ETV Bharat / bharat

ପ୍ରବାସୀ ଭାରତୀୟଙ୍କୁ ପ୍ରଧାନ ବିଚାରପତିଙ୍କ ସମ୍ବୋଧନ, କହିଲେ ଏକତା ହିଁ ଭାରତର ବିଜୟ ମନ୍ତ୍ର

author img

By

Published : Jun 25, 2022, 8:41 AM IST

Justice NV Ramana participates in Meet and Greet event under auspices of Telugu Community of Washington DC
ପ୍ରବାସୀ ଭାରତୀୟଙ୍କୁ ପ୍ରଧାନ ବିଚାରପତିଙ୍କ ସମ୍ବୋଧନ, କହିଲେ ଏକତା ହିଁ ଭାରତର ବିଜୟ ମନ୍ତ୍ର

ଦକ୍ଷିଣ ଆମେରିକୀୟ ଗସ୍ତରେ ରହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସେଠାରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ବୋଗାଟୋ: ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି ରମଣା (Justice NV Ramana tours to America) । ସେ ନ୍ୟୁୟର୍କ ସିଟିରେ ଥିବା କଲମ୍ବିଆ ବିଶ୍ବବିଦ୍ୟାଳୟକୁ ଶୁକ୍ରବାର ଭ୍ରମଣ କରିଛନ୍ତି । ୟୁନିଭର୍ସିଟିର ଲାଇବ୍ରେରୀରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଆଜି ଭର୍ଜିନିଆରେ ଆୟୋଜିତ ଏକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଆମ୍ବେଦରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଆମ୍ବେଦରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭର୍ଜିନିଆରେ ଆୟୋଜିତ କାର୍ଯ୍ୟକ୍ରମ 'Meet and Greet' ଇଭେଣ୍ଟ (Meet and Greet event under the auspices of Telugu Community)ରେ ରମଣା ଯୋଗ ଦେଇଛନ୍ତି । ୱାଶିଂଟନ ଡିସିରେ ଥିବା ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଠାରେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରଧାନ ବିଚାରପତି ରମଣା ସମ୍ବୋଧିତ କରିଛନ୍ତି । ଏହାପରେ ଆସନ୍ତା ଜୁଲାଇ ୧ ତାରିଖରେ ଇଣ୍ଡୋ-ଆମେରିକାନ ଆସୋସିଏସନ ପକ୍ଷରୁ ମିଲପିଟାସଠାରେ ଏକ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି ।

କଲମ୍ବିଆ ବିଶ୍ବବିଦ୍ୟାଳୟ ଭ୍ରମଣ କଲେ CJI ରମଣା
କଲମ୍ବିଆ ବିଶ୍ବବିଦ୍ୟାଳୟ ଭ୍ରମଣ କଲେ CJI ରମଣା

ସୂଚନା ଥାଉ କି ଗୁରୁବାର ନ୍ୟୁୟର୍କ ବିମାନ ବନ୍ଦରରେ ପ୍ରଧାନ ବିଚାରପତି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତ ବାୟୋଟେକ ମୁଖ୍ୟ କ୍ରୀଷ୍ଣା ଇଲ୍ଲା, ଏମଡି ସୁଚିତ୍ରା ଇଲ୍ଲା, ଭାରତୀୟ କନସଲେଟ ଜେନେରାଲ୍ ରନ୍ଧୀର ଜୈଶୱାଲ, TANA ର ପୂର୍ବତନ ସଭାପତି ଜୟ ଥାଲୁରୀ ଏବଂ TANA ମାନ୍ୟଗଣ୍ୟ ବ୍ୟକ୍ତି ଭଲିଭେଟି ବ୍ରହ୍ମାଜୀ, ଭସିରେଡି ଭାମସି ଏବଂ ଅରବିନ୍ଦ ଏନ.ଭି ରମଣାଙ୍କୁ ସ୍ବାଗତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.