ETV Bharat / bharat

ଖାଉଟିଙ୍କୁ ଆଶ୍ବସ୍ତି, କମିଲା ବ୍ୟବସାୟିକ LPG ସିଲିଣ୍ଡର ଦର

author img

By

Published : Jul 1, 2022, 10:29 AM IST

ଖାଉଟିଙ୍କୁ ଆଶ୍ବସ୍ତି,କମିଲା LPG ସିଲିଣ୍ଡର ଦର
ଖାଉଟିଙ୍କୁ ଆଶ୍ବସ୍ତି,କମିଲା LPG ସିଲିଣ୍ଡର ଦର

ମାସ ଆରମ୍ଭରୁ ଶସ୍ତା ହେଲା ବ୍ୟବସାୟିକ ଏଲପିଜି (Commercial LPG Cylinder) ସିଲିଣ୍ଡର ମୂଲ୍ୟ । ଆଜିଠାରୁ ସିଲିଣ୍ଡରର ମୂଲ୍ୟ ୧୯୮ ଟଙ୍କାକୁ ହ୍ରାସ କରାଯାଇଛି।

ନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ବସ୍ତି । ମାସ ଆରମ୍ଭରୁ ଶସ୍ତା ହେଲା ବ୍ୟବସାୟିକ ଏଲପିଜି(Commercial LPG Cylinder) ସିଲିଣ୍ଡର ମୂଲ୍ୟ । ଆଜିଠାରୁ ସିଲିଣ୍ଡରର ମୂଲ୍ୟ ୧୯୮ ଟଙ୍କାକୁ ହ୍ରାସ କରାଯାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୦୨୧ ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଏହାର ମୂଲ୍ୟ ୨୨୧୯ ଟଙ୍କା ଥିଲା ।

ଦେଶର ଅନେକ ସହରରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧୮୨ ଟଙ୍କାକୁ ହ୍ରାସ ହୋଇଥିବା ବେଳେ ମୁମ୍ବାଇରେ ୧୯୦.୫୦ ଟଙ୍କା ହ୍ରାସ ପାଇଛି । ସେହିପରି ଚେନ୍ନାଇରେ ୧୮୭ ଟଙ୍କା ରହିଛି । IOCL ତରଫରୁ ଏହି ନୂଆ ଦର ଜାରି କରାଯାଇଛି । ଘରୋଇ LPG ସିଲିଣ୍ଡର(domestic LPG cylinder ) ମୂଲ୍ୟରେ ଅପରିବର୍ତ୍ତିତ ରହିଛି । ଗତ ମେ ମାସ ୧୯ରେ ଏହି ଦରରେ ପରିବର୍ତ୍ତନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.