ETV Bharat / bharat

କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ

author img

By

Published : Aug 10, 2022, 2:02 PM IST

କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ
କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ

କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତି କୋର୍ବେଭ୍ୟାକ୍ସର ବୁଷ୍ଟର ଡୋଜ ନେଇପାରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସକୁ ବୁଷ୍ଟର ଡୋଜ ଭାବେ ଭାବେ ମିଳିଲା ଅନୁମତି । ଦୁଇଟି ଯାକ ଡୋଜ ନେଇଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହାକୁ ପ୍ରିକସନ ବା ବୁଷ୍ଟର ଡୋଜ ରୂପେ ବ୍ୟବହାର କରାଯାଇପାରିବ । ପୂର୍ବରୁ ଉକ୍ତ ବ୍ୟକ୍ତିବିଶେଷ କୋଭାକ୍ସିନ କିମ୍ବା କୋଭିସିଲ୍ଡ ନେଇଥିଲେ ମଧ୍ୟ ସେ କୋର୍ବେଭ୍ୟାକ୍ସର ବୁଷ୍ଟର ଡୋଜ ନେଇପାରିବେ । ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ବୁଧବାର ସରକାରୀ ସୂତ୍ରରୁ ଏ ସମ୍ପର୍କରେ ସୂଚନା ମିଳିଛି ।

ଦେଶରେ ପ୍ରଥମଥର ଏକ ବୁଷ୍ଟର ଡୋଜକୁ ଅନୁମତି ମିଳିଛି, ଯାହାକି କୋଭିଡ ବିରୋଧୀ ଟୀକାକରଣ ଅଭିଯାନ ପ୍ରାରମ୍ଭରେ ସାମିଲ ଥିବା ଟିକା ଗୁଡିକ ମଧ୍ୟରୁ ଭିନ୍ନ ଅଟେ । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ( National Technical Advisory Group)ର କୋଭିଡ ୱାର୍କିଂ ଗ୍ରୁପ ଗତ ସପ୍ତାହରେ କୋର୍ବେଭାକ୍ସକୁ ୧୮ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଭାବେ ମଞ୍ଜୁରୀ ପାଇଁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଛି । କୋଭାକ୍ସିନ କିମ୍ବା କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ନେବାର ୬ ମାସ ବା ୨୬ ସପ୍ତାହ ପରେ କୋର୍ବେଭାକ୍ସର ପ୍ରିକସନ ଡୋଜ ନିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.