ETV Bharat / bharat

ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ୧୨ ଚିତା

author img

By

Published : Jan 27, 2023, 10:22 PM IST

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଭାରତକୁ ଆସିବେ ୧୨ ଚିତା
ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଭାରତକୁ ଆସିବେ ୧୨ ଚିତା

ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ ୧୨ ଚିତା । ଏନେଇ ଦୁଇ ଦେଶ ମଧ୍ୟରେ ରାଜିନାମା ହୋଇଛି । ଅଧିକ ପଢନ୍ତୁ

ଭୋପାଳ: ଭାରତରେ ବଢିବ ଚିତାବାଘ ବଂଶ । ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ ୧୨ ଚିତା । ଏଥିପାଇଁ ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି । ରାଜିନାମା ଅନୁସାରେ, ଆସନ୍ତା ମାସ(ଫେବୃୟାରୀ) ସୁଦ୍ଧା ଦକ୍ଷିଣ ଆଫ୍ରିକା ଭାରତକୁ ୧୨ଟି ଚିତାବାଘ ପଠାଇବ । ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାବାଘମାନଙ୍କୁ ଛଡାଯିବ । ପ୍ରତ୍ୟେକ ଚିତା ପାଇଁ ଭାରତକୁ ୩ ହଜାର ଆମେରିକୀୟ ଡଲାର ଦେବାକୁ ପଡିବ । ଚଳିତ ମାସରେ ଏହି ଚିତାମାନଙ୍କୁ ଅଣାଯିବାକୁ ଯୋଜନା ଥିବାବେଳେ ଫେବୃୟାରୀରେ ଆସିବେ ବୋଲି ସୂଚନା ମିଳିଛି ।

ଭାରତ ଆସିବେ ୧୨ ଚିତା
ଭାରତ ଆସିବେ ୧୨ ଚିତା

ରାଜିନାମ ଅନୁଯାୟୀ, ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ବାର୍ଷିକ ୧୨ଟି ଚିତା ପଠାଇବ । ଏହି ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ଭାରତ ଆସିବେ । ଏହିପରି ଭାବେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତାବାଘ ଭାରତ ଅଣାଯିବ । ଏନେଇ ଦକ୍ଷିଣ ଆଫ୍ରିକା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଭାରତ ଅଣାଯାଇଥିଲା । ଏବେ ଆଉ ୧୨ଟି ଚିତା ଆଣିବାକୁ ପ୍ରସ୍ତୁତି କରାଯାଉଛି । ଦକ୍ଷିଣ ଆଫ୍ରିକା ଜଙ୍ଗଲରେ ସେହି ଚିତାମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ଜୁଲାଇ ୧୫ ତାରିଖରୁ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ଲମ୍ବା ସମୟ ଧରି କ୍ବାରେଣ୍ଟାଇନରେ ରହିବା ଯୋଗୁଁ ଚିତାମାନଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ନୂଆ ଅତିଥିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ରହିଛି କୁନୋ ଜାତୀୟ ଉଦ୍ୟାନ । ଏନେଇ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀ କହିଛନ୍ତି, ଜାତୀୟ ଉଦ୍ୟାନରେ ଏହି ନୂଆ ଅତିଥିମାନଙ୍କ ରହିବା ୧୦ଟି କ୍ବାରେଣ୍ଟାଇନ ଖୁଆଡ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୭୦ ବର୍ଷ ପରେ ଗତବର୍ଷ ସେପ୍ଟେମ୍ବରରେ ଭାରତ ମାଟିରେ ଚିତା ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମିବ୍ୟାରୁ ଆଠଟି ଚିତା ଆଣିଥିଲେ ଓ ନିଜ ଜନ୍ମଦିନରେ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହା ମଧ୍ୟରେ ୩ଟି ଅଣ୍ଡିରା ଓ ୫ଟି ମାଇ ଚିତା ରହିଥିଲେ । ଏବେ ପୁଣି ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.