ETV Bharat / bharat

Karnataka Result: ଚର୍ଚ୍ଚାରେ ହୁବଲି-ଧାରୱାଦ ଓ ଅଥାନି ସିଟ୍, ଏଠି ବିଜେପିକୁ ଟକ୍କର ଦେଉଛନ୍ତି ବାଗି ନେତା

author img

By

Published : May 13, 2023, 10:09 AM IST

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଚର୍ଚ୍ଚାରେ ରହିଛି ହୁବଲି-ଧାରୱାଦ ଓ ଅଥାନି ଆସନ । ଏଠି ବିଜେପି ସହ ମୁହାଁମୁହିଁ ହେଉଛନ୍ତି ଦୁଇ ବାଗି ନେତା ଜଗଦୀଶ ସେଟ୍ଟାର ଓ ଲକ୍ଷ୍ମଣ ସାବଦୀ । ଅଧିକ ପଢନ୍ତୁ

Karnataka Result
Karnataka Result

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ଲଢେଇ ହେଉଛି । ଦୁଇ ଦଳ ପୂର୍ଣ୍ଣ ବହୁମତରେ ସରକାର ଗଠନ ପାଇଁ ଆଶାବାଦୀ ଅଛନ୍ତି । ତେବେ ଏଥର ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ରହିଛି ଦୁଇଟି ଆସନ । ହୁବଲି-ଧାନୱାଦ ମଧ୍ୟ ଏବଂ ଅଥାନି ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି । ଏହାର କାରଣ ହେଉଛି, ଏହି ହାଇପ୍ରୋଫାଇଲ ସିଟ୍‌ରେ ବିଜେପିକୁ ଟକ୍କର ଦେଉଛନ୍ତି ଏହାର ଦୁଇ ହେଭିୱେଟ ବାଗି ନେତା । ଟିକେଟ ନମିଳିବାରୁ କଂଗ୍ରେସ ହାତ ଧରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ହୁବଲି ଆସନରୁ ଏବଂ ପୂର୍ବ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଅଥାନିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ବିଜେପିରୁ ମୁଖ୍ୟମନ୍ତ୍ରୀ ଥିବା ଜଗଦୀଶ ସେଟ୍ଟାର ୧୯୯୯ ଏବଂ ୨୦୧୩ରେ ବିରୋଧି ଦଳ ନେତା ଥିଲେ । ୨୦୦୮ରୁ ୨୦୧୩ରେ ମଧ୍ୟରେ ବାଚସ୍ପଚି ଏବଂ ପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ସଦାନନ୍ଦ ଗୌଡାଙ୍କ ଇସ୍ତଫା ପରେ ସେଟ୍ଟାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ରେ ତାଙ୍କରି ନେତୃତ୍ବରେ ବିଜେପି ନିର୍ବାଚନ ଲଢିଥିଲା । ହେଲେ ଦଳକୁ ମାତ୍ର ୪୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୦୧୮ ନିର୍ବାଚନରେ ଯଦିଓ ଲକ୍ଷ୍ମଣ ସାବଦୀ ହାରି ଯାଇଥିଲେ ତଥାପି ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲା ।

ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହି ଦୁଇ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେଇନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଦୁହେଁ କଂଗ୍ରେସରେ ମିଶିଥିଲେ । ଯାହାକି ବିଜେପିକୁ ଶକ୍ତ ଝଟକା ଦେଇଥିଲା । ସେଟ୍ଟାର ଦଳ ବଦଳାଇବା ପରେ ବିଜେପି ପାଇଁ ହୁବାଲି ଆସନ କବ୍‌ଜା କରିବା ସମ୍ମାନର ବିଷୟ ହୋଇଥିବାରୁ ଏଠାରେ ଦଳ ହାଇଭୋଲଟେଜ ପ୍ରଚାର କରିଥିଲା । ବିଜେପି ସହିତ ଆରଏସ୍‌ଏସ୍‌ର ସେନା ଧୂଆଁଧାର ପ୍ରଚାର ଚଳାଇଥିଲା । ଏହି ହାଇପ୍ରୋଫାଇଲ ଆସନରେ ସେଟ୍ଟାର ଓ ବିଜେପି ନେତା ମହେଶ ଟେଙ୍ଗିନାକାଇଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।

କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଲକ୍ଷ୍ମଣ ସାବଦୀ ସେହି ଲିଙ୍ଗାୟତ ସମ୍ପ୍ରଦାୟର ଅନ୍ୟତମ ନେତା ଅଟନ୍ତି ଯିଏକି ଟିକେଟ୍ ନମିଳିବାରୁ ବିଜେପିକୁ ବାଏ ବାଏ କରି କଂଗ୍ରେସରେ ସାମିଲ ହୋଇଛନ୍ତି । ସାବଦୀ ପୂର୍ବରୁ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢି ୩ ଥରର ବିଧାୟକ ଥିଲେ । ହେଲେ ଚଳିତ ବର୍ଷ ନିର୍ବାଚନରେ ବିଜେପି ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି । ଲକ୍ଷ୍ମଣ ସାବଦୀ ଅଥାନି ଆସନରୁ ନିର୍ବାଚନ ଲଢୁ ଥିବାବେଳେ ଏଠି ତାଙ୍କ ବିପକ୍ଷରେ ମହେଶ କୁମାଥଲ୍ଲୀଙ୍କୁ ଛିଡା କରିଛି ବିଜେପି । ତେଣୁ ଏହି ଦୁଇଟି ଆସନ ଉପରେ ଏବେ ସଭିଁଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.