ETV Bharat / bharat

CBSE Results: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : Jul 22, 2022, 6:02 PM IST

ପ୍ରକାଶ ପାଇଛି CBSE ମ୍ୟାଟ୍ରିକ ପରୀକ୍ଷା ଫଳ(CBSE 10th Results) । ଏହାକୁ ନେଇ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

CBSE Results: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ
CBSE Results: ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ହାଇଦ୍ରାବାଦ: ପ୍ରକାଶ ପାଇଛି CBSE ମ୍ୟାଟ୍ରିକ ପରୀକ୍ଷା ଫଳ(CBSE 10th Results 2022 Out) । ୧ ଲକ୍ଷ ୩୪ ହଜାର ୭୯୭ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିଭଳି ୩୩ ହଜାର ୪୩୨ ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ବର୍ଷ ପାସହାର ୯୪.୪ ପ୍ରତିଶତ ରହିଛି । ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କୁ କୌଣସି ଡିଭିଜନ ଦିଆଯାଇନାହିଁ । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, "CBSE ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଛାତ୍ରଛାତ୍ରୀ ଆଗାମୀ ଦିନରେ ଉଚ୍ଚଶିକ୍ଷା ଲାଭ କରିବେ ବୋଲି ଆଶା କରୁଛି । ଭବିଷ୍ୟତରେ ସମସ୍ତ ଛାତ୍ରଛାତ୍ରୀ ସଫଳତା ହାସଲ କରନ୍ତୁ ଏହାହିଁ ମୋର କାମନା ।"

ସେହିଭଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି CBSE ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "CBSE ଦଶମ ପରୀକ୍ଷାରେ ପାସ୍‌ କରିଥିବା ମୋର ଯୁବବନ୍ଧୁମାନଙ୍କୁ ଅନେକ ଶୁଭେଚ୍ଛା । ପାସ୍‌ ୯୪.୪ ପ୍ରତିଶତ ଦେଖି ମୁଁ ବହୁତ ଖୁସି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.