ETV Bharat / bharat

ହିମାଚଳ ପ୍ରଦେଶରେ ବିଜୟାଦଶମୀରୁ ସପ୍ତାହେ ବ୍ୟାପି ଦଶହରା ପର୍ବ ଆରମ୍ଭ

author img

By

Published : Oct 26, 2020, 10:51 AM IST

ହିମାଚଳର ପ୍ରଦେଶ କୁଲୁରେ ସପ୍ତାହେ ବ୍ୟାପି ଦଶହରା ପର୍ବ ଆରମ୍ଭ
ହିମାଚଳର ପ୍ରଦେଶ କୁଲୁରେ ସପ୍ତାହେ ବ୍ୟାପି ଦଶହରା ପର୍ବ ଆରମ୍ଭ

ହିମାଚଳ ପ୍ରଦେଶର କୁଲୁ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା ଏଠାରେ ବିଜୟା ଦଶମୀ ଠାରୁ ଆରମ୍ଭ ହୋଇଥାଏ ଦଶହରା। ସାତ ଦିନ ଧରି ଚାଲେ ମା’ ହିଡିମ୍ବାଙ୍କ ଯାତ୍ରା। ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଯାତ୍ରା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ। ଅଧିକ ଖବର ପଢନ୍ତୁ...

କୁଲୁ: ହିମାଚଳ ପ୍ରଦେଶ କୁଲୁରେ ଆରମ୍ଭ ହୋଇଯାଇଛି ଦଶହରା ଉତ୍ସବ। ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ। ରବିବାର ପ୍ରଭୁ ରଘୁନାଥଙ୍କ 'ରଥ ଯାତ୍ରା' ରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ହିମାଚଳ ପ୍ରଦେଶର କୁଲୁ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା ଏଠାରେ ବିଜୟା ଦଶମୀ ଠାରୁ ଆରମ୍ଭ ହୋଇଥାଏ ଦଶହରା। ସାତ ଦିନ ଧରି ଚାଲେ ମା’ ହିଡିମ୍ବାଙ୍କ ଯାତ୍ରା। ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଯାତ୍ରା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ।

ସ୍ଥାନୀୟ ଅଞ୍ଚଳର ଧାମପୁର ପଡିଆକୁ ଫୁଲ ଓ ଲାଇଟରେ ସୁନ୍ଦର ଭାବେ ସଜାଯାଇଥାଏ । ମା’ହିଡିମ୍ବାଙ୍କ ସହ ବିଭିନ୍ନ ଦେବାଦେବୀ ମଧ୍ୟ ଏଠାରେ ପୂଜା ପାଇଥାନ୍ତି । ତେବେ ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପାରମ୍ପାରିକ ପୋଷାକରେ ସଜ୍ଜିତ ହୋଇ ମହିଳାମାନେ ଲୋକ ନୃତ୍ୟ ପରିବେଷଣ କରୁଥିବାବେଳେ ପୁରୁଷମାନେ ଡ୍ରମ୍ ବଜାଉଥିଲେ |

କ୍ୟାବିନେଟ ମନ୍ତ୍ରୀ ତଥା ଦଶହରା ଉତ୍କଳ ସମିତିର ଅଧ୍ୟକ୍ଷ ଗୋବିନ୍ଦ ସିଂ ଠାକୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ପ୍ରଭୁ ରଘୁନାଥଙ୍କ ରଥ ଯାତ୍ରା ପାରମ୍ପାରିକ ଢଙ୍ଗରେ ଚାଲିଛି। ଏହି ପର୍ବ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ କୋରୋନା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି। "

ସେ ଆହୁରି ମଧ୍ୟ କହିଛନ୍ତି ଯେ ରଥଯାତ୍ରା କରୁଥିବା ସମସ୍ତ ପୁରୋହିତ ସାମାଜିକ ଦୂରତା ନୀତି ଅନୁସରଣ କରୁଛନ୍ତି। ଉତ୍ସବର ଅନ୍ୟ ଜଣେ ଆୟୋଜକ କହିଛନ୍ତି ଯେ ଭାଇରସ ବିସ୍ତାର ବିରୁଦ୍ଧରେ ଉପଯୁକ୍ତ ପରିଚାଳନାକୁ ପାଳନ କରି କୋରୋନା ମଧ୍ୟରେ ରବିବାର ଦିନ ଏହି ଯାତ୍ରା ସୁରୁଖୁରୁରେ ଆରମ୍ଭ କରାଯାଇଥିଲା।

ମହାମାରୀ କାରଣରୁ ଚଳିତ ବର୍ଷ ଦଶହରା ଉତ୍ସବଗୁଡିକ କମ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ପୂର୍ବ ବର୍ଷ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ଖୁବ୍ ନଗଣ୍ୟ। ତଥାପି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତି COVID-19 ପରୀକ୍ଷା ଦେଇଛନ୍ତି ଏବଂ ସାମାଜିକ ଦୂରତା ଅନୁସରଣ କରୁଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.