ETV Bharat / bharat

ମୋଦିଙ୍କ ବୈଠକରେ ବୋର ହେଲେ କେଜ୍ରିଓ୍ବାଲ, BJP କହିଲା ଦିଲ୍ଲୀର ମ୍ୟାନରଲେସ ସିଏମ

author img

By

Published : Apr 28, 2022, 7:40 AM IST

ମୋଦିଙ୍କ ବୈଠକରେ ବୋର ହେଲେ କେଜ୍ରିଓ୍ବାଲ, BJP କହିଲା ଦିଲ୍ଲୀର ମ୍ୟାନରଲେସ ସିଏମ
ମୋଦିଙ୍କ ବୈଠକରେ ବୋର ହେଲେ କେଜ୍ରିଓ୍ବାଲ, BJP କହିଲା ଦିଲ୍ଲୀର ମ୍ୟାନରଲେସ ସିଏମ

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠରେ କେଜ୍ରିଓ୍ବାଲଙ୍କ ଆଚରଣକୁ ନେଇ ଭିଡିଓ ଭାଇରାଲ । କେଜ୍ରିଓ୍ବାଲଙ୍କୁ ଦିଲ୍ଲୀର ମ୍ୟାନରଲେସ ସିଏମ ବୋଲି କହିଲା ବିଜେପି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ନେଇ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଯୋଗେ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ସାମିଲ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ବୈଠକ ସମୟରେ କେଜ୍ରିଓ୍ବାଲଙ୍କ ବସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଆଲୋଚନା କରୁଥିବା ସମସୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାତ ଦୁଇଟିକୁ ଉପରକୁ ଟେକିବା ସହ ଆରାମରେ ବସିଥିବା ଦେଖିବାକୁ ମିଳିଛି ।

ଯାହାକୁ ବିଜେପି ପକ୍ଷରୁ ଅଶ୍ଲୀଳ ଆଚରଣ ବୋଲି ଟ୍ବିଟ କରି କୁହାଯାଇଛି । ଏଥି ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଜଣେ ମୁଖ୍ୟମନ୍ତ୍ରୀ ଏପରି କିପରି ଆଚରଣ କରିପାରନ୍ତି ବୋଲି ପ୍ରଶ୍ନ କରିଛି ଦଳ । ବିଜେପି ଆଇଟି ସେଲର ମୁଖ୍ୟ ବୈଠକ ସମୟର ଭିଡିଓ ଟ୍ବିଟ କରି କେଜ୍ରିଓ୍ବାଲଙ୍କୁ ଦିଲ୍ଲୀର ମ୍ୟାନରଲେସ ସିଏମ ବୋଲି ଲେଖିଛନ୍ତି । ଗତକାଲି କୋଭିଡ ସ୍ଥିତି ନେଇ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ବୈଠକରେ କୋରୋନା ସଂକ୍ରମଣ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । କୋଭିଡ ସଂକ୍ରମଣ ଆରମ୍ଭ ହେବା ପର ଠାରୁ ଏହା ପ୍ରଧାନମନ୍ତ୍ରୀଙ୍କ 24ତମ ସମୀକ୍ଷା ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.