ETV Bharat / bharat

ପାକିସ୍ତାନର ରେକର୍ଡ ଭାଙ୍ଗିଲା ବିହାର, ଏକା ସାଙ୍ଗରେ ଉଡିଲା ୭୭ ହଜାର ଜାତୀୟ ପତାକା

author img

By

Published : Apr 23, 2022, 8:07 PM IST

ପାକିସ୍ତାନର ରେକର୍ଡ ଭାଙ୍ଗିଲା ବିହାର, ଏକା ସାଙ୍ଗରେ ଉଡିଲା ୭୭ ହଜାର ଜାତୀୟ ପତାକା
ପାକିସ୍ତାନର ରେକର୍ଡ ଭାଙ୍ଗିଲା ବିହାର, ଏକା ସାଙ୍ଗରେ ଉଡିଲା ୭୭ ହଜାର ଜାତୀୟ ପତାକା

ବୀର କୁନୱର ସିଂହ ବିଜୟୋତ୍ସବ ଅବସରରେ ବିହାର ଜଗଦିଶପୁରରେ ଭାଙ୍ଗିଲା ପାକିସ୍ତାନର ରେକର୍ଡ । ବୀରଭୂମିରେ ଗୋଟିଏ ସମୟରେ ଉଡିଲା ୭୭ ହଜାରରୁ ଅଧିକ ତ୍ରିରଙ୍ଗା । ଅଧିକ ପଢନ୍ତୁ

ପାଟନା: ଏପ୍ରିଲ ୨୩ ତାରିଖ ବା ଆଜିର ଦିନ କେବଳ ବିହାରର ଜଗଦିଶପୁର ନୁହେଁ ବରଂ ସାରା ଦେଶ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦେଶ । ଏହି ଦିବସରେ ବୀର କୁନୱର ସିଂହ ବିଜୟୋତ୍ସବ (Babu Kunwar Singh Vijyotsav) ପାଳନ କରାଯାଏ । ଏହି ଅବସରରେ ବିହାରର ଭୋଜପୁରରେ ଭାଙ୍ଗିଲା ପାକିସ୍ତାନ ରେକର୍ଡ (Pakistan World Record broken in Jagdishpur)। କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହି ରେକର୍ଡ ଭାଙ୍ଗିବାର ସାକ୍ଷୀ ପାଲଟିଛନ୍ତି । ତେବେ ୨୦୧୪ରେ ପାକିସ୍ତାନ ଗୋଟିଏ ସମୟରେ ୫୭ ହଜାର ପାକିସ୍ତାନୀ ଜାତୀୟ ପତାକା ଉଡାଇ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲା ।

ବିହାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ବୀର କୁନୱର ସିଂ ବିଜୟୋତ୍ସବରେ ପହଞ୍ଚିଥିବା ପରେ କେନ୍ଦ୍ର ଗୃହମନ୍ତ୍ରୀ କୁନୱରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତ୍ରିରଙ୍ଗା ପତାକା ଉଡାଇଥିଲେ । ଏହାପରେ ରାଷ୍ଟ୍ରୀୟ ସଙ୍ଗୀତ ଜନ ଗଣ ମନ ଗାନ କରାଯାଇଥିଲା । ଏହି ସମୟରେ ଶାହା କହିଛନ୍ତି ଯେ ଭାରତ ସରକାର ବୀର କୁନୱର ସିଂଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ କରିବେ । ତାଙ୍କର ବୀରଗାଥା ଆଜିର ଯୁବପିଢିଙ୍କ ନିକଟରେ ପହଞ୍ଚିବା ଉଚିତ । ଏହାସହ ଭାରତ ମାତା କି ଜୟ ନାରା ଦେଇଥିଲେ ।

ଏକାସାଙ୍ଗରେ ଉଡାଗଲା ୭୫ ହଜାର ଜାତୀୟ ପତାକା:- ବିହାରର ବିଜେପି ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ଜାୟସୱାଲ କହିଛନ୍ତି ଯେ ବୀର କୁନୱର ସିଂ ବିଜୟୋତ୍ସବ ଅବସରରେ ଭୋଜପୁର ଜଗଦିଶପୁର ଦୁଲୌର ମୈଦାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଏଠାରେ ପ୍ରାୟ ୭୭ ହଜାର ୯୦୦ଟି ଜାତୀୟ ପତାକା ଉଡାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଯୋଗ ଦାନ ପାଇଁ ନିଜ ଚାଟାର୍ଡ ପ୍ଲେନ ଯୋଗେ ପାଟନା ଏୟାରପୋର୍ଟରେ ପହଞ୍ଚିଥିଲେ । ଏହାପରେ ହେଲିକପ୍ଟର ସାହାଯ୍ୟରେ ସେ ଦୁଲୌର ମୈଦାନରେ ପହଞ୍ଚିଥିଲେ । ଏହାପରେ ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରିଥିଲେ ।

ଲକ୍ଷ ଲକ୍ଷ ଲୋକଙ୍କ ସମାଗମ:- ଏହି ବିଜୟ ମହୋତ୍ସବରେ ବୀରଭୂମି ଜଗଦିଶପୁରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଏଥିଲାଗି ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସଭାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ତ୍ରିରଙ୍ଗା ପତାକା ଉଡାଇଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା:- ଏହି ସମୟରେ ଜିଲ୍ଲା ଅଧିକାରୀ ତଥା ପୋଲିସ ଅଧୀକ୍ଷକ ହେଲିପ୍ୟାଡ ନିର୍ମାଣ ସ୍ଥାନ, ସମାରୋହର ସ୍ଥାନ ଏବଂ ଅତିଥିମାନେ ଯିବାକୁ ଥିବା ସମସ୍ତ ସ୍ଥାନ ଉପରେ ନଜର ରଖିଥିଲେ । ଏଥି ସହ ଏସପି ଆଶିଷ ଭାରତୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ନୁହେଁ । ଏଭଳି ପରିସ୍ଥିତିରେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବ୍ୟତୀତ ବହୁ ସଂଖ୍ୟକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ହେବେ । ଡେହରିର ଜାମୁହାରରେ ଅବସ୍ଥିତ ଜିଏନଏସ ୟୁନିଭର୍ସିଟି କ୍ୟାମ୍ପସରେ 800 ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ମଧ୍ୟ କରାଯିବାର ବ୍ୟବସ୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.