ETV Bharat / bharat

3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ

author img

By ETV Bharat Odisha Team

Published : Dec 3, 2023, 6:50 PM IST

ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ । ଦଳ ନିଜର ପୁନଃନିର୍ମାଣ କରିବ ବୋଲି କହିଲେ, ତେଲେଙ୍ଗାନାବାସୀଙ୍କୁ ଧନ୍ୟବାଦ ଦେଲେ ଖଡଗେ । ଅଧିକ ପଢନ୍ତୁ

3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ
3 ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ: ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନୈରାଶ୍ୟଜନକ କହିଛନ୍ତି ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଏହାକୁ ଏକ ଅସ୍ଥାୟୀ ଅସଫଳତା ବୋଲି କହି ଖଡଗେ 2024 ସାଧାରଣ ନିର୍ବାଚନ ପ୍ରସ୍ତୁତି କଥା ଦୋହରାଇଛନ୍ତି । 2024 ଲୋକସଭା ନିର୍ବାଚନକୁ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳମାନଙ୍କ ସହଯୋଗରେ ସମ୍ପୂର୍ଣ୍ଣ ପ୍ରସ୍ତୁୁତି ସହ ଲଢାଯିବା ନେଇ କହିଛନ୍ତି ଖଡଗେ ।

  • I thank the people of Telangana for the mandate we have received from them.

    I also thank all those who voted for us in Chhattisgarh, Madhya Pradesh and Rajasthan. Our performance in these three states have no doubt been disappointing, but with determination, we reaffirm our…

    — Mallikarjun Kharge (@kharge) December 3, 2023 " class="align-text-top noRightClick twitterSection" data=" ">

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଏହି ରାଜ୍ୟମାନଙ୍କରେ ବେଶ ଭଲ ପ୍ରସ୍ତୁତି ସହ ନିର୍ବାଚନୀ ପ୍ରଚାର କରିଥିଲା ଏପରିକି କଂଗ୍ରେସର ଏହି ରଣନୀତିକୁ ଇଣ୍ଡିଆ ମେଣ୍ଟ ସହଯୋଗୀମାନେ ମଧ୍ୟ ସମାଲୋଚନା କରିଥିଲେ । କଂଗ୍ରେସକୁ ମେଣ୍ଟର ନେତୃତ୍ବ ଦିଆଗଲା, ମାତ୍ର ସେମାନେ ବିଧାନସଭା ନିର୍ବାଚନରେ ଲାଗିଥିବା ନୀତିଶ କୁମାରଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ କହିଥିଲେ । ହେଲେ ତମାମ ପ୍ରସ୍ତୁତି ଓ ପ୍ରଚାର ସତ୍ତ୍ବେ ମଧ୍ୟ କଂଗ୍ରେସକୁ 4 ରାଜ୍ୟରୁ ମାତ୍ର ଗୋଟିଏରେ କ୍ଷମତା ମିଳିଛି । ଦଳ ଶାସନରେ ଥିବା ଦୁଇଟି ରାଜ୍ୟରେ ମଧ୍ୟ କ୍ଷମତା ହାତଛଡା କରିବାକୁ ବାଧ୍ୟ ହୋଇଛି କଂଗ୍ରେସ ।

  • I thank the people of Telangana for the mandate we have received from them.

    I also thank all those who voted for us in Chhattisgarh, Madhya Pradesh and Rajasthan. Our performance in these three states have no doubt been disappointing, but with determination, we reaffirm our…

    — Mallikarjun Kharge (@kharge) December 3, 2023 " class="align-text-top noRightClick twitterSection" data=" ">

ଫଳାଫଳ ସ୍ପଷ୍ଟ ହେବା ପରେ କଂଗ୍ରେସ ହାଇକମାଣ୍ଡ ଖଡଗେ ଟ୍ବିଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ତେଲେଙ୍ଗାନାରେ ଜନାଦେଶ ପାଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଖଡଗେ ଟ୍ବିଟରେ ଲେଖିଛନ୍ତି,‘‘ କଂଗ୍ରେସକୁ ତେଲେଙ୍ଗାନାବାସୀ ଜନାଦେଶ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ । ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ଭୋଟ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ । ଏହି 3 ରାଜ୍ୟରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ନିଷ୍ଠା ସହିତ ଆମେ ଏହି ତିନି ରାଜ୍ୟରେ ପୁଣି ଦଳର ପୁନଃନିର୍ମାଣ ଓ ପୁନରୁତ୍ଥାନ ପାଇଁ ଆମର ଦୃଢ ସଂକଳ୍ପକୁ ନିଶ୍ଚିତ କରିବୁ ।

ଏହା ମଧ୍ୟ ପଢନ୍ତୁ:- ରେଜଲ୍ଟ ପୂର୍ବରୁ ଜଣାଇଲେ ଶୁଭେଚ୍ଛା: ପଦରୁ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି

ଏହା ପୂର୍ବରୁ ଦଳରଅନ୍ୟତମ ପ୍ରମୁଖ ନେତା ରାହୁଲ ଗାନ୍ଧୀ ମଧ୍ଯ ଟ୍ବିଟ କରି ଏହି ଜନାଦେଶକୁ ସ୍ବୀକାର କରୁଥିବା କହିଥିଲେ । ରାହୁଲ ଲେଖିଥିଲେ,‘‘ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ । ଆଦର୍ଶବାଦର ଲଢେଇ ଜାରି ରହିବ । ମୁଁ ତେଲେଙ୍ଗାନାବାସୀ ନିକଟରେ କୃତଜ୍ଞ । ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା ନିର୍ମାଣ କରିବା ଦିଗରେ ନିଜର ପ୍ରତିଶୃତି ପୂରଣ କରିବୁ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ପରିଶ୍ରମ ଓ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.