ETV Bharat / bharat

ହିଜାବ ପିନ୍ଧିବା ପାଇଁ ବାଧ୍ୟ କରୁଥିଲେ ସ୍କୁଲ କର୍ତ୍ତୃପକ୍ଷ ! ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 2, 2023, 6:56 AM IST

ମଧ୍ୟ ପ୍ରଦେଶରେ ଘରୋଇ ସ୍କୁଲରେ ହିଜାବ ପିନ୍ଧିବା ପାଇଁ ବାଧ୍ୟ କରାଯିବା ଘଟଣାରେ କ୍ଷୁବ୍ଦ ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ହିଜାବ ପିନ୍ଧିବା ପାଇଁ ବାଧ୍ୟ କରୁଥିଲା ସ୍କୁଲ କର୍ତ୍ତୃପକ୍ଷ ! ତଦନ୍ତ ନିର୍ଦ୍ଦେଶ ଦେଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ
ହିଜାବ ପିନ୍ଧିବା ପାଇଁ ବାଧ୍ୟ କରୁଥିଲା ସ୍କୁଲ କର୍ତ୍ତୃପକ୍ଷ ! ତଦନ୍ତ ନିର୍ଦ୍ଦେଶ ଦେଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟ ପ୍ରଦେଶର ଦାମୋହର ଏକ ଘରୋଇ ବିଦ୍ୟାଳୟରେ ହିଜାବ ପିନ୍ଧିବାକୁ ବାଧ୍ୟ କରାଯିବା ଓ ହିଜାବରେ ଛାତ୍ରୀଙ୍କର ଫଟୋ ଭାଇରାଲ ହେବା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିଛି ।

ସୂଚନା ଅନୁସାରେ, ଦାମୋହର ଏକ ଘରୋଇ ବିଦ୍ୟାଳୟର ହୋର୍ଡିଂରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କର ଫଟୋ ଦେଖିବାକୁ ମିଳିଥିଲା । ହେଲେ ସେମାନେ ହିନ୍ଦୁ ଛାତ୍ରୀ ଓ ସେମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ହିଜାବ ପିନ୍ଧିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହେବା ପରେ ମାମଲାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । କିଛି ହିନ୍ଦୁ ସଂଗଠନ ଉକ୍ତ ବିଦ୍ୟାଳୟର ଲାଇସେନ୍ସ ରଦ୍ଦ କରିବା ଦାବିରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ମଧ୍ୟ ଦେଇଥିଲେ । ତେବେ ଏହି ଘଟଣାକୁ ରାଜ୍ୟ ସରକାର ଅତି ଗମ୍ଭୀରତାର ସହ ନେଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଚୌହାନ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ଜିଲ୍ଲାପାଳଙ୍କୁ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କହିଛନ୍ତି ।

ଘଟଣା ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ସ୍କୁଲ ୟୁନିଫର୍ମ ଅନୁସନ୍ଧାନର ବିଷୟ । ବେସରକାରୀ ବିଦ୍ୟାଳୟଗୁଡ଼ିକ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ୟୁନିଫର୍ମ ସ୍ଥିର କରିବାର ଅଧିକାର ପାଇଛନ୍ତି । ଯଦି ପିଲାମାନଙ୍କର ପିତାମାତା ଏହି ପ୍ରସଙ୍ଗରେ କୌଣସି ଆପତ୍ତି ଦର୍ଶାନ୍ତି, ତେବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହିଜାବ ପିନ୍ଧିବାକୁ ବାଧ୍ୟ କରାଯାଉଥିବା ନେଇ କୌଣସି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଭୟ ବିଭାଗୀୟ ଓ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିସାରିଛନ୍ତି । ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଯଦି ନିର୍ଦ୍ଧାରିତ ଡ୍ରେସକୋଡ ବ୍ୟତୀତ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରିଥିବାର ପ୍ରମାଣ ସାମ୍ନାକୁ ଆସେ, ତାହାଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତବର୍ଷ କର୍ଣ୍ଣାଟକର ଏକାଧିକ ସ୍କୁଲ ଓ କଲେଜରେ ହିଜାବ ବିବାଦ ଦେଖିବାକୁ ମିଳିଥିଲା । ରାଜ୍ୟରେ ବିବାଦ ବଢିବା ସହ ଏହା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ହେଲେ ସ୍କୁଲ ଓ କଲେଜରେ କେବଳ ନିର୍ଦ୍ଧାରିତ ପୋଷାକ ସହ ଛାତ୍ରଛାତ୍ରୀ ସ୍କୁଲକୁ ଆସିପାରିବେ । ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ କୋର୍ଟ ମଧ୍ୟ ବାରଣ କରିଥିଲେ । ଏହା ପରେ ମାମଲା ସାମାନ୍ୟ ଥଣ୍ଡା ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.