ETV Bharat / bharat

Punjab Assembly Polls: ୧୧୭ଟି ଆସନରେ ନିର୍ବାଚନ ଲଢିବ ବିଜେପି

author img

By

Published : Nov 7, 2021, 5:36 PM IST

Punjab Assembly Polls: ୧୧୭ଟି ଆସନରେ ନିର୍ବାଚନ ଲଢିବ ବିଜେପି
Punjab Assembly Polls: ୧୧୭ଟି ଆସନରେ ନିର୍ବାଚନ ଲଢିବ ବିଜେପି

ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛି ବିଜେପି । ଅଧିକ ପଢନ୍ତୁ...

ଚଣ୍ଡିଗଡ଼: ଆଗକୁ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛି ବିଜେପି । ତେବେ ଏ ସମ୍ପର୍କରେ ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମା ସୂଚନା ଦେଇଛନ୍ତି । ରବିବାର ନୂଆଦିଲ୍ଲୀରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରୀ ବୈଠକରେ ସେ ଏ ସମ୍ପର୍କରେ କହିଛନ୍ତି ।

ଆସନ୍ତା ୨୦୨୨ ମସିହାରେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି । ଗତ ୨୦୧୭ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଅଧିକ ୭୭ଟି ଆସନରେ ବିଜୟୀ ହୋଇଥିଲା । ସେପଟେ ଆମ ଆଦମୀ ପାର୍ଟି ୧୧୭ଟି ସିଟ ମଧ୍ୟରୁ ଦ୍ବିତୀୟ ବୃହତ୍ତମ ଦଳ ଭାବେ ୨୦ଟି ଆସନ ଜିତିଥିଲା । ସେପଟେ ଶିରୋମଣି ଅକାଳି ଦଳ(SAD) ୧୫ଟି ଆସନ ଜିତିଥିବା ବେଳେ ବିଜେପି ୩ଟି ଦଳ ଜିତିଥିଲା ।

ନୂଆଦିଲ୍ଲୀରେ ବସିଥିବା ଜାତୀୟ କାର୍ଯ୍ୟକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହୋଇଥିଲେ । ଏହି ବୈଠକରେ ମୁଖ୍ୟତଃ ୭ଟି ରାଜ୍ୟର ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.