ETV Bharat / bharat

ଭାରତ ପାଇଁ ଚ୍ୟାଲେଞ୍ଜ ହୋଇଛି ଚୀନ, 2047 ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ ନୌସେନା: Navy Chief

author img

By

Published : Sep 21, 2022, 3:56 PM IST

Navy Chief R Hari kumar
ନୌସେନା ମୁଖ୍ୟ

ଆର୍ଥିକ ସଂଙ୍କଟ ପରେ ବି, ପାକିସ୍ତାନ ତାର ସେନା ଆଧୁନିକୀକରଣ ଜାରି ରଖଛି ଏହା ସହ ଭାରତ ପାଇଁ ଚୀନ ଏକ କଠିନ ଚ୍ୟାଲେଞ୍ଜ ହୋଇଥିବା କହିଛନ୍ତି ନୌସେନା ମୁଖ୍ୟ ଆର ହରି କୁମାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନ ଏକ କଠିନ ଚ୍ୟାଲେଞ୍ଜ ଭାବେ ଉଭା ହୋଉଛି (China a Formidable Challenger says Navy Chief) । ଯିଏକି କେବଳ ଭାରତର ସ୍ଥଳ ସୀମା ନୁହେଁ ସମୁଦ୍ର କ୍ଷେତ୍ରରେ ମଧ୍ୟ ତାର ଉପସ୍ଥିତି ବୃଦ୍ଧି କରିଥିବା କହିଛନ୍ତି ନୌସେନା ମୁଖ୍ୟ ଆର ହରି କୁମାର। ନୌସେନା ଭାରତ ମହାସାଗର କ୍ଷେତ୍ରରେ (Indian Ocean Region) ନିୟମିତ ନଜର ରଖାଯାଇଥିବା କହିଛନ୍ତି ନୌସନା ମୁଖ୍ୟ।

ଭାରତର ନୌସେନା କ୍ରାନ୍ତୀ ଏକ ସାରରୀୟ ଶକ୍ତି ବିଷୟ ଆଧାରିତ ଆଲୋଚନାରେ ଯୋଗ ଦେଇ ନୌସେନା ପ୍ରମୁଖ ଦେଶ ପାଇଁ ପାରମ୍ପରିକ ଏବଂ ଅନ୍ୟ ସୁରକ୍ଷା ଚ୍ୟାଲେଞ୍ଜ ଦିଗ ଉପରେ ଆଲୋଚନା କରିଥିଲେ। ସେ ଏହା ବି କହିଛନ୍ତି, ''ଆର୍ଥିକ ସଂଙ୍କଟ ପରେ ବି, ପାକିସ୍ତାନ ତାର ସେନା ଆଧୁନିକୀକରଣ ଜାରି ରଖଛି । ଖାସ କରି ତାର ନୌସେନାର ପାଖାପାଖି 2030-2035 ଯାଏଁ 50 ଲୋଟଫାର୍ମ ବଳରେ ନିୟୋଜିତ ହେବାକୁ ପ୍ରସ୍ତୁତ ହେଉଛନ୍ତି ।''

ସେ ଆହୁରି କହିଛନ୍ତି, ପାରମ୍ପରିକ ସାମରିକ ଆହ୍ବାନ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାରେ ଆତଙ୍କବାଦ ଏକ ବଡ ବିପଦ ହୋଇଛି । ଦିନକୁ ଦିନ ପ୍ରତିଯୋଗିତା ହେବା ସହିତ ସମ୍ଭାବ୍ୟ ପ୍ରତିଦ୍ବନ୍ଦୀମାନଙ୍କ ସହିତ ଯୁଦ୍ଧକୁ କେବେ ବି ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନୌସେନା ମୁଖ୍ୟ । ଏହି ସମ୍ବଦ୍ଧରେ ଚୀନ ଏକ କଠିନ ଆହ୍ବାନ ହୋଇଛି । ଚୀନ କେବଳ ଭାରତର ସ୍ଥଳ ସୀମା ନୁହେଁ ସମୁଦ୍ରିକ କ୍ଷେତ୍ରରେ ତାର ଉପସ୍ଥିତି ମଜବୁତ କରିଛି । ଚୀନ ହିନ୍ଦ ମହାସାଗରରେ 2008ରୁ ଏକ ସୈନ୍ୟ ଆଡ୍ଡା କରିଛି । ସେହି କ୍ଷେତ୍ରରେ ଶ୍ରୀଲଙ୍କା, ମିଆଁମାର ଓ ପାକିସ୍ତାନ ତଥା ଅନ୍ୟ ଦେଶର ସମୁଦ୍ର ତଟରେ ମଧ୍ୟ ସେନା ବିକଶିତ କରୁଛନ୍ତି । ହିନ୍ଦ ମହାସାଗର କ୍ଷେତ୍ରର ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ନୌସେନା ମୁଖ୍ୟ ।

ଏହା ବି ପଢନ୍ତୁ...କାଗଜ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

2047ରେ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ ନୌସେନା...

ନୌସେନା ମୁଖ୍ୟ ଆର ହରି କୁମାର କହିଛନ୍ତି ଯେ, 2047 ସୁଦ୍ଧା ଭାରତୀୟ ନୌସେନା ଜାହାଜ ଏବଂ ଉତ୍ପାଦନ ଠାରୁ ଆରମ୍ଭ କରି ଅତିରିକ୍ତ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁଥିରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବ। ଋଷ ଓ ୟୁକ୍ରେନ ଯୁଦ୍ଧରୁ ବହୁତ କିଛି ଶିଖିବାକୁ ଅଛି ଯେଉଁଥିରେ ନୂତନ ଜ୍ଞାନକୌଶଳ, ସାଇବର ସ୍ପେସ ଏବଂ ସମସ୍ତ ଗୁଳି ବ୍ୟବହାର ହୋଇଥିବା ଦେଖିବାକୁ ମିଳଛି । ଦୁଇ ଦେଶ ମଧ୍ୟରେ ବିବାଦ କୌଣସି ଦେଶକୁ ସୁରକ୍ଷା ଦେବା ପାଇଁ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଉପରେ ଆଲୋକପାତ କରିଛି । ଭାରତ ପ୍ରତିରକ୍ଷା ସମ୍ମିଳନୀ 2022ରେ ଏକ ପ୍ରଶ୍ନର ଉତ୍ତରରେ ନୌସେନା ମୁଖ୍ୟ କହିଛନ୍ତି, 2047 ଭିତରେ ଆମ ପାଖରେ ପୂର୍ଣ୍ଣ ସ୍ବେଦଶୀ ନୌସେନା ରହିବ । ସେ ଜାହାଜ ହେଉ କି ବିମାନ । ସମ୍ପୂର୍ଣ୍ଣ ଭାବରେ ଆତ୍ମନିର୍ଭର ନୌସେନା ହେବା ଆମ ଲକ୍ଷ୍ୟ । ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଭାରତୀୟ ନୌସେନାର ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି କି ପ୍ରଶ୍ନର ଉତ୍ତରରେ ନୌସେନା ମୁଖ୍ୟ କହିଛନ୍ତି ବର୍ତ୍ତମାନ ଆମ ଉପରେ କୌଣସି ଚାପ ନାହିଁ । ଆମ ପାଖରେ ଯଥେଷ୍ଟ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.