ETV Bharat / bharat

ବଜେଟ୍‌ 2021: ଶିକ୍ଷାକୁ 93,224 କୋଟି

author img

By

Published : Feb 1, 2021, 12:55 PM IST

Updated : Feb 1, 2021, 5:21 PM IST

ବଜେଟ୍‌ 2021
ବଜେଟ୍‌ 2021

ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ବଜେଟରେ ଅନେକ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ବଜେଟରେ ଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ବଜେଟରେ 93224 କୋଟି ଟଙ୍କା ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟବରାଦ ହୋଇଛି । ଶିକ୍ଷା ପାଇଁ ଅନେକ ସଂସ୍କାର ଆଣିଥିବାବେଳେ ଉଚ୍ଚଶିକ୍ଷା କମିଶନ ଗଠନ କରାଯିବ ବୋଲି ସେ କହିଛନ୍ତି । ସେହିପରି ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ କରାଯିବ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

ତେବେ ଦେଶରେ 15 ହଜାର ସ୍କୁଲର ଗୁଣାତ୍ମକ ବିକାଶ ହେବ । ଦେଶରେ 100ଟି ନୂଆ ସୈନିକ ସ୍କୁଲ ଖୋଲିବ । PPP ମୋଡରେ ଏସବୁ ସୈନିକ ସ୍କୁଲ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି । ସେପଟେ 758 ନୂଆ ଏକଲବ୍ୟ ମଡେଲ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ସେହିପରି 4 କୋଟି ଦଳିତ ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଲେହରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରାଯିବ ବୋଲି ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ।

ଶିକ୍ଷା କ୍ଷେତ୍ରରେ ବଜେଟ୍‌ର ମୁଖ୍ୟାଂଶ :

  • ଲଦାଖରେ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ହେବ ।
  • ଖୁବଶୀଘ୍ର ହେବ ଉଚ୍ଚଶିକ୍ଷା କମିଶନର ଗଠନ ।
  • 100 ନୂଆ ସୈନିକ ସ୍କୁଲ ସ୍ଥାପନ ହେବ ।
  • 15 ହଜାର ଆଦର୍ଶ ସ୍କୁଲ ତିଆରି ହେବ ।
  • 750 ଏକଲବ୍ୟ ମଡେଲ ସ୍କୁଲ ଖୋଲାଯିବ ।
  • ଆଦିବାସୀ ଅଞ୍ଚଳରେ ବିଶ୍ବବିଦ୍ୟାଳୟ ଖୋଲାଯିବ ।
  • 4 କୋଟି ଦଳିତ ଛାତ୍ରଙ୍କୁ ଲାଭ ମିଳିବ ।
  • ଅନୁସୂଚିତ ଜାତି କଲ୍ୟାଣ ପାଇଁ ମାଟ୍ରିକ ପରବର୍ତ୍ତୀ ସ୍କଲାରସିପ୍‌ ସ୍କିମ୍‌ର ପୁନଃରୁଦ୍ଧାର ହେବ ।
  • ଏଥିରେ 2025-26 ଯାଏ 35,219 କୋଟି ଆବଣ୍ଟିତ କରାଯିବ ।
Last Updated :Feb 1, 2021, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.