ETV Bharat / bharat

‘ବର୍ଷକରେ ଭାରତ ପ୍ରସ୍ତୁତ କରିବ କୋରୋନା ଟୀକା’

author img

By

Published : May 30, 2020, 10:15 AM IST

Virus vaccine
କୋରୋନା ଟିକା

ବିଶ୍ବର ଅନେକ ଦେଶ କୋରୋନା ଟୀକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି। କିଏ କୋରୋନା ଟିକାରେ ଜିତିବ, ଏହା ସମୟ ଆସିଲେ ଜଣା ପଡିବ କିନ୍ତୁ ଭାରତ କହିଛି ଯେ ଗୋଟିଏ ବର୍ଷ ମଧ୍ୟରେ ଏହି ଟିକା ପ୍ରସ୍ତୁତ କରିବ।

ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶ କୋରୋନା ଟୀକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି। କିଏ କୋରୋନା ଟୀକାରେ ଜିତିବ, ଏହା ସମୟ ଆସିଲେ ଜଣାପଡିବ କିନ୍ତୁ ଭାରତ କହିଛି ଯେ ଗୋଟିଏ ବର୍ଷ ମଧ୍ୟରେ ଏହି ଟିକା ପ୍ରସ୍ତୁତ କରିବ। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ୍ କହିଛନ୍ତି ଯେ ଏହି ଟୀକା ତିଆରି କରିବାକୁ 10 ବର୍ଷ ଲାଗିଥାଏ, ତେବେ ଏହାକୁ ଗୋଟିଏ ବର୍ଷ ମଧ୍ୟରେ କରିବା ଆମର ପ୍ରୟାସ। ଭାରତରେ କୋରୋନା ଟିକା ତିଆରି କରିବାରେ 30 ଟି ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ରାଘବନ୍ କହିଛନ୍ତି ଯେ ସମସ୍ତ 30 ଟି କମ୍ପାନୀ ଭଲ ଗତିରେ କାମ କରୁଛନ୍ତି।

ସେ କହିଛନ୍ତି ଯେ ଟୀକା ତିଆରି କରିବାକୁ ସାଧାରଣତ 10 ରୁ 15 ବର୍ଷ ଲାଗେ ଏବଂ ଏହାକୁ ତିଆରି କରିବା ପାଇଁ 200 ମିଲିୟନ୍ ଡଲାର ଖର୍ଚ୍ଚ ହୋଇଥାଏ । ଏହି ଟୀକା କାମ କରିବ କି ନାହିଁ ତାହା ମଧ୍ୟ ନିଶ୍ଚିତ ହୋଇନାହିଁ। ଏହାର କେତେ ପ୍ରଭାବ ପଡିବ, ରୋଗୀଙ୍କୁ କେତେ ମାତ୍ରାରେ ଦେବାକୁ ପଡିବ, ଏହା ପରେ ଜଣାପଡିବ ।

ସେ କହିଛନ୍ତି ଯେ ବିଶ୍ବର ସର୍ବୋଚ୍ଚ ଟିକା ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତ ରହିଛି। ଭାରତୀୟ କମ୍ପାନୀମାନେ ଏହାକୁ ତିଆରି କରିବା ଆରମ୍ଭ କରିବେ । ପ୍ରଥମ ଟୀକା ଆସିବା ମାତ୍ରେ ଏହା ଭାରତୀୟମାନଙ୍କୁ ଦିଆଯିବ । ସେ କହିଛନ୍ତି ଯେ ଟୀକା ତିଆରି କରିବା ଅତ୍ୟନ୍ତ କଠିନ ପରିଶ୍ରମ। ଏହା ଏକ ଡିଜିଟାଲ୍ ପ୍ରକ୍ରିୟା ନୁହେଁ, ଏହା ଏକ ଲମ୍ବା ପ୍ରକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.