ETV Bharat / bharat

Harekrishna Heritage Tower: ଠିଆ ହେବ 400 ଫୁଟର ଟାଓ୍ୱାର, ଭିତ୍ତିପ୍ରସ୍ତର ସ୍ଥାପନ କଲେ KCR

author img

By

Published : May 8, 2023, 10:39 PM IST

Harekrishna Heritage Tower: ଭିତ୍ତିପ୍ରସ୍ତର ସ୍ଥାପନ କଲେ KCR
Harekrishna Heritage Tower: ଭିତ୍ତିପ୍ରସ୍ତର ସ୍ଥାପନ କଲେ KCR

ହାଇଦ୍ରାବାଦରେ ହରେକ୍ରିଷ୍ଣା ଐତିହ୍ୟ ଟାଓ୍ବାରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । 4 ଶହ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଐତିହ୍ୟ ଟାଓ୍ବାର ନିର୍ମାଣରେ ଖର୍ଚ୍ଚ ହେବ 2 ଶହ କୋଟି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ନିର୍ମାଣ ହେବାକୁ ଥିବା 4ଶହ ଫୁଟ ଉଚ୍ଚତା ବିଶିଷ୍ଟ ହରେକ୍ରିଷ୍ଣା ଐତିହ୍ୟ ଟାଓ୍ବାରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଆଜି (ସୋମବାର) ନରସିଙ୍ଗରେ ରାମକ୍ରିଷ୍ଣା ମୁଭମେଣ୍ଟ ଅର୍ଗାନାଇଜେସନ ଦ୍ବାରା ନିର୍ମାଣ ହେବାକୁ ଥିବା ଏହି ଐତିହାସିକ ଟାଓ୍ବାରର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ କେ.ସି ଆର କହିଛନ୍ତି, ଯଦି ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୁଏ, ତେବେ ସେ ଏହାକୁ ନିଜ ପ୍ରତିଭା ବୋଲି କହିଥାଏ, କିନ୍ତୁ ଯେତେବେଳେ ଯେବେ ବିପର୍ଯ୍ୟୟ ଆସେ, ସେହି ବ୍ୟକ୍ତି ଏହାକୁ ଇଶ୍ବରଙ୍କ ଦୋଷ ବୋଲି ଦର୍ଶାଇଥାଏ ।

କେସିଆର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ‘‘ହରେକ୍ରିଷ୍ଣା ଫାଉଣ୍ଡେସନ ଭଲ କାର୍ଯ୍ୟ କରୁଛି । ସଂଗଠନ ଦ୍ବାରା ଜାରି ରହିଥିବା ‘ଅକ୍ଷୟ ପାତ୍ର’ କାର୍ଯ୍ୟକ୍ରମ ଏକ ବେଶ ଉତ୍ତମ କାର୍ଯ୍ୟକ୍ରମ । ହାଇଦ୍ରାବାଦ ପରି ସହରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବଙ୍କୁ ମାତ୍ର 5 ଟଙ୍କାରେ ପେଟ ପୁରା ଖାଦ୍ୟ ପ୍ରଦାନ କରାଯାଉଛି । ଏପରି ମିଶନ ଆରମ୍ଭ କରିବା ସଂଗଠନର ସାଧୁତାର ପରିଚୟ ।"

ଏହି ଐତିହ୍ୟ ଟାଓ୍ବାରର ନିର୍ମାଣରେ ପ୍ରାୟ 2ଶହ କୋଟି ଖର୍ଚ୍ଚା କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀ କ୍ରିଷ୍ଣା ଗୋ-ସେବା ପରିଷଦ ଦ୍ବାରା ଦାନ କରାଯାଇଥିବା 2 ଏକର ପରିମିତ ଜମିରେ ଏହାର ନିର୍ମାଣ କରାଯିବ । ଏହା ହାଇଦ୍ରାବାଦ ସହରର ଆଧ୍ୟାତ୍ମିକତା ଓ ପର୍ଯ୍ୟଟନର ଅନ୍ୟ ଏକ କିର୍ତ୍ତୀମାନ ଭାବେ ସ୍ଥାନ ପାଇବାକୁ ଯାଉଛି । ଏଥିରେ ରାଧାକ୍ରିଷ୍ଣଙ୍କ ସହ 8 ଗୋପୀଙ୍କର ମୂର୍ତ୍ତି ସ୍ଥାପନ କରାଯିବ । ଐତିହ୍ୟ ଟାଓ୍ବାର ପରିସରରେ ତିରୁପତି ମନ୍ଦିର ଢାଞ୍ଚାରେ ଏକ ଅବିକଳ ମନ୍ଦିର ମଧ୍ୟ ନିର୍ମାଣ କରାଯିବ । ଯେଉଁଠାରେ ପ୍ରଭୁ ବାଲାଜୀଙ୍କ ପ୍ରତିମୂର୍ତ୍ତି ପୂଜା ପାଇବ ।

ଏହି ମନ୍ଦିର ‘‘ପ୍ରାଇଡ ଅଫ ଲେତେଙ୍ଗାନା’’ ପ୍ରକଳ୍ପ ଅଧୀନରେ ନିର୍ମାଣ କରୁଛି ହରେକ୍ରିଷ୍ଣା ଫାଉଣ୍ଡେସନ । ଏହି ଭବ୍ୟ ଐତିହ୍ୟରେ ଦକ୍ଷିଣ ଭାରତର ଭାସ୍କର୍ଯ୍ୟ କଳା ସ୍ଥାନ ପାଇବ । କାକିଟ୍ୟ, ଚାଲୁକ୍ଯ ଓ ଦ୍ରାବିଡ ରାଜବଂଶର କଳା କାରିଗରୀର ଏକ ସମିଶ୍ରିତ ଛାପ ଏହି ଐତିହ୍ୟ ଟାଓ୍ବାରରେ ସ୍ଥାନ ପାଇବା ନେଇ ନିର୍ମାଣକାରୀ ସଂସ୍ଥା ଲକ୍ଷ୍ୟ ରଖିଛି । କେବଳ ମନ୍ଦିର ବ୍ୟତୀତ ଏହି ପରିସରରେ ମିଟିଂ ହଲ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସୁବିଧା ମଧ୍ୟ ଉପଲବ୍ଧ ହେବ । ଆଜି ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.