ଜନ ଜିତେନ୍ଦ୍ର ନାଥ କହିଛନ୍ତି ଯେ ଏହି ଘଟଣା ଉପରେ ଏକ କମିଟି ଗଠନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଯେଉଁମାନେ ଟିକା ଫିଙ୍ଗିଥିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.