ETV Bharat / bharat

BJP Sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ମୋଦି-ଶାହ

author img

By

Published : Dec 8, 2022, 2:32 PM IST

BJP sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ପ୍ରଧାନମନ୍ତ୍ରୀ
BJP sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ (Bhupendra Patel wins in Gujarat)। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର ପାଟିଲଙ୍କ ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଗୁଜୁରାଟରେ ପ୍ରଚଣ୍ଡ ବହୁମତ ସହ 6ଷ୍ଠ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (Bhupendra Patel wins in Gujarat) । ସୋମବାର (12 ତାରିଖ) ରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ (Gujarat new cm oath ceremony)। ଏନେଇ ରଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର ପାଟିଲ ସୂଚନା ଦେଇଛନ୍ତି । ବିଜେପିର ଐତିହାସିକ ସଫଳତା ପରେ ଭୂପେନ୍ଦ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଘୋଷଣା କରିସାରିଛି ।

  • The results of #GujaratElections are quite clear. People have made up their minds to further continue with the journey of development in Gujarat. We humbly accept the mandate of the people. Every worker of BJP is committed to public service: Gujarat CM Bhupendra Patel pic.twitter.com/aujLVwiQpX

    — ANI (@ANI) December 8, 2022 " class="align-text-top noRightClick twitterSection" data=" ">

ଫଳାଫଳ ପରେ ଭୂପେନ୍ଦ୍ର ପଟେଲ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି । ଲୋକେ ବିକାଶର ଧାରାକୁ ଭୋଟ ଦେଇଛନ୍ତି । ଦଳ ଜନମତକୁ ସମ୍ମାନ ଦେଉଛନ୍ତି । ଲୋକଙ୍କ ପାଇଁ ପୂର୍ବ ପରି ବିକାଶମୂଳକ କାର୍ଯ୍ୟର ଧାରା ଜାରି ରହିବ । ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଜନସେବା ପାଇଁ ସମର୍ପିତ ବୋଲି ପଟେଲ କହିଛନ୍ତି ।

  • Gujarat CM will take oath at 2pm on 12th December. PM Modi and Union Home Minister Amit Shah will take part in the oath ceremony: State BJP Chief CR Patil pic.twitter.com/xEaCv7GaUo

    — ANI (@ANI) December 8, 2022 " class="align-text-top noRightClick twitterSection" data=" ">

ଗାନ୍ଧି ନଗର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ପଟିଦାର ବହୁଳ ଆସନ ଘାଟଲୋଡିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ । 2017ରେ ମଧ୍ୟ ସେ ଏହି ଆସନରେ ପ୍ରଥମ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ତାଙ୍କର ବ୍ୟବଧାନ ଥିଲା ପ୍ରାୟ 1ଲକ୍ଷ 17ହଜାର ଭୋଟ । ପ୍ରଥମ ଥର ନିର୍ବାଚିତ ହୋଇଥିବା ସତ୍ତ୍ବେ ମଧ୍ୟ 2021 ସେପ୍ଟେମ୍ବରରେ ବିଜୟ ରୁପାନୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ତେବେ ଚଳିତ ନିର୍ବାଚନରେ ସେ ଦ୍ବିତୀୟ ଥର ନିର୍ବାଚନ ଲଢୁଥିବା ବେଳେ ଚଳିତ ଥର ମଧ୍ୟ ସେ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ଘୋଷଣା କରିସାରିଥିଲା । ଆଜି ରାଜ୍ୟରେ ଦଳ ଐତିହାସିକ ବିଜୟ ଲାଭ କରିବା ସହ ପଟେଲ 2.0 ସରକାର ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.