ETV Bharat / bharat

BJP Foundation Day: ବିଦେଶୀ କୂଟନୈତିଜ୍ଞଙ୍କୁ ଦଳୀୟ ମୁଖ୍ୟାଳୟ ପରିଦର୍ଶନ ପାଇଁ ନିମନ୍ତ୍ରଣ

author img

By

Published : Apr 5, 2022, 9:49 PM IST

BJP foundation day: ବିଦେଶୀ କୂଟନୈତିଜ୍ଞଙ୍କୁ ଦଳୀୟ ମୁଖ୍ୟାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଦେଲା ଦଳ
BJP foundation day: ବିଦେଶୀ କୂଟନୈତିଜ୍ଞଙ୍କୁ ଦଳୀୟ ମୁଖ୍ୟାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଦେଲା ଦଳ

ପ୍ରତିଷ୍ଠା ଦିବସରେ କାର୍ଯ୍ୟକ୍ରମରେ ଦଳୀୟ ମୁଖ୍ୟାଳୟ ପରଦର୍ଶନ କରିବା ପାଇଁ ବିଦେଶୀ କୂଟନୈତିଜ୍ଞଙ୍କୁ ନିମନ୍ତ୍ରଣ କଲା ଭାରତୀୟ ଜନତା ପାର୍ଟି । ସାମିଲ ହେବେ ଏସୀୟ ଏବଂ ୟୁରୋପୀୟ ଦେଶ ରାଷ୍ଟ୍ରଦୂତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି (ଏପ୍ରିଲ 6) ବିଜେପି ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ଭିନ୍ନ ଯୋଜନା ରଖିଛି ଦଳ । ବିଭିନ୍ନ ଦେଶର କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତମାନଙ୍କୁ ଦଳୀୟ ମୁଖ୍ୟାଳୟ ପରିଦର୍ଶନ କରିବା ପାଇଁ ଦଳ ନିମନ୍ତ୍ରଣ ଦେଇଛି । ଫଳରେ ଦଳ ଅନ୍ୟ ଦେଶ ସହ ମଧ୍ୟ ସୁସମ୍ପର୍କକୁ ବଢାଇ ପାରିବ।

ଏହି ଅଭିଯାନର ନାମ ରଖାଯାଇଛି ବିଜେପିକୁ ଜାଣନ୍ତୁ 'To Know BJP'। ପ୍ରତିଷ୍ଠା ଦିବସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ରାଷ୍ଟ୍ରୀୟ ପ୍ରବକ୍ତା ଶୁଧାଶୁଂ ଦ୍ବିବେଦୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।

ଏହା ବ୍ୟତୀତ କିଛି ବିଦେଶୀ କୂଟନୈତିଜ୍ଞଙ୍କୁ ମଧ୍ୟ ମୁଖ୍ୟାଳୟ ପରଦର୍ଶନ କରିବାକୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇ ସରିଛି । ଏପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ, ୟୁରୋପୀୟ ୟୁନିଅନର ରାଷ୍ଟ୍ରଦୂତ ଉଗୋ ଆଷ୍ଟୁଟୋ, ପର୍ତ୍ତୁଗାଲର ରାଷ୍ଟ୍ରଦୂତ କାର୍ଲୋସ ପେରେରା ମାର୍କସ, ସ୍ୱିଜରଲ୍ୟାଣ୍ଡର ରାଲଫ ହେକନର୍ ପୋଲାଣ୍ଡର ରାଷ୍ଟ୍ରଦୂତ ଆଡାମ ବୁରାକୋସ୍କି, ରୋମାନିଆର ପ୍ରତିନିଧିତ୍ବ କରୁଥିବା ଡାନିଏଲା ସେଜୋନୋଭ ଟେନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସ୍ପଷ୍ଟ ହୋଇଛି ।

ସେହିପରି ବାଂଲାଦେଶର ମହମ୍ମଦ ଇମ୍ରାନ, ସିଙ୍ଗାପୁରର ସାଇମନ ୱଙ୍ଗ ୱି କୁଏନ, ସ୍ଲୋଭାକିଆର ଲୁବର୍ଟ ମାକ୍ସିମ ହଙ୍ଗେରୀର ଆଣ୍ଡ୍ରାସ ଲାସ୍ଲୋ କିରାଲୀ, ଭିଏତନାମର ପ୍ରତିନିଧି ଫାମ ସାନ ଚାଉ ଏବଂ ନରୱେର ହାନ୍ସ ଯାକୋବ ଫ୍ରିଡେନଲଣ୍ଡ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ସହମତି ପ୍ରକାଶ କରିସାରିଥିବା ଦଳ କହିଛି । ମୁଖ୍ୟତଃ କିଛି ଏସୀୟ ଏବଂ ୟୁରୋପୀୟ ଦେଶ ସହିତ BIMSTEC (Bay of Bengal Initiative for Multi-Sectoral Technical and Economic Cooperation) ରାଷ୍ଟ୍ରର କୂଟନୀତିଜ୍ଞଙ୍କୁ ନିମନ୍ତ୍ରଣ କରିବାକୁ ପ୍ରାଥମିକତା ଦେଇଛି ଦଳ।

ବିଜେପିର ବୈଦେଶିକ ବ୍ୟାପାର ପ୍ରଭାରୀ ବିଜୟ ଚୌଥାଇଓ୍ବାଲେ ଏପରି ଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦଳ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପଡୋଶୀ ଦେଶର କୂଟନୀତିଜ୍ଞଙ୍କ ସହ ସୁସମ୍ପର୍କ ବୃଦ୍ଧି କରିବା ପାଇଁ ଚାହୁଁଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମ୍ବୋଧନରୁ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବିଦେଶୀ ଅତିଥିଙ୍କୁ ଦଳର ପ୍ରତିଷ୍ଠା, ବିଚାରଧାରା ଓ ଯାତ୍ରା ସମ୍ପର୍କରେ ଅବଗତ କରିବା ପାଇଁ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର (documentary) ମଧ୍ୟ ପ୍ରଦର୍ଶିତ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.