ETV Bharat / bharat

Bihar politics: 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ବୀ ଉପ ମୁଖ୍ୟମନ୍ତ୍ରୀ

author img

By

Published : Aug 10, 2022, 4:03 PM IST

Bihar politics: 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ବୀ ଉପ ମୁଖ୍ୟମନ୍ତ୍ରୀ
Bihar politics: 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ବୀ ଉପ ମୁଖ୍ୟମନ୍ତ୍ରୀ

8ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତିଶ କୁମାର । ଗତକାଲି ଏନଡିଏରୁ ଓହରିବା ପରେ ଦେଇଥିଲେ ଇସ୍ତଫା । ମହାମେଣ୍ଟ ସମର୍ଥନରେ କଲେ ପୁଣି ସରକାର । ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପାଟନା: ପୁଣି ବିହାରରେ ନୀତିଶ ରାଜ । ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିବା ନୀତିଶ କୁମାର ଆଜି ପୁଣି 8ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ RJD ନେତା ତେଜସ୍ବୀ ଯାବଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ବିହାର ରାଜଭନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହୋଇଛି ।

  • Nitish Kumar takes oath as Bihar CM for 8th time, after he announced a new "grand alliance" with Tejashwi Yadav's RJD & other opposition parties pic.twitter.com/btHWJURsul

    — ANI (@ANI) August 10, 2022 " class="align-text-top noRightClick twitterSection" data=" ">

ଗତକାଲି ନୀତିଶ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଓହରି ଯିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ପରେ ସେ ମହାଗଠବନ୍ଧନ (ମହାମେଣ୍ଟ)ର ନେତା ଭାବେ ନିର୍ବାଚିତ ହେବା ସହ ତାଙ୍କ ସହ ମହାମେଣ୍ଟର 7 ସହଯୋଗୀ ଦଳଙ୍କ ମୋଟ 164 ବିଧାୟକଙ୍କ ସମର୍ଥନ ରହିଥିବା ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ଆଜି ତାଙ୍କୁ ରାଜ୍ୟପାଳ ଫଗୁ ଚୌହାନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ତେଜସ୍ବୀ ନୀତିଶଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଆଜି କେବଳ ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଶପଥ ଗ୍ରହଣ କରିଛନ୍ତି । ପରେ କ୍ୟାବିନେଟ ସମ୍ପ୍ରସାରଣ ହେବା ସହ ଅନ୍ଯ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଆଜି ଆୟୋଜିତ ଶପଥ ଗ୍ରହଣ ସମାରୋହରେ ତେଜସ୍ବୀ ଯାଦବଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ, ପତ୍ନୀ ଓ ଭାଇ ତେଜ ପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳରେ ତେଜ ପ୍ରତାପଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ସହ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.