ETV Bharat / bharat

Blast at Maharashtra: ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ, 5 ମୃତ

author img

By ETV Bharat Odisha Team

Published : Sep 23, 2023, 1:39 PM IST

blast at century company in maharashtra
blast at century company in maharashtra

ଥାନେରେ ଥିବା ସେଞ୍ଚୁରୀ କମ୍ପାନୀରେ ବିସ୍ପୋରଣ । 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରରେ ଭୟଙ୍କର ବିସ୍ଫୋରଣ । ଏକ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ହେବାକୁ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଥାନେ ଅଞ୍ଚଳର ଉଲହସନାଗରର ଶାହାଦରେ ଥିବା ସେଞ୍ଚୁରୀ କମ୍ପାନୀର ସିଏସ 2 ବିଭାଗରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଜୁସ କାରଖାନାରେ ଭୟଙ୍କର ବିସ୍ଫୋରଣ, 2 ମୃତ

ଆଜି ମଧ୍ୟାହ୍ନ 12ଟା ସମୟରେ କେହି କିଛି ଜାଣିବା ଆଗରୁ କମ୍ପାନୀରେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଫଳରେ କମ୍ପାନୀରେ କାମ କରୁଥିବା 5 ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ସେଞ୍ଚୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ କାରଣରୁ କମ୍ପାନୀରେ ବିସ୍ଫୋରଣ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡିବ ।

ଏହାଲ ମଧ୍ୟ ପଢନ୍ତୁ-Cracker Godown Explosion: ବାଣ ଗୋଦାମରେ ବିସ୍ଫୋରଣ ଘଟି 8 ମୃତ, 20 ଆହତ

ଚଳିତ ମାସ 5 ତାରିଖରେ ଗୁଜୁରାଟର ଏକ କାରଖାନାରେ ବିସ୍ଫୋରଣ ହୋଇଥିଲା । ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ । ଭିରପୋର ଗ୍ରାମରେ ଥିବା ତାପି ନାମକ ଫ୍ରୁଟ ଜୁସ ତିଆରି କାରଖାନାରେ ଏହି ବିସ୍ଫୋରଣ ହୋଇଥିଲା । ଯନ୍ତ୍ରାଂଶରେ ବୈଷୟିକ ସମସ୍ୟା ଯୋଗୁଁ ବିସ୍ଫୋରଣ ହୋଇଥିଲା ।

ଅଗଷ୍ଟ 27 ତାରିଖରେ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା । ଜୁଲାଇ 18 ତାରିଖରେ ଛତଶଗଡ଼ର ବାଲୋଦା ବଜାରରେ ଥିବା ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି 3 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସିମେଣ୍ଟ ପ୍ଲାଣ୍ଟରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

ସେପ୍ଟେମ୍ବର 28 ତାରିଖରେ ହିମାଚଳପ୍ରଦେଶ ହମିରପୁର ଜିଲ୍ଲାରେ ଏକ ଗ୍ୟାସ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଥିଲା । ଗ୍ୟାସ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ସଟସାର୍କିଟ ଯୋଗୁଁ ଟ୍ରକଟିରେ ନିଆଁ ଲାଗି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.