ETV Bharat / bharat

J&K insurance scam: ସତ୍ୟପାଲ ମଲ୍ଲିକଙ୍କୁ CBIର ସମନ, ମୋଦିଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ

author img

By

Published : Apr 21, 2023, 10:10 PM IST

Etv Bharat
Etv Bharat

ଜମ୍ମୁ କାଶ୍ମୀର ବୀମା ଘୋଟାଲା ମାମଲା । ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ ଜାରି କଲା CBI । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ ଜାରି କଲା ସିବିଆଇ । ବୀମା ଘୋଟାଲା ମାମଲାରେ ତାଙ୍କୁ ପଚରାଉଚରା କରିବା ଲାଗି ସିବିଆଇ ସମନ ଜାରି କରିଛି । ସତ୍ୟପାଲଙ୍କୁ ଆକବର ରୋଡ ସ୍ଥିତ ଗେଷ୍ଟ୍‌ ହାଉସକୁ ଡକାଯାଇଥିବା ବେଳେ ଏହି ମାମଲାରେ CBI ସ୍ପଷ୍ଟୀକରଣ ଚାହୁଁଥିବା କହିଛନ୍ତି ସତ୍ୟପାଲ । ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସମୟରେ ଏହି ବିବାଦୀୟ ବୀମା ଯୋଜନାକୁ ମିଳିଥିଲା ଅନୁମୋଦନ ।

ଏନେଇ ସତ୍ୟପାଲ କହିଛନ୍ତି, "CBI ଜମ୍ମୁ କାଶ୍ମୀର ବୀମା ଘୋଟାଲା ମାମଲାରେ କିଛି ସ୍ପଷ୍ଟୀକରଣ ଚାହୁଁଛି । ଏବେ ମୁଁ ରାଜସ୍ଥାନ ଗସ୍ତରେ ରହିଛି । ଏଣୁ ମୁଁ ଆସନ୍ତା ୨୭ରୁ ୨୯ ତାରିଖ ମଧ୍ୟରେ ଉପସ୍ଥିତ ହୋଇପାରିବି ବୋଲି କହିଛି ।" ୨୦୨୨ ବୀମା ଘୋଟାଲା ମାମଲାରେ ସତ୍ୟପାଲଙ୍କୁ CBI ସମନ ଜାରି କରିଛି । ଏହି ମାମଲା ଜମ୍ମୁକାଶ୍ମୀର କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପ ସହ ଜଡ଼ିତ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ୨୨୦୦ କୋଟି ମୂଲ୍ୟର ପ୍ରକଳ୍ପରେ ଘୋଟାଲା ହୋଇଛି ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ଆଇସକ୍ରିମ ଖାଇ ୧୨ବର୍ଷର ନାବାଳକ ମୃତ, ପିଉସୀ ରଚିଥିଲା ଷଡ଼ଯନ୍ତ୍ର

ମାମଲାରେ ୨ଟି କମ୍ପାନୀ ରିଲାଏନ୍ସ ଜେନେରାଲ ଇନ୍ସୁରାନ୍ସ ଓ ଟ୍ରିନିଟି ବ୍ରୋକର୍ସ ଲିମିଟେଡ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ବିବାଦୀୟ ବୀମା ଯୋଜନା ସରକାରୀ କର୍ମଚାରୀଙ୍କ ପାଇଁ ରହିଥିଲା । ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସମୟରେ ଏହାକୁ ଅନୁମୋଦନ ମିଳିଥିଲା । ଅଗଷ୍ଟ ୨୦୧୮ରେ ଏନେଇ ବୈଠକ ବସିଥିଲା । ଅଭିଯୋଗ ଆସିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ବେଳେ ବୀମା ଯୋଜନାରେ ଘୋଟାଲା ସମ୍ପର୍କରେ ଜଣା ପଡ଼ିଥିଲା । ସତ୍ୟପାଲଙ୍କ ସମୟରେ ଏହାକୁ ଅନୁମୋଦନ ମିଳିଥିବାରୁ ତାଙ୍କୁ ସମନ ଜାରି କରିଛି CBI ।

ନିକଟରେ ମୋଦିଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ: ସୂଚନା ଥାଉ କି ସତ୍ୟପାଲ ମଲ୍ଲିକ ଏକ ୱେବସାଇଟକୁ ଇଣ୍ଟରଭ୍ୟୁ ଦେଇ ନିକଟରେ ଚର୍ଚ୍ଚାକୁ ଆସିଥିଲେ । ସେ କହିଥିଲେ ଯେ ପୁଲୱାମା ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଚୁପ୍‌ ରହିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଏକ ଢାବାରୁ ତାଙ୍କୁ ଫୋନ କରି ଏହି ଘଟଣାରେ ଚୁପ ରହିବାକୁ କହିଥିଲେ । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କୁ ସମାନ କଥା କହିଥିଲେ । ସେ ଆହୁରି କହିଥିଲେ ଯେ RSS ନେତା ରାମ ମାଧବ ତାଙ୍କୁ ଭେଟିବାକୁ ଆସି ଅମ୍ବାନୀ ଗ୍ରୁପ ସହ ଜଡ଼ିତ କିଛି ଫାଇଲ ମାଗିଥିଲେ । ଏହାକୁ ରାମ ମାଧବ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.