ETV Bharat / bharat

Conman Sukesh Row: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ବୃଦ୍ଧି

author img

By

Published : Nov 11, 2022, 7:01 PM IST

Bollywood actress Jacqueline Fernandezs interim bail extended by Delhi court
Conman Sukesh Row: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ବୃଦ୍ଧି

ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ବୃଦ୍ଧି । ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି । ଜାମିନ ଅବଧି ନଭେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ବୃଦ୍ଧି । ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ହୋଇଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ସେହିଦିନ ହି ଜ୍ୟାକ୍‌ଲିନ୍‌ଙ୍କ ପୂର୍ଣ୍ଣକାଳୀନ ଜାମିନ ଆବେଦନକୁ ନେଇ ଶୁଣାଣି କରିବେ କୋର୍ଟ ।

  • Rs 200 crores money laundering case | Delhi's Patiala House Court extends the interim bail of actor Jacqueline Fernandez till 15th November.

    The order on regular bail will be pronounced on that day. https://t.co/tWEeAuW8zI

    — ANI (@ANI) November 11, 2022 " class="align-text-top noRightClick twitterSection" data=" ">

ବସୁଲି ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଏହାପରେ ସୁକେଶ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍‌ କରିଥିବା ସାମ୍ନାକୁ ଆସିଥିଲା । ଇଡି ସୁକେଶଙ୍କୁ ଗିରଫ କରି ଜେଲ୍‌ ପଠାଇଛି । ତେବେ ସୁକେଶଙ୍କ ବସୁଲି ମାମଲାରେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସାମିଲ ଥିବା ଅଭିଯୋଗ ରହିଛି । ଏହାକୁ ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହେଉଥିବା ବେଳେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଥିଲା । ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ବହୁ ଦାମୀ ଉପହାର ପ୍ରଦାନ କରିଛନ୍ତି ଠକ ସୁକେଶ ଚନ୍ଦ୍ରଶେଖର । ଏଥିରେ ବହୁ ଲଗ୍ଜୁରୀ ଜିନିଷ ସାମିଲ ରହିଛି । ବର୍ତ୍ତମାନ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାରେ ୩୦ରୁ ଅଧିକ ମାମଲା ରୁଜୁ ହୋଇଛି । ଜଣେ ବିତ୍ତଶାଳୀ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ପ୍ରଥମେ ତାଙ୍କୁ ଗିରଫ କରାଯାଇଥିଲା ।

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସମ୍ପର୍କ ବିଷୟରେ ଜଣା ପଡ଼ିବା ପରେ ଲଗାତାର କୋର୍ଟରେ ହାଜର ହେଉଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ଏହାକୁ ନେଇ ତାଙ୍କୁ ଦିଲ୍ଲୀ ପୋଲିସ ଓ ଇଡି ଦୀର୍ଘ ସମୟ ଧରି ପଚରାଉଚରା ମଧ୍ୟ କରିଥିଲା । ସେହିଭଳି ଦିଲ୍ଲୀ ପୋଲିସ EOW ମଧ୍ୟ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ପଚରାଉଚରା କରିଥିଲା ।

ସେପଟେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଓକିଲ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୋର ମହକିଲ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ । ଏଥିପାଇଁ ଆମେ ଲଢ଼େଇ ଜାରି ରଖିବୁ । ଅଭିଯୁକ୍ତ ମଧ୍ୟ ଜ୍ୟାକ୍‌ଲିନ ସହ ତାଙ୍କର ସମ୍ପୃକ୍ତି ନଥିବା କଥା କହି ସାରିଛନ୍ତି ।"

ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ମଧ୍ୟ ଇଡି ଅର୍ଥ ହେରଫେର ମାମଲାରେ ପଚରାଉଚରା କରିଥିଲା । ତାଙ୍କର ମଧ୍ୟ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଥିଲା । ତେବେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ନେଇ ସୁକେଶ ଲେଖିଥିଲେ, "ଏହା ଅତି ଦୁର୍ଭାଗ୍ୟର କଥା ଯେ, ଏହି ମାମଲାରେ ଜ୍ୟାକ୍‌ଲିନଙ୍କ ନାମ ଟଣା ଯାଉଛି । ଆମ ମଧ୍ୟରେ ଘନିଷ୍ଠତା ଥିଲା, ଏଣୁ ମୁଁ ତାଙ୍କୁ ଓ ତାଙ୍କ ପରିବାରକୁ ଉପହାର ଦେଇଥିଲି । ଏଥିରେ ତାଙ୍କର ଭୁଲ୍‌ କଣ ? ସେ ମୋତ କିଛି ବି ମାଗି ନାହାନ୍ତି । ତାଙ୍କ ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ଟଙ୍କା ଆଇନସମ୍ମତ ଆମଦାନୀରେ ହୋଇଛି । ଟ୍ରାଏଲ କୋର୍ଟରେ ଏହାକୁ ପ୍ରମାଣିତ କରିବି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.