ETV Bharat / bharat

ବିବାହ ବେଳେ ତାଳି ମାରିଲେ ବର, କନିଆ ଭାଙ୍ଗିଲା ବାହାଘର; ବିବାହ ଖର୍ଚ୍ଚ ସହିଲେ କନ୍ୟା ପିତା

author img

By ETV Bharat Odisha Team

Published : Dec 8, 2023, 9:33 PM IST

Bride refused to marry for clapping
Bride refused to marry for clapping

ବିବାହ ବେଳେ ବର ତାଳି ମାରିବାରୁ ବାହାଘର ଭାଙ୍ଗିଦେଲେ ଯୁବତୀ । କର୍ଣ୍ଣାଟକରେ ଘଟିଥିବା ଏପରି ବିରଳ ଘଟଣାକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ପରମ୍ପରା ଅନୁଯାୟୀ ଚାଲିଥିଲା ବାହାଘର । ଉଭୟ ବର ଓ କନ୍ୟା ପକ୍ଷ ବେଶ ଖୁସିଥିଲେ । ପୁରୋହିତଙ୍କ ମନ୍ତ୍ର ଧ୍ବନି ସାଙ୍ଗକୁ ୨ ଯୋଡ଼ି ଏକାଠି ହେବାକୁ ଯାଉଥିଲେ । ହେଲେ ଏହି ସମୟରେ ତାଳି ମାରିବା ହେଲା କାଳ । ବର ଜଣକ କୌଣସି ଏକ ରୀତିନୀତିକୁ ପାଳନ କରି ତାଳି ମାରିବା ପରେ ଏହା ଯୁବତୀଙ୍କୁ ପସନ୍ଦ ଆସିନଥିଲା । ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ମନା କରିଦେଇଥିଲେ ବାହା ହେଉଥିବା ଯୁବତୀ । କର୍ଣ୍ଣାଟକ ହୋସାଦୁର୍ଗା ନିକଟ ଚିତ୍ରଦୁର୍ଗା ଅଞ୍ଚଳରେ ଏପରି ବିରଳ ଘଟଣା ଘଟିଛି ।

ଏହି ବିବାହ ଉତ୍ସବ ଭୈରବେଶ୍ବର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ଏଥିଲାଗି ଉଭୟ ପକ୍ଷର ସମସ୍ତ ଅତିଥି, ସମ୍ପର୍କୀୟ, ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ସବୁ କିଛି ଠିକ ଚାଲିଥିଲା । ହେଲେ ବିବାହର ଏକ ନୀତି ଅନୁଯାୟୀ ଉଭୟ ବରକନ୍ୟାଙ୍କୁ ତାଳି ମାରିବାର ଥିଲା । ପୁରୋହିତଙ୍କୁ କଥାକୁ ଅନୁସରଣ କରି ବର ଜଣକ ତାଳି ମାରିଥିଲେ । ହେଲେ ଏହା ଯୁବତୀଙ୍କୁ ଆଦୌ ପସନ୍ଦ ଆସିନଥିଲା । ସେ ତାଳି ମାରିନଥିବା ବେଳେ ବରକୁ ମଧ୍ୟ ଏପରି କରିବାରେ ରୋକିଥିଲେ । ଏହାପରେ ଯୁବତୀ ଅଚାନକ ବିବାହ ପାଇଁ ମନା କରିଦେଇଥିଲେ । ପରିବାର ଲୋକେ ଯେତେ ବୁଝାଇଥିଲେ ମଧ୍ୟ ଯୁବତୀ ଜଣକ ଆଦୌ ଶୁଣିନଥିଲେ । ଶେଷରେ ଏହି ବିବାହ ଭାଙ୍ଗିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଶ୍ୟାମଳ ରଙ୍ଗ ପାଇଁ ବେଦୀରେ ବାହାଘର ଭାଙ୍ଗିଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ଏହାପରେ ବର ପକ୍ଷ କ୍ରୋଧିତ ହୋଇପଡ଼ିଥିଲେ । ସବୁକିଛି ଆୟୋଜନ ହୋଇସାରିଥିବା ବେଳେ ଏପରି ବିବାହ ମଝିରେ ସମ୍ପର୍କ ଭାଙ୍ଗିବାକୁ କଡ଼ା ବିରୋଧ କରିଥିଲେ ବରପକ୍ଷ । ଯୁବତୀଙ୍କ ସହିତ ବର ପକ୍ଷ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏହାପରେ ବସିଥିଲା ପଞ୍ଚାୟତ । ବିବାହରେ ବର ପକ୍ଷରୁ ଯେତେ ଖର୍ଚ୍ଚ ହୋଇଥିଲା, ତାକୁ କନ୍ୟା ପକ୍ଷ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଶେଷରେ କନ୍ୟାର ଏପରି ଅଚାନକ ନିଷ୍ପତ୍ତି ଯୋଗୁଁ ଝିଅଘର ବରପକ୍ଷର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

ଏହି ଘଟଣାକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ଯୁବତୀଙ୍କ ମନରେ କଣ ଅଛି ସେ ଯଦି ପୂର୍ବରୁ କହିଥାନ୍ତେ, ତେବେ କୌଣସି ସମସ୍ୟା ଉପୁଜିନଥାନ୍ତା । ଯୁବତୀ ଜଣକ ଏ ସମ୍ପର୍କରେ ନିଜ ଘରଲୋକଙ୍କୁ ମଧ୍ୟ କହିପାରିଥାନ୍ତେ । ହେଲେ ସେ କାହାକୁ କିଛି ନ ଜଣାଇ ହଠାତ ଏପରି ବିବାହ ଭାଙ୍ଗିବା ଉଚିତ ନୁହେଁ । ଏହି ସମୟରେ ବରପକ୍ଷର ସ୍ଥିତି କିପରି ହେବେ ସେ ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଥିଲା । କନ୍ୟାର ସମ୍ପୂର୍ଣ୍ଣ ଭୁଲ ଥିବାରୁ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି ଝିଅ ଘର ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.