ETV Bharat / bharat

ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ

author img

By

Published : Sep 9, 2022, 2:07 PM IST

Updated : Sep 9, 2022, 2:19 PM IST

ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ
ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ

ଦେଶର ବିଭିନ୍ନ ଅଞ୍ଚଳରେ ଜଳାଭାବ ସମସ୍ୟା ରହିଛି । ରାଜରାସ୍ତା ନିର୍ମାଣ ଦ୍ବାରା ସେସବୁ ସ୍ଥାନରେ ଜଳ ସମସ୍ୟାକୁ ଦୂରୀକରଣ କରାଯାଇ ପାରିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ''ଦେଶର ଅନେକ ପ୍ରାନ୍ତରେ ଉତ୍କଟ ଜଳାଭାବ ସମସ୍ୟା ରହିଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ସେହି ସବୁ ଅଞ୍ଚଳରେ ଲୋକଙ୍କ ଜଳକଷ୍ଟ ଦୂର କରିପାରିବ । ସେଠାରେ ରାଜରାସ୍ତା ନିର୍ମାଣ କରାଯାଇ ଛୋଟ ଛୋଟ ହ୍ରଦ ସୃଷ୍ଟି କରାଯିବ । ଯାହା ଲୋକଙ୍କ ଜଳ ଆବଶ୍ୟକତା ମେଣ୍ଟାଇପାରିବ ।'' ବେଙ୍ଗାଲୁରୁରେ ଭାରତମାଳ ଯୋଜନା ଅଧିନରେ ଆୟୋଜିତ 'ମନ୍ଥର କାର୍ଯ୍ୟକ୍ରମ'ରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ(Union Minister Nitin Gadkari) ।

ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ
ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ

''ସମସ୍ତେ ଜାଣନ୍ତି ଯେ, ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ କେନ୍ଦ୍ର ସରକାର 'ମିଶନ ଅମୃତ ସରୋବର'(Mission Amrit Sarovar) ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଭବିଷ୍ୟତ ଲାଗି ଜଳ ସଂରକ୍ଷଣ ଉଦ୍ଦେଶ୍ୟରେ ଚଳିତ ବର୍ଷ ଏପ୍ରିଲ ୨୪ ତାରିଖ ପଞ୍ଚାୟତରାଜ ଦିବସ ଦିନ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । କିନ୍ତୁ ସଡକ, ପରିବହନ ମନ୍ତ୍ରଣାଳୟ ଏହି ଜଳ ସମସ୍ୟାର ସମାଧାନ କରିପାରିବ'' ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ
ଜଳକଷ୍ଟ ଦୂର କରିବ ପରିବହନ ମନ୍ତ୍ରଣାଳୟ, ଉପାୟ ବତାଇଲେ ଗଡକରୀ

ଗଡକରୀ ଆହୁରିମଧ୍ୟ କହିଛନ୍ତି ଯେ, ''ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ 'ଅମୃତ ସରୋବର' ମିଶନ ଲଞ୍ଚ କରିଛି । ଏହି ମିଶନରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳଉତ୍ସ ବିକାଶ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନଙ୍କ ସମେତ ମନ୍ତ୍ରୀମାନେ ଦୁଇ ଦିନି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛିନ୍ତି । ଏହି କାର୍ଯ୍ୟକ୍ରମର ଥିମ୍ Ideas to Action-Towards a smart, ସ୍ଥାୟୀ ସଡକ ଭିତ୍ତିଭୂମି(sustainable road infra), ଗତିଶୀଳତା(mobility) ଏବଂ ଲଜିଷ୍ଟିକ୍ ଇକୋସିଷ୍ଟମ(logistics ecosystem) ରହିଛି । କିନ୍ତୁ ରାଜରାସ୍ତା ନିର୍ମାଣ କରାଯାଇ ଲୋକଙ୍କ ଜଳଯନ୍ତ୍ରଣା ଦୂର କରାଯାଇ ପାରିବ ।''

ଏହାମଧ୍ୟ ପଢନ୍ତୁ: ଆତ୍ମହତ୍ୟା ଉଦ୍ୟମ କରୁଥିବା NEET ପରୀକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇଲା ଫେସବୁକ୍ !

କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, ସେ ବିଦର୍ଭ ଅଞ୍ଚଳରୁ ଆସିଛନ୍ତି । ସେଠାରେ ବିଗତ ବର୍ଷମାନଙ୍କରେ ହଜାର ହଜାର କୃଷକ ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ଯୋଗୁଁ ଏହି ଚାଷୀମାନେ ଆତ୍ମହତ୍ୟା କରୁଥିବାବେଳେ, କୃଷି ସମସ୍ୟାର ପ୍ରମୁଖ କାରଣ ଜଳସଙ୍କଟ ରହିଆସିଛି । ଦେଶର ଅନେକ ଅଞ୍ଚଳରେ ଜଳ ସମସ୍ୟା ରହିଛି । ସେହି ସବୁ ଅଞ୍ଚଳରେ ଜଳର କୌଣସି ଅଭାବ ନାହିଁ, ହେଲେ ଜଳର ସୁପରିଚାଳନା ମୁଖ୍ୟ ସମସ୍ୟା ସାଜିଛି । ସେଠାରେ ରାଜରାସ୍ତା ନିର୍ମାଣ କରି ଆମେ ଲୋକଙ୍କ ପାଇଁ ଛୋଟ ଛୋଟ ହ୍ରଦ ତିଆରି କରିପାରିବୁ ବୋଲି ନୀତିନ ଗଡକାରୀ କହିଛନ୍ତି ।

ମନ୍ତ୍ରୀଙ୍କ କହିବାନୁଯାୟୀ, ''ରାଜରାସ୍ତା ନିର୍ମାଣ ପାଇଁ ମାଟିର ଆବଶ୍ୟକତା ପଡିଥାଏ । ମାଟିକୁ ଏପରି ଭାବେ ଉଠାଯିବ ଯାହାଦ୍ବାରା ସେହି ସ୍ଥାନରେ ଏକ ଜଳଉତ୍ସ ସୃଷ୍ଟି ହୋଇପାରିବ । ଯାହା ନା କେବଳ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକତା ପୂରଣ କରିପାରିବ, ତତ୍‌ସହିତ ନୂଆ ହ୍ରଦ ବା ଜଳଉତ୍ସ ସୃଷ୍ଟି ହୋଇ ଗ୍ରାମୀଣ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ । ଏଭଳି ନୂତନ ପଦକ୍ଷେପ ଦ୍ବାରା ପ୍ରକଳ୍ପ ବ୍ୟୟ ଅଟକଳ ମଧ୍ୟ ହ୍ରାସ ପାଇବ ।''

Last Updated :Sep 9, 2022, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.