ETV Bharat / bharat

ମହାରାଷ୍ଟ୍ରରେ ବିଜେପି ସରକାର, ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଫଡନାଭିସ !

author img

By

Published : Jun 30, 2022, 10:19 AM IST

ମହାରାଷ୍ଟ୍ରରେ ବିଜେପି ସରକାର, ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଫଡନାଭିସ !
ମହାରାଷ୍ଟ୍ରରେ ବିଜେପି ସରକାର, ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଫଡନାଭିସ !

ମହାରାଷ୍ଟ୍ରରେ କାଲି ଶପଥ ନେଇପାରେ ବିଜେପି ସରକାର । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ

ମୁମ୍ବାଇ: ପ୍ରାୟ ଅଢେଇ ବର୍ଷ ପରେ ମହାରାଷ୍ଟ୍ରରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ବିଦ୍ରୋହୀ ବିଧାୟକ ସିନ୍ଧେ ଗୋଷ୍ଠୀ ସହାୟତାରେ ସରକାର ଗଠନ କରିବା ପାଇଁ ବିଜେପି ଆସନ୍ତାକାଲି(ଶୁକ୍ରବାର) ରାଜ୍ୟପାଳଙ୍କୁ ଦାବି କରିପାରେ । ତେବେ ଆବଶ୍ୟକୀୟ ସଂଖ୍ୟା ଦୃଷ୍ଟିରୁ ସରକାର ଗଠନରେ କୌଣସି ସମସ୍ୟା ପ୍ରାୟତଃ ଦୃଶ୍ୟମାନ ହେଉନାହିଁ ।

  • Maharashtra Assembly Secretary Rajendra Bhagwat informs all state MLAs that as per Governor's orders, there's no need for a floor test now, so today's special session will not be convened

    Uddhav Thackeray announced his resignation as Maharashtra CM & from his MLC post, yesterday

    — ANI (@ANI) June 30, 2022 " class="align-text-top noRightClick twitterSection" data=" ">

ଆସନ୍ତାକାଲି ଅପରାହ୍ନରେ ବିଜେପି ନେତୃତ୍ବାଧୀନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ସବୁଠୁ ଅଧିକ । ବିରୋଧୀ ଦଳର ନେତା ତଥା ପୂର୍ବରୁ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି । ଅବଶ୍ୟ ଦେବେନ୍ଦ୍ରଙ୍କ ମୁହଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକକ ଚର୍ଚ୍ଚାରେ ଥିବା ବେଳେ ଦଳ ବିଜେପି କିନ୍ତୁ ସେପରି କିଛି ଆନୁଷ୍ଠାନିକ ଘୋଷଣା କରିନାହିଁ ।

288 ବିଧାୟକ ବିଶିଷ୍ଟ ମହାରାଷ୍ଟ୍ରରେ ଏକକ ବୃହତ୍ତମ ଦଳ ଭାବେ 106 ଆସନ ହାତେଇଥିଲା ଭାରତୀୟ ଜନତା ପାର୍ଟି । ପ୍ରଥମେ ବିଜେପି ସରକାର ଗଠନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏନସିପି, ଶିବସନା ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ । ବିରୋଧୀ ଦଳରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । ଚଳିତ ସଙ୍କଟ ପରେ ପୁଣି ଥରେ ବିଜେପିକୁ ସରକାର ଗଠନ କରିବା ପାଇଁ ପୁଣି ସୁଯୋଗ ମଳିଛି । ଦେବେନ୍ଦ୍ର ଫଡନାଭିସ ମଧ୍ୟ ଗତ ଦୁଇ ସପ୍ତାହ ଧରି ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏପରି ସ୍ଥଳେ ବର୍ତ୍ତମାନ ଜାରି ରହିଥିବା ଚର୍ଚ୍ଚା ଆଧାରରେ ସେ ଆସନ୍ତାକାଲି ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ମହାବିକାଶ ଅଗାଡି ସରକାର ପତନ ଘଟି ସାରିଛି । ତେଣୁ ଗୃହରେ ବହୁମତ ପ୍ରମାଣ ଦେବାର ଆବଶ୍ୟକତାର ମଧ୍ୟ ଅନ୍ତ ଘଟିଛି । ରାଜ୍ୟପାଳ ଫ୍ଲୋର ଟେଷ୍ଟ ପାଇଁ ଜାରି କରିଥିବା ସ୍ବତନ୍ତ୍ର ବିଧାନସଭା ଅଧିବେସନ ରଦ୍ଦ ନେଇ ବିଧାନସଭା ସଚିବ ସମସ୍ତ ବିଧାୟଙ୍କୁ ଅବଗତ କରିଛନ୍ତି । ଆସନ୍ତାକାଲି ବିଜେପି ସରକାର ଗଠନ ନେଇ ଦାବି ଜଣାଇବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.