ETV Bharat / bharat

Bypolls Results: ୪ ଆସନରେ ଜିତିଲା ଇଣ୍ଡିଆ ମେଣ୍ଟ, ୩ଟି ଆସନରେ ବିଜେପିର ବିଜୟ

author img

By ETV Bharat Odisha Team

Published : Sep 9, 2023, 8:17 AM IST

୬ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ । ୪ଟି ଆସନରେ ଜିତିଲା ଇଣ୍ଡିଆ ମେଣ୍ଟ । ଅଧିକ ପଢନ୍ତୁ

ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ
ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଉପନିର୍ବାଚନରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ବଡ ସଫଳତା ମିଳିଛି । ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ ଜିତିଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଛି । ତ୍ରିପୁରାର ଦୁଇଟିଯାକ ଆସନ ବକ୍ସନଗର ଓ ଧାନପୁରରେ ବିଜେପି ଖାତାକୁ ଯାଇଛି । ବିଜେପି ପ୍ରାର୍ଥୀ ତଫାଜଲ ହୋସେନ ଓ ବିନ୍ଦୁ ଦେବନାଥ ଯଥାକ୍ରମେ ୩୦,୨୩୭ ଏବଂ ୧୮,୮୭୧ ବିପୁଳ ଭୋଟ ବ୍ୟବଧାନରେ ଏହି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡର ବାଗେଶ୍ବର ଆସନ ମଧ୍ୟ ବିଜେପି ଦଖଲ କରିଛି । ଏଠାରେ ବିଜେପି ପ୍ରାର୍ଥୀ ପାର୍ବତୀ ଦାସ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାରଙ୍କୁ ୨,୪୦୦ ଭୋଟରେ ହରାଇଛନ୍ତି ।

ଅନ୍ୟପଟେ କେରଳର ପୁଥୁପ୍ପଲ୍ଲି ଆସନ ପୁଣିଥରେ କଂଗ୍ରେସ ହାତକୁ ଯାଇଛି । କଂଗ୍ରେସ ପ୍ରାର୍ଥୀ ଚାଣ୍ଡି ଓମେନ ନିଜ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପୁଥୁପ୍ପଲ୍ଲି ବିଧାନସଭା ଆସନରେ ସିପିଆଇଏମ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଓମେନ ଚାଣ୍ଡିଙ୍କ ପରଲୋକ ହେବା ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା । ଝାଡଖଣ୍ଡର ଡୁମରି ଆସନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରେ ପ୍ରାର୍ଥୀ ବେବି ଦେବୀ ବିଜୟୀ ହୋଇଛନ୍ତି । ପଶ୍ଚିମବଙ୍ଗରେ ଧୁପଗୁଡି ଆସନ ବିଜେପି ହାତରୁ ଖସିଯାଇଛି । ଏଠାରେ ଟିଏମସି ଜିତିଛି । ଉତ୍ତର ପ୍ରଦେଶ ଘୋଷି ଉପନିର୍ବାଚନରେ ସମାଜବାଦୀ ପାର୍ଟି ନେତା ସୁଧାକର ସିଂହ ବିଜୟ ହାସଲ କରିଛନ୍ତି । ସୁଧାକର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦାରସିଂହ ଚୌହ୍ବାନକୁ ହରାଇଛନ୍ତି । ଦାରାସିଂହ ସପା ଛାଡି ବିଜେପିରେ ମିଶିବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Assembly Bypolls: ଆଜି ୭ ବିଧାନସଭା ଆସନରେ ଉପନିର୍ବାଚନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶର ଘୋଷି, ଝାଡଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର, ପଶ୍ଚିମବଙ୍ଗର ଧୁପଗୁଡି ଓ କେରଳର ପୁଥୁପ୍ପଲ୍ଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୫ ତାରିଖରେ ଉପନିର୍ବାଚନ ମତଦାନ ହୋଇଥିଲା । ଗତକାଲି(ଶୁକ୍ରବାର) ୭ଟି ଯାକ ଆସନରେ ଭୋଟଗ୍ରହଣ ହୋଇ ଫଳାଫଳ ପ୍ରକାଶ ପାଇଛି । ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ କୌଣସି ରାଜ୍ୟରେ ଏହା ପ୍ରଥମ ନିର୍ବାଚନ ଥିଲା ।

ଏହାମଧ୍ୟ ପଢନ୍ତୁ: Sanatan Dharma Row: ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ: ଯୋଗୀ ଆଦିତ୍ୟନାଥ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.