ETV Bharat / bharat

Karnataka Election Results: ବଜରଙ୍ଗବଲୀ ଶରଣରେ ପ୍ରିୟଙ୍କା, ଜୋଶରେ କଂଗ୍ରେସ

author img

By

Published : May 13, 2023, 11:25 AM IST

ଦଳ ପକ୍ଷରୁ ଏକ ଭିଡିଓ ଜାରି କରି କୁହାଯାଇଛି ‘‘ ପ୍ରିୟଙ୍କା ଗାନ୍ଧୀ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବଜରଙ୍ଗବଲୀଙ୍କ ଶରଣ ପଶିଛନ୍ତି । ପ୍ରିୟଙ୍କା ପୂଜାର୍ଚ୍ଚନା କରି ଦେଶବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।’’ ଅଧିକ ପଢନ୍ତୁ

Etv Bharat
Etv Bharat

ଶିମଲା: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଛି । ଦଳୀୟ ନେତା କର୍ମୀ ଉତ୍ସବ ମନାଉଛନ୍ତି । ଦଳ ବୃହତ ବିଜୟ ଅଭିମୁଖେ ଅଗ୍ରସର ହେଉଥିବା ବେଳେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବଜରଙ୍ଗବଲୀ ଶରଣରେ ଅଛନ୍ତି । ହିମାଚଳ ପ୍ରଦେଶ ଶିମଲା ଗସ୍ତରେ ଥିବା ପ୍ରିୟଙ୍କା ଆଜି ସକାଳୁ ସ୍ଥାନୀୟ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବଜରଙ୍ଗବଲୀଙ୍କ ଶରଣ ପଶିଛନ୍ତି ।

ଏନେଇ ଦଳ ପକ୍ଷରୁ ଏକ ଭିଡିଓ ଜାରି କରି କୁହାଯାଇଛି ‘‘ ପ୍ରିୟଙ୍କା ଗାନ୍ଧୀ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବଜରଙ୍ଗବଲୀଙ୍କ ଶରଣ ପଶିଛନ୍ତି । ପ୍ରିୟଙ୍କା ପୂଜାର୍ଚ୍ଚନା କରି ଦେଶବାସୀଙ୍କ ପାଇଁ ଆଶୀର୍ବାଦ କାମନା କରିଛନ୍ତି ।’’

ଏହାବି ପଢନ୍ତୁ- Karnataka Election Results: ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ବହୁମତ, ତିନି ଅଙ୍କ ଛୁଇଁ ନପାରେ ବିଜେପି

କଂଗ୍ରେସ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ମଧ୍ୟ ଜାରି କରି ଲେଖିଛି,‘‘ମୁଁ ଅଜୟେ...ମୋର ବହୁତ ଭରସା ଅଛି...ହଁ ଆଜି ମୁଁ ଅଜୟେ’’ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ନେତାଙ୍କ ଜୋଶ ଏବେ ପୁରା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବଜରଙ୍ଗବଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବ୍ୟାକଫୁଟରେ ଥିଲା । ଏହା ସତ୍ତ୍ବେ ବଜରଙ୍ଗବଲୀଙ୍କ ଆଶୀର୍ବାଦ କଂଗ୍ରେସକୁ ମିଳିଛି । କଂଗ୍ରେସ ନେତା ମାନେ ଦଳର ବିଜୟକୁ ନେଇ ଭାରତ ଯୋଡ ଯାତ୍ରାର ପ୍ରଭାବ ବୋଲି ଦାବି କରୁଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ବହୁମତ ମିଳିବ ବୋଲି ଆକଳନ କରିଥିଲେ । ଆଜି ଏକଜିଟ ପୋଲ ମଧ୍ୟ ଏକ ପ୍ରକାର ସଫଳ ସାବ୍ୟସ୍ତ ହୋଇଛି ।

ଏହାବି ପଢନ୍ତୁ- Karnataka Result: ଚର୍ଚ୍ଚାରେ ହୁବଲି-ଧାରୱାଦ ଓ ଅଥାନି ସିଟ୍, ଏଠି ବିଜେପିକୁ ଟକ୍କର ଦେଉଛନ୍ତି ବାଗି ନେତା

କର୍ଣ୍ଣାଟକ ଦଖଲ ପାଇଁ କଂଗ୍ରେସ ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା । ପ୍ରାୟ ଦୁଇ ବର୍ଷ ତଳୁ ଦଳର ରାଜ୍ୟ ଶାଖା ନେତା ମାନେ ଏକତ୍ରିତ ହୋଇ ବିଜେପି ବିରୋଧରେ ଲଢେଇ ପାଇଁ ମାନସିକ ଭାବେ ପ୍ରସ୍ତୁତି ଚଳାଇଥିଲେ । କେଉଁ ଢଙ୍ଗରେ ବିଜେପିକୁ କାଉଣ୍ଟର କରି ହେବ ତାହାକୁ ନେଇ କଂଗ୍ରେସ ଦୀର୍ଘଦିନ ହେବ ଅଙ୍କକଷୁଥିଲା । ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ କଂଗ୍ରେସ ସାରା ରାଜ୍ୟରେ ଅଭିଯାନ ଆରମ୍ଭ କରିଥିଲା । ନିର୍ବାଚନର ୬ ମାସ ପୂର୍ବରୁ ଦଳ ଏକ ପ୍ରକାର ପ୍ରାର୍ଥୀ ଚୟନ ଚୂଡାନ୍ତ କରିଥିଲା ।

ଏତତ ବ୍ୟତୀତ କେଉଁ ନିର୍ବାଚନ ପ୍ରତିଶୃତି କର୍ଣ୍ଣାଟକବାସୀ ଗ୍ରହଣ କରିବେ ତାହା ଆକଳନ କରିବାରେ ଦଳ ସଫଳ ହୋଇଥିଲା । ଯାହା ଦ୍ବାରା କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଆଣିଥିଲା । କଂଗ୍ରେସ ଘୋଷଣା କରିଥିଲା କ୍ଷମତାକୁ ଆସିଲେ ୫ଟି ‘ଗ୍ୟାରେଣ୍ଟି’ ପାଳନ କରିବ । କଂଗ୍ରେସ ଘୋଷଣା କରିଥିବା ପାଞ୍ଚିଟି ଗ୍ୟାରେଣ୍ଟି ହେଉଛି ଗୃହ ଜ୍ୟୋତି ଗ୍ୟାରେଣ୍ଟି... ଏହାର ଅଧିନରେ ପ୍ରତି ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣା, ଗୃହଲକ୍ଷ୍ମୀ ଗ୍ୟାରେଣ୍ଟିରେ ପ୍ରତି ପରିବାର ମହିଳା ମୁଖିଆଙ୍କୁ ମାସକୁ ୨୦୦୦ ଟଙ୍କା ସହାୟତା, ଅନ୍ନଭାଗ୍ୟ ଯୋଜନାରେ ବିପିଏଲ ପରିବାରର ପ୍ରତି ସଦସ୍ୟଙ୍କୁ ମାସକୁ ୧୦ କିଲୋଗ୍ରାମ ମାଗଣା ଚାଉଳ, ସ୍ବାସ୍ଥ୍ୟ ସେବା ଗ୍ୟାରେଣ୍ଟିରେ ପ୍ରତିପରିବାର ମାଗଣା ଚିକିତ୍ସା ଗ୍ୟାରେଣ୍ଟି । ଯାହା ଏବେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.