ETV Bharat / bharat

Vice President election: ମିଳିତ ବିରୋଧୀ ପ୍ରାର୍ଥୀ ପାଇଁ କଥାବାର୍ତ୍ତା ଆରମ୍ଭ କରିବ କଂଗ୍ରେସ

author img

By

Published : Jul 6, 2022, 9:12 AM IST

Vice President election: ମିଳିତ ବିରୋଧୀ ପ୍ରାର୍ଥୀ ପାଇଁ କଥାବାର୍ତ୍ତା ଆରମ୍ଭ କରିବ କଂଗ୍ରେସ
Vice President election: ମିଳିତ ବିରୋଧୀ ପ୍ରାର୍ଥୀ ପାଇଁ କଥାବାର୍ତ୍ତା ଆରମ୍ଭ କରିବ କଂଗ୍ରେସ

ଉପ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେଇପାରନ୍ତି ବିରୋଧୀ । ବିରୋଧୀଙ୍କୁ ଏକାଠି କରିବାର ନେତୃତ୍ବ ନେବ କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଦେବା ପରେ ଏବେ ଆଗକୁ ଆସୁଥିବା ଉପ ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ପାଇଁ ମିଳିତ ବିରୋଧୀଙ୍କୁ ଏକାଠି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହି କଥାବାର୍ତ୍ତା ପ୍ରକ୍ରିୟାର ନେତୃତ୍ବ ନେବ କଂଗ୍ରେସ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଦଳମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି ।

ଏନେଇ ଖୁବଶୀଘ୍ର ଏନେଇ ବୈଠକ ଆହୁତ କରିବ କଂଗ୍ରେସ । ପ୍ରଥମେ ବିରୋଧୀ ଦଳମାନଙ୍କ କଥା ହେବା ପରେ ପ୍ରସ୍ତାବିତ ପ୍ରାର୍ଥୀଙ୍କ ଏକ ତାଲିକା ଏକତ୍ରୀକରଣ କରାଯିବ । ପରେ ସମସ୍ତ ଦଳଙ୍କ ସହମତିରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଚୂଡାନ୍ତ କରାଯିବ । ତେବେ କଂଗ୍ରେସର ଆଗ୍ରହ ପଛରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ସ୍ଥାନ ଦେବ କି ପ୍ରଶ୍ନରେ ଦଳ ପକ୍ଷରୁ ଦଳ ମଧ୍ୟ ସ୍ପଷ୍ଟୀକରଣ ରଖିଛି । ପ୍ରାର୍ଥୀ କଂଗ୍ରେସରୁ ହେବା ଜରୁରୀ ନୁହେଁ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ପ୍ରାର୍ଥୀ ଯେକୌଣସି ଦଳରୁ ହେଲେ ମଧ୍ୟ ମିଳିତ ବିରୋଧୀଙ୍କ ସହମତିରେ ହେବା ଉଚିତ ବୋଲି କଂଗ୍ରେସ କହିଛି ।

ବିରୋଧୀଙ୍କ ପାଖରେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପାଇଁ ଆବଶ୍ୟକ ସଂଖ୍ୟା ଅଛି କି ପ୍ରଶ୍ନରେ ଦଳ କହିଛି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ତ୍ୟାଗ କରିବା ଗ୍ରହଣୀୟ ନୁହେଁ । NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ ବିରୋଧୀ ଦଳଙ୍କ ଭିନ୍ନଭିନ୍ନ ମତାମତ ରହିଛି । ଜଣେ ଆଦିବାସୀ ମହିଳା ପ୍ରାର୍ଥୀ ହୋଇଥିବାରୁ କିଛି ଆଞ୍ଚଳିକ ଦଳ ମଧ୍ୟ ତାଙ୍କୁ ସମର୍ଥନ ଦେଇ ସାରିଛନ୍ତି । କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ ଏଥିରେ ଭିନ୍ନତା ଦେଖିବାକୁ ମିଳିବ ।

ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜୁଲାଇ 19 ରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ 6 ତାରିଖରେ ଭୋଟିଂ ହେବ । ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କରିନାହିଁ । ଅଗଷ୍ଟ 6 ତାରିଖରେ ଦେଶର ନୂତନ ତଥା 16 ତମ ଉପ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.