ETV Bharat / bharat

Congress presidential election: କିଏ ହେବ କଂଗ୍ରେସ ହାଇକମାଣ୍ଡ ? ଆଜି ଫଳାଫଳ

author img

By

Published : Oct 19, 2022, 7:59 AM IST

Updated : Oct 19, 2022, 11:37 AM IST

Congress presidential election: କିଏ ହେବ କଂଗ୍ରେସ ହାଇକମାଣ୍ଡ ? ଆଜି ଫଳାଫଳ
Congress presidential election: କିଏ ହେବ କଂଗ୍ରେସ ହାଇକମାଣ୍ଡ ? ଆଜି ଫଳାଫଳ

ଆଜି କଂଗ୍ରେସ ସଭାପତି ନିର୍ବାଚନ ଭୋଟ ଗଣତି । କିଏ ହେବ କଂଗ୍ରେସ ହାଇକମାଣ୍ଡ ତାହା ଜଣାପଡିବ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନର ଆଜି ଭୋଟ ଗଣତି(Congress presidential election Counting) । ପ୍ରାୟ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ଦଳ କଂଗ୍ରେସକୁ ଅଣଗାନ୍ଧୀ ସଭାପତି ମିଳିବାକୁ ଯାଉଛି । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ(M Kharge) ନା ଶଶୀ ଥରୁର(Shashi Tharoor), କିଏ ହେବ ପରବର୍ତ୍ତୀ କଂଗ୍ରେସ ହାଇକମାଣ୍ଡ ? ଆଜି ଭୋଟ ଗଣତି ପରେ ତାହା ସ୍ପଷ୍ଟ ହେବ । ଆଜି ଦିନ ୧୦ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ସାରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଦିନ ୧୦ଟାରୁ ଦିଲ୍ଲୀ ସ୍ଥିତ ଏଆଇସିସି ହେଡକ୍ବାର୍ଟରରେ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଭୋଟ ଗଣତି ଆରମ୍ଭ ହୋଇଛି ।

ଗାନ୍ଧୀ ପରିବାରର ଏଥର କେହି ସଭାପତି ହେବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁର ଏଥିରେ ପ୍ରତିଦ୍ବନ୍ଦିତା କରିଥିଲେ । ଗତ ସୋମବାର କଂଗ୍ରେସର ନୂଆ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୯୬ ପ୍ରତିଶତ ମତଦାନ ହୋଇଥିଲା । ଦଳର ମୋଟ ୯୫୦୦ ଜଣ ପ୍ରତିନିଧି ଭୋଟ ଦେଇଥିଲେ । ଏଆସିସି ହେଡକ୍ବାର୍ଟରରେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପି ଚିଦାମ୍ବରମ, ଜୟରାମ ରମେଶଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ନିଜ ନିଜର ମତସାବ୍ୟସ୍ତ କରିଥିଲେ ।

Last Updated :Oct 19, 2022, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.