ETV Bharat / bharat

Odisha Investors Meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

author img

By

Published : Oct 16, 2022, 11:08 PM IST

Updated : Oct 17, 2022, 7:20 AM IST

Odisha Investors meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
Odisha Investors meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଶିଳ୍ପାୟନ ନେଇ ରାଜ୍ୟ ସରକରଙ୍କ ଉଦ୍ୟମ । ଆଜି ଅର୍ଥାତ ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ । ହାଇଦ୍ରାବାଦରେ ହେବ ପଞ୍ଚମ ତଥା ଶେଷ ଓଡି଼ଶା ଇନଭେଷ୍ଟର୍ସ ମିଟ । ଓଡିଶାକୁ କିଭଳି ଅଧିକରୁ ଅଧିକ ପୁଞ୍ଜି ନିବେଶକ ଆସିବେ ଏବଂ ପୁଞ୍ଜି ନିବେଶ କରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ୟମ ଚଳାଇଛନ୍ତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିଲେ କଣ କଣ ସୁବିଧା ଦିଆଯିବ ସେନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓଡ଼ିଶାରେ ଶିଳ୍ପାୟନ ନେଇ ରାଜ୍ୟ ସରକାରଙ୍କ ଉଦ୍ୟମ । ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବା ସହ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଶିଳ୍ପାୟନ ପାଇଁ କାହିଁ ସର୍ବୋକୃଷ୍ଟ ସେନେଇ ଶିଳ୍ପପତିଙ୍କୁ ବୁଝାଇବେ ନବୀନ । ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା-୩ ସଂସ୍କରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗତ ଜୁଲାଇ ମାସରେ ଦୁବାଇ ଏବଂ ଏହାପରେ ଗତ ସେପ୍ଟେମ୍ବର ମାସରେ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଯାଇ ଶିଳ୍ପପତିଙ୍କ ସହିତ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏଥି ସହିତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ବିଜନେସ ଟାଇକୁଣ୍ଡମାନଙ୍କୁ ପ୍ରବର୍ତ୍ତାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡିଶା ସରକାରଙ୍କ ପକ୍ଷରୁ ଆଜି (ଅକ୍ଟୋବର ୧୭)ରେ ହାଇଦ୍ରାବାଦରେ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ । ହାଇଦ୍ରାବାଦରେ ହେବ ପଞ୍ଚମ ତଥା ଶେଷ ଓଡି଼ଶା ଇନଭେଷ୍ଟର୍ସ ମିଟ । ଓଡିଶାକୁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଉଦ୍ୟମ କରାଯାଉଛି । ଓଡିଶାକୁ କିଭଳି ଅଧିକରୁ ଅଧିକ ପୁଞ୍ଜି ନିବେଶକ ଆସିବେ ଏବଂ ପୁଞ୍ଜି ନିବେଶ କରିବେ ସନେଇ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ୟମ ଚଳାଇଛନ୍ତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିଲେ କଣ କଣ ସୁବିଧା ଦିଆଯିବ ସେନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରିବେ । ଏହି ଅବସରରେ ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ ଓଡି଼ଶା ଇନଭେଷ୍ଟର୍ସ ମିଟ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ଜୁଲାଇ ମାସରେ ଦୁବାଇ ଠାରେ ଅନୁଷ୍ଠିତ 'ଓଡ଼ିଶା ଇନଭେଷ୍ଟର୍ସ ମିଟ’ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ''ଚଳିତ ବର୍ଷ ମେକ ଇନ ଓଡ଼ିଶା ଗ୍ଲୋବାଲ ଇନଭେଷ୍ଟର ମିଟ-2022 ଅନୁଷ୍ଠିତ ହେବ । ଭୁବନେଶ୍ବରରେ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି ଶିଳ୍ପ ଉପରେ ଫୋକସ ରହିବ । ବିଭିନ୍ନ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।

ପ୍ରାଥମିକ ଭାବେ ପ୍ରାୟ 21 ହଜାର କୋଟି ପୁଞ୍ଜି ନିବେଶ ନେଇ ବିଭିନ୍ନ କମ୍ପାନୀ ପ୍ରତିଶୃତି ଦେଇଛନ୍ତି । ଯେଉଁଥିରେ ପ୍ରାୟ 19 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦୁବାଇରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟକୁ ଫିକି ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜନ କରାଯାଇଛି । ଏଥିରେ ୟୁଏଇ ଓ ମିନା ଦେଶସମୂହର ପ୍ରାୟ 150ଟି କମ୍ପାନୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ମଧ୍ୟ ଦୁବାଇ ଇନ୍‌ଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ ।

ଗତ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଦେଶ ବିଦେଶର ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଇନଭେଷ୍ଟର୍ସ ମିଟ । ଦିଲ୍ଲୀରେ ଅନୁଷ୍ଠିତ ଇନଭେଷ୍ଟର୍ସ ମିଟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 16ରୁ ଅଧିକ ଯେପରିକି ଆମେରିକା, ବ୍ରିଟେନ, ଜାପାନ, ଲକ୍ସମ୍ବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲି,ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ, ସିଙ୍ଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ 16ଟି ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ଆଲୋଚନା କରିବା ପରେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମାବେଶରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଏହି ଆଲୋଚନା ବେଳେ ଓଡ଼ିଶାରେ ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।

ସେହିପରି ସେପ୍ଟେମ୍ବର ମାସର ଦ୍ବିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଅନୁଷ୍ଠିତ ‘ଓଡିଶା ଇନଭେଷ୍ଟର୍ସ ମିଟ’ (odisha investors meet)ରେ ଯୋଗଦେଇଥିଲେ । ରାଜ୍ୟକୁ ଅଧିକରୁ ଅଧିକ ପୁଞ୍ଜି ଆଣିବା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik ) । ମୁଖ୍ୟମନ୍ତ୍ରୀ ପ୍ରଥମେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗୃପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ । ପରେ ପରେ ଏକାଧିକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ ଗସ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବେଙ୍ଗାଲୁରୁର ହୋଟେଲ ତାଜ ଓ୍ବେଷ୍ଟ ଏଣ୍ଡରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Odisha Investors meet in Bengaluru ) । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁରେ ଏକାଧିକ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିଲେ (CM Naveen Patnaik met many entrepreneurs)। ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ସହ ଅନ୍ୟ 9 ଜଣ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଭେଟିଥିଲେ ନବୀନ ।

ସେହିପରି ମୁଖ୍ୟମନ୍ତ୍ରୀ ଗୋଲଡେନ ହିଟାଚିର ଏମଡି ସଇଦ ଫହାଦ, 91-ସ୍ପ୍ରିଙ୍ଗବୋର୍ଡର ସହପ୍ରତିଷ୍ଠାତା ଭରୁଣ ଚାୱଲା ଓ ପ୍ରନୟ ଗୁପ୍ତା, ଡୋଡିଆ ଡାଏରୀର ନିର୍ଦ୍ଦେଶକ ଏଏମ୍‌ଏସ୍ ରେଡ୍ଡୀଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ତା ସହିତ ନନ୍ଦୀ ପାୱାରଟୋନିକର ଏମ୍‌ଡି ଏଚ୍‌ଏନ୍‌ ରାମକ୍ରୀଷ୍ଣା, ନେଷ୍ଟାୱେର ଏମ୍‌ଡି ଅମରେନ୍ଦ୍ର ସାହୁ, ମେରଲୀନାହକ ଏରୋସ୍ପେସର ନିର୍ଦ୍ଦେଶକ ଜାବୀ ଜୋସେଫ ଆଣ୍ଡୋଥ, MVM ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ନନ୍ଦ ଭେଙ୍କଟ ରାଓ, ସିବାନୀ ଏନର୍ଜିର ଏମ୍‌ଡି ପ୍ରଶାନ୍ତ ରାଓଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ କିଭଳି ଅଧିକ ପୁଞ୍ଜି ନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ରୋଡମ୍ୟାପ୍ ବିଷୟରେ ଶିଳ୍ପଜଗତର ଟାଇକୁଣ୍ଡମାନଙ୍କୁ ଅବଗତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଅନ୍ୟୁନ 500 ନିବେଶକ ଯୋଗଦେଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଚଳିତବର୍ଷ ଜୁନ ସୁଦ୍ଧା ଓଡିଶାକୁ ଆସିଛି ଅଧିକ ପୁଞ୍ଜି । ଜୁନ ସୁଦ୍ଧା ଓଡିଶାକୁ 36 ହଜାର 828 କୋଟି ଟଙ୍କାର ନିବେଶ ଆସିଛି । ସର୍ବଭାରତୀୟ ସ୍ତରରେ ଓଡିଶା ଶୀର୍ଷରେ ରହିଛି । 2020ରେ ଦେଶରେ ଓଡିଶା ଚତୁର୍ଥ ସ୍ଥାନରେ ଥିଲା । 2020ରେ ଓଡିଶାକୁ 28 ହଜାର 954 କୋଟି ଟଙ୍କା ପୁଞ୍ଜି ଆସିଥିଲା । 2021ରେ ଦ୍ବିତୀୟ ସ୍ଥାନକୁ ଉଠିଥିଲା ଓଡିଶା । 2021ରେ 89 ହଜାର 167 କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିଲା ।

ଇଟିଭି ଭାରତ, ହାଇଦ୍ରାବାଦ

Last Updated :Oct 17, 2022, 7:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.