ETV Bharat / bharat

ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା ଓ ସାଂସଦ ରବିଚନ୍ଦ୍ରଙ୍କୁ CBI ନୋଟିସ୍

author img

By

Published : Dec 1, 2022, 2:12 PM IST

ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା ଓ ସାଂସଦ ରବିଚନ୍ଦ୍ରଙ୍କୁ CBI ନୋଟିସ୍
ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା ଓ ସାଂସଦ ରବିଚନ୍ଦ୍ରଙ୍କୁ CBI ନୋଟିସ୍

ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା କମଲାକର ଓ ସାଂସଦ ରବିଚନ୍ଦ୍ରଙ୍କୁ ନୋଟିସ୍ ଜାରି କଲା ସିବିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା କମଲାକରଙ୍କ( Minister Gangula Kamalakar) ଘରେ ପଶିଛି । ହେଲେ ସିବିଆଇ ଅଧିକାରୀ ପହଞ୍ଚିବା ସମୟରେ ମନ୍ତ୍ରୀ ଘରେ ଉପସ୍ଥିତ ନଥିବାରୁ ତଦନ୍ତକାରୀ ଟିମ୍ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଛନ୍ତି । ଯଦିଓ ତେଲେଙ୍ଗାନା ସରକାରଙ୍କ ଅନୁମତି ବିନା ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ଅନୁମତି ନାହିଁ । ହେଲେ ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ଜଣେ ଅଜ୍ଞାତ ବ୍ୟକ୍ତି ମନ୍ତ୍ରୀ ଗଙ୍ଗୁଲାଙ୍କ ଘରକୁ ଯିବା ଘଟଣା ଜଣାପଡିବା ପରେ ସିବିଆଇ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ।

ତେବେ ନିଜକୁ ସିବିଆଇ ଅଫିସରର ପରିଚୟ ଦେଇ ମନ୍ତ୍ରୀଙ୍କ ଘରେ ପଶିଥିବା ବ୍ୟକ୍ତି ଜଣକ ନକଲି ଅଫିସର ହୋଇଥିବା ଜଣାପଡିଛି । ତେଣୁ ସେହି ନକଲି ସିବିଆଇ ଅଧିକାରୀ ସମ୍ପର୍କରେ ଜାଣିବା ପାଇଁ ସିବିଆଇ ମନ୍ତ୍ରୀଙ୍କ ଘରକୁ ଯାଇଥିଲା । ଏହାସହିତ ମନ୍ତ୍ରୀ ଗାଙ୍ଗୁଲା କମଲକର ଏବଂ ସାଂସଦ ଭାବିରାଜୁ ରବିଚନ୍ଦ୍ରଙ୍କୁ ନୋଟିସ୍ ଜାରି କରିଥିଲା । ନୋଟିସ୍‌ରେ ଦୁଇ ନେତାଙ୍କୁ ଆଜି(ଗୁରୁବାର) ଦିଲ୍ଲୀ ସ୍ଥିତି ସିବିଆଇ ହେଡକ୍ବାର୍ଟରରେ ପହଞ୍ଚିବାକୁ କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ସାବାଡ ହେବେ ରୋମିଓ, ମହିଳାଙ୍କୁ ଅସଦାଚରଣ କଲେ ମାରିବ କରେଣ୍ଟ ଝଟକା

ତେବେ ଯାହା ସୂଚନା ମିଳିଛି, ସିବିଆଇ ଅଧିକାରୀ ଘରେ ପହଞ୍ଚିବା ପୂର୍ବରୁ ମନ୍ତ୍ରୀ ଗଙ୍ଗୁଲା କମଲାକର କରିମନଗରରୁ ହାଇଦ୍ରାବାଦ ଚାଲିଯାଇଥିଲେ । କହିରଖୁଛୁ କି, କିଛି ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଅଧିକାରୀମାନେ ହ୍ବାଇଟ୍ ଗ୍ରାନାଇଟ ମାମଲାରେ ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ (FEMA) ଉଲ୍ଲଙ୍ଘନ ନେଇ ମନ୍ତ୍ରୀ ଗଙ୍ଗୁଲା କମଲାକରଙ୍କ ଘରେ ଓ ଅଫିସରେ ତନାଘନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.