ETV Bharat / bharat

ଗୁଡି ସୂତାରେ କଟିଯାଇଥିବା ପକ୍ଷୀଙ୍କ ଚିକିତ୍ସା କଲା ବାର୍ଡ ଆମ୍ବୁଲାନ୍ସ

author img

By ETV Bharat Odisha Team

Published : Jan 13, 2024, 11:31 AM IST

ପକ୍ଷୀ ଆମ୍ବୁଲାନ୍ସ
ପକ୍ଷୀ ଆମ୍ବୁଲାନ୍ସ

Bird ambulance: ରାଜସ୍ଥାନର ପକ୍ଷୀ ଆମ୍ବୁଲାନ୍ସ । ମକର ସଂକ୍ରାନ୍ତି ଗୁଡି ସୂତାରେ କଟି କିମ୍ବା ଫସି ଯାଇ ବିପଦରେ ପଡିଥିବା ପକ୍ଷୀଙ୍କୁ ଉଦ୍ଧାର କରେ ପକ୍ଷୀ ଆମ୍ବୁଲାନ୍ସ । ଅଧିକ ପଢନ୍ତୁ

ପକ୍ଷୀ ଆମ୍ବୁଲାନ୍ସ

ଜୟପୁର: ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡା ପ୍ରତିଯୋଗିତା ଦେଶର ଅଧିକାଂଶ ରାଜ୍ୟର ପ୍ରଚଳିତ । ଏହି ସମୟରେ ଗୁଡିରେ ବ୍ୟବହାର କରାଯାଉଥିବା ସୂତାଗୁଡିକରେ କଟି ଅନେକ ପକ୍ଷୀଙ୍କୁ ବିପଦରେ ପକାଇଥାଏ । ପକ୍ଷୀଗୁଡିକୁ ସୁରକ୍ଷା ଦେବା ପାଇଁ ତଥା ସେମାନଙ୍କ ଚିକିତ୍ସା କରିବା ପାଇଁ ରାଜସ୍ଥାନର କୋଟା ଜିଲ୍ଲା ଅଞ୍ଚଳରେ ସକ୍ରିୟ ରହିଥାଏ ହ୍ୟୁମାନ ହେଲ୍ପଲାଇନ । ଗୁଡିରେ ସୂତାରେ ଫସିରହିଥିବା କିମ୍ବା କଟିଯାଇଥିବା ପକ୍ଷୀମାନଙ୍କ ବିଷୟରେ ଏହି ହ୍ୟୁମାନ ହେଲ୍ପଲାଇନକୁ ଯୋଗାଯୋଗ କଲେ ସେମାନଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ପହଞ୍ଚିଯାଏ 'ପକ୍ଷୀ ଆମ୍ବୁଲାନ୍ସ' । ପକ୍ଷୀମାନଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥାଏ । ପ୍ରତି ବର୍ଷ ଏଭଳି କାମ କରି ବେଶ ପ୍ରଶଂସିତ ହୋଇ ଆସୁଛି ହ୍ୟୁମାନ ହେଲ୍ପଲାଇନ ।

ଚଳିତ ବର୍ଷ ମକର ସଂକ୍ରାନ୍ତି ପୂର୍ବରୁ ହ୍ୟୁମାନ ହେଲ୍ପଲାଇନ ନିଜ କାର୍ଯ୍ୟ ଆରମ୍ଭ କରିଦେଇଛି । ଏହି ସଂଗଠନ ପକ୍ଷରୁ 6ଟି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ଏହି 'ପକ୍ଷୀ ଆମ୍ବୁଲାନ୍ସ' ମକର ସଂକ୍ରାନ୍ତିରୁ ଆଗାମୀ 5 ଦିନ ଯାଏ କାର୍ଯ୍ୟ କରିବ । ସହରର ବିଭିନ୍ନ ଅଞ୍ଚଳରେ ଏହି ଆମ୍ବୁଲାନ୍ସଗୁଡିକୁ ନିୟୋଜିତ କରାଯିବ । ଅନ୍ୟପଟେ ହେଲ୍ପଲାଇନ ନମ୍ବର ମାଧ୍ୟମରେ ମଧ୍ୟ ପକ୍ଷୀ ଆହତ ହୋଇଥିବା ନେଇ ସାଧାରଣ ଲୋକେ ଖବର ଦେଇପାରିବେ । ଏହି ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ପକ୍ଷୀମାନଙ୍କୁ ଉଦ୍ଧାର କରିବ ଓ ସେମାନଙ୍କୁ ପଶୁ ଚିକିତ୍ସାଳୟକୁ ନିଆଯାଇ ସେମାନଙ୍କ ଚିକିତ୍ସା କରାଯିବ ।

ଏହାମଧ୍ୟ ପଢନ୍ତୁ..ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ, ଘର ଚଟିଆର ସଂରକ୍ଷଣ ପାଇଁ ଘରକୁ କଲେ ପକ୍ଷୀ ଉଦ୍ୟାନ

ହ୍ୟୁମାନ ହେଲ୍ପଲାଇନ ସଂଯୋଜକ ମନୋଜ ଜୈନ ଆଦିନାଥଙ୍କ କହିବାନୁଯାୟୀ, ଏହି ମକର ସଂକ୍ରାନ୍ତି ଉତ୍ସବ ଆରମ୍ଭ ପୂର୍ବରୁ ଗୁଡି ସୂତାରେ କଟି 37ଟି ପକ୍ଷୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପକ୍ଷୀର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ପାରା ରହିଛନ୍ତି । ସେମାନଙ୍କ ମଧ୍ୟରେ ସମସ୍ତ ପକ୍ଷୀ ଚାଇନିଜ କିମ୍ବା ମୋନୋଫାଇଟ ସୂତାରେ ଫସି ଆହତ ହୋଇଥିଲେ । ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ 'ପକ୍ଷୀ ଆମ୍ବୁଲାନ୍ସ' ମାଧ୍ୟମରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା ।

200 ପକ୍ଷୀଙ୍କୁ ରଖିବା ପାଇଁ ରହିଛି ପଞ୍ଜୁରୀ: ମନୋଜ ଜୈନ ଆଦିନାଥଙ୍କ ସୂଚନା ଅନୁଯାୟୀ, 2ଟି ଭ୍ୟାନ ଓ 4ଟି ବାଇକକୁ 'ପକ୍ଷୀ ଆମ୍ବୁଲାନ୍ସ' କରାଯାଇଛି । ଏହି 'ପକ୍ଷୀ ଆମ୍ବୁଲାନ୍ସ' ସେବା ମକର ସଂକ୍ରାନ୍ତିର 6ରୁ 7 ଦିନ ପୂର୍ବରୁ ଆରମ୍ଭ କରାଯାଇଥିବା ବେଳେ ମକର ସଂକ୍ରାନ୍ତିରୁ ଆଗାମୀ 4ରୁ 5 ଦିନ ଯାଏ ଚାଲିବ । ଆହତ ପକ୍ଷୀମାନଙ୍କୁ କିଛି ଦିନ ପାଇଁ ଆଶ୍ରୟ ଦେବା ପାଇଁ ପଞ୍ଜୁରୀ ବ୍ୟବସ୍ଥା କରାଯାଇଛି । ଏହି ପଞ୍ଜୁରୀରେ 200 ପକ୍ଷୀ ରହିପାରିବେ । ତେବେ କିଛି ବର୍ଷ ମଧ୍ୟରେ ଏହି ସଂସ୍ଥା ପକ୍ଷରୁ 1500ରୁ ଉର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସୁସ୍ଥ କରାଯାଇଥିବା କହିଛନ୍ତି ମନୋଜ ଜୈନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.