ETV Bharat / bharat

ଦିଲ୍ଲୀରେ କୋଇଲା ଅଭାବରୁ ହସ୍ପିଟାଲ, ମେଟ୍ରୋରେ ବ୍ୟାହତ ହୋଇପାରେ ବିଜୁଳି ସେବା

author img

By

Published : Apr 29, 2022, 4:09 PM IST

କୋଇଲା ଅଭାବରୁ ହସ୍ପିଟାଲ, ମେଟ୍ରୋରେ ବ୍ୟାହତ ହୋଇପାରେ ବିଜୁଳି ସେବା: ଦିଲ୍ଲୀ ସରକାର
କୋଇଲା ଅଭାବରୁ ହସ୍ପିଟାଲ, ମେଟ୍ରୋରେ ବ୍ୟାହତ ହୋଇପାରେ ବିଜୁଳି ସେବା: ଦିଲ୍ଲୀ ସରକାର

କୋଇଲା ଅଭାବରୁ ଦିଲ୍ଲୀରେ ଡାକ୍ତରଖାନା, ମେଟ୍ରୋ ଷ୍ଟେସନ ସହ ବଡ ବଡ ପ୍ରତିଷ୍ଠାନରେ ବିଜୁଳି ଯୋଗାଣରେ ବ୍ୟାହତ ହୋଇପାରେ । ଏନେଇ ଗତକାଲି(ଗୁରବାର) ସତର୍କ କରାଇଛନ୍ତି ଦିଲ୍ଲୀ ସରକାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋଇଲା ଅଭାବରୁ ଦିଲ୍ଲୀରେ ଡାକ୍ତରଖାନା, ମେଟ୍ରୋ ଷ୍ଟେସନ ସହ ବଡ ବଡ ପ୍ରତିଷ୍ଠାନରେ ବିଜୁଳି ଯୋଗାଣରେ ବ୍ୟାହତ ହୋଇପାରେ । ଏନେଇ ଗତକାଲି(ଗୁରବାର) ସତର୍କ କରାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଦାଦ୍ରି-୨ ଏବଂ ଉଞ୍ଚାହାର ପାଓ୍ବାର ଷ୍ଟେସନରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବା କାରଣରୁ ଜରୁରୀକାଳୀନ ପ୍ରତିଷ୍ଠାନ, ଡାକ୍ତରଖାନା, ମେଟ୍ରୋ ଷ୍ଟେସନକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣରେ ସମସ୍ୟା ହୋଇପାରେ । ରାଜଧାନୀକୁ ବିଦ୍ୟୁତ ଯୋଗାଉଥିବା ପାଓ୍ବାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇଦେବା ନିମନ୍ତେ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ଜୈନ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀର ୨୫ରୁ ୩୦% ବିଜୁଳି ବିଦ୍ୟୁତ ବିତରଣ କେନ୍ଦ୍ର ଚାହିଦା ମେଣ୍ଟାଉଛି । ଜନସାଧାରଣଙ୍କୁ ଯେପରି ବିଦ୍ୟୁତକାଟର ସମସ୍ୟା ନଉପୁଜେ ସେନେଇ ସରକାର ସବୁ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଅନେକ ଅଞ୍ଚଳରେ ବିଦ୍ୟୁତକାଟକୁ ଏଡାଇବା ପାଇଁ ଏହି କେନ୍ଦ୍ର ସାହାଯ୍ୟ କରିଥାଏ । ଏହାସହ ଗ୍ରୀଷ୍ମ ଋତୁରେ ଦିଲ୍ଲୀ ହସ୍ପିଟାଲ, ମେଟ୍ରୋ ଷ୍ଟେସନକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ଏହି କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍‌ର (NTPC) ଦାଦ୍ରି-୨ ଏବଂ ଝାଜ୍ଜର (Aravali) ବିଦ୍ୟୁତକେନ୍ଦ୍ରରେ କୋଇଲା ପରିମାଣ ହ୍ରାସ ପାଉଛି । ଫଳରେ ଦିଲ୍ଲୀ ସରକାର ବିଜୁଳି ଯୋଗାଣରେ ବ୍ୟାହତ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହି ଷ୍ଟେସନଗୁଡିକ ମୁଖ୍ୟତଃ ଦିଲ୍ଲୀର ବିଦ୍ୟୁତ ଚାହିଦା ପୂରଣ ପାଇଁ ପ୍ରତିଷ୍ଠା ହୋଇଥିଲା ।

ସୂଚନା ଅନୁସାରେ, ଦାଦ୍ରୀ-୨, ଉଞ୍ଚାହାର, କାହାଲଗାଓଁ, ଫରକ୍କା ଏବଂ ଝାଜ୍ଜରରୁ ସମୁଦାୟ ୧ ହଜାର ୭୫୧ ମେଗାଓ୍ବାଟ ବିଦ୍ୟୁତ ପାଇଥାଏ । ଦାଦ୍ରି-୨ରୁ ଦିଲ୍ଲୀକୁ ସର୍ବାଧିକ ୭୨୮ ମେଗାଓ୍ବାଟ ବିଦ୍ୟୁତ ଯୋଗାଇଥାଏ । କୋଇଲାର ଅଭାବ ଅନେକ ସ୍ଥାନରେ ମୁଣ୍ଡବଥାର କାରଣ ସାଜିଥିବାବେଳେ, ଅନେକ ରାଜ୍ୟ ବିଦ୍ୟୁତ ଚାହିଦା ପୂରଣ ପାଇଁ ସଂଘର୍ଷ କରୁଛନ୍ତି । ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ କହିଛି ଯେ, ସମଗ୍ର ଭାରତରେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କୋଇଲା ଅଭାବର ମୁକାବିଲା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.