ETV Bharat / bharat

Bike cremation: ମୁଣ୍ଡବିନ୍ଧା ପାଲଟିିଛି E-Challan, ବିହାରରେ ବାଇକର କରାଗଲା ଅନ୍ତିମ ସଂସ୍କାର

author img

By

Published : Jul 21, 2023, 9:42 PM IST

ବିହାରରେ ବାଇକ ବା ମୋଟର ଯାନର ଅନ୍ତିମ ସଂସ୍କାର କଲେ ଯୁବକ । ଜାଣନ୍ତୁ କାରଣ

Etv Bharat
Etv Bharat

ପାଟନା: ବିହାରରେ ବାଇକ ବା ମୋଟର ଯାନ କରାଗଲା ଅନ୍ତିମ ସଂସ୍କାର । ତେବେ ଟ୍ରାଫିକ ନିୟମକୁ ବିରୋଧ କରି ଯୁବକଙ୍କ ଦ୍ବାରା ଏପରି ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜଣେ ବ୍ୟକ୍ତିଙ୍କ ଦିନକୁ ୪ଥର ଚାଲାଣ କଟାଯାଉଥିବା ଅଭିଯୋଗ ଆଣି ଯୁବକମାନେ ପାଟନାରେ ବିରକ୍ତିଭାବ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଲୋକଙ୍କୁ ହଇରାଣ କରିବା ଲାଗି ଚାଲାଣ କାଟୁଥିବା ସେମାନଙ୍କ ଅଭିଯୋଗ ।

ନିଜ ବାଇକର ଅନ୍ତିମ ସଂସ୍କାର କରୁଥିବା ଯୁବକ କୃଷ୍ଣ କୁମାର କଲ୍ଲୁ ହେଉଛନ୍ତି ଜଣେ ସାମାଜିକ କର୍ମୀ । ସେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛି ଯେ ଏଭଳି ଚାଲାଣ କାଟକୁ ନେଇ ରାଜ୍ୟବାସୀ ହଇରାଣ ହରକତ ହେଉଛନ୍ତି । ସେ ସ୍ବୀକାର କରିଛନ୍ତି ଯେ ଟ୍ରାଫିକ ନିୟମ ପାଳନ କରିବା ଉଚିତ । ହେଲେ ଗୋଟିଏ ଦିନରେ ୪-୪ ଥର ଚାଲାଣ କାଟିବାକୁ ସେ ବିରୋଧ କରିଛନ୍ତି । ଖାଲି ସେତିକି ନୁହେଁ ସେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଟ୍ରାଫିକ ନିୟମକୁ ପ୍ରତ୍ୟାହାର ନ କରନ୍ତି ତେବେ ସେ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ।

ଏହା ବି ପଢନ୍ତୁ- Zero Casualty week: ନାବାଳକ ଗାଡି ଚଳେଇଲେ ରଦ୍ଦ ହେବ ବାପାଙ୍କ ଲାଇସେନ୍ସ

ତାଙ୍କ ସହ ଅନେକ ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଯେପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ହୋଇନାହିଁ ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ । ଏ ନେଇ ସାମାଜିକ କର୍ମୀ କୃଷ୍ଣ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏ ପ୍ରକାରର ଟ୍ରାଫିକ ନିୟମକୁ ଫେରାଇ ନେବା ଉଚିତ । ଗୋଟିଏ ଦିନରେ ୪ ଥର ଲେଖାଏଁ ଚାଲାଣ କାଟିବ ସଠିକ ନୁହେଁ । ଏପରି ଗରିବ ଶ୍ରେଣୀର ଲୋକଙ୍କୁ ହଇରାଣ କରଯାଉଛି । ଏଥିଲାଗି ବାଇକର ଆଜି ଅନ୍ତିମ ସଂସ୍କାର କରିଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଗଙ୍ଗାରେ ଦେଇଁ ଆତ୍ମହତ୍ୟା କରିବି ।"

ରାଜଧାନୀ ପାଟନାରେ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ବିନା ହେଲମେଟରେ ବାଇକ ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପୂର୍ବକ ଚାଲାଣ କଟାଯାଉଛି । ଯଦି କେହି ବିନା ହେଲମେଟରେ ଅନେକ ଥର ଉକ୍ତ ରାସ୍ତା ଦେଇ ଯାଉଛି ତେବେ ଅତି ବେଶୀରେ ୪ ଥର ଚାଲାଣ କଟାଯାଉଛି । ପ୍ରତି ଥର ଲାଗି ୧୦୦୦ ଲେଖାଏଁ ଜଣକ ବିରୋଧରେ ୪୦୦୦ ଟଙ୍କା ଜୋରିମାନା ଲଗାଯାଉଛି । ଏହାକୁ ନେଇ ବିହାରରେ ମୁଣ୍ଡ ଟେକିଛି ଜନ ଆନ୍ଦୋଳନ । ରାଜ୍ୟବାସୀ ଏହି ଆଇନକୁ ବିରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.