ETV Bharat / bharat

ବାହାଘର ନିଶା: ଆଣ୍ଠୁଏ ପାଣିରେ ପଶି ବରଯାତ୍ରୀଙ୍କ ସହ ବାହା ହେବାକୁ ଗଲା ବର

author img

By

Published : Aug 5, 2020, 8:29 PM IST

ଆଣ୍ଠୁଏ ପାଣିରେ ପଶି ବିବାହ ପାଇଁ ଗଲା ବର
ଆଣ୍ଠୁଏ ପାଣିରେ ପଶି ବିବାହ ପାଇଁ ଗଲା ବର

ବିବାହ ଦିନ ବରଯାତ୍ରୀ ଆଣ୍ଠୁଏ ପାଣି ଦେଇ ଝିଅ ଘରକୁ ଆସିଥିଲେ । ପାଣି ଦେଖି ପ୍ରଥମେ ବର ଏବଂ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ବର କାର ଛାଡି ବନ୍ୟା ଜଳରେ ଚାଲିଚାଲି ଝିଅ ଘରେ ପହଞ୍ଚିଥିଲେ।

ପାଟନା : ବନ୍ୟାରେ ବଞ୍ଚିବା ସହ ଉତ୍ସବ ପାଳନ କରିବାର କଳା ମଧ୍ୟ ଶିଖିଗଲେଣି ଉତ୍ତର ବିହାରର ଲୋକମାନେ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁଜାଫରପୁରର ସାକରା ବ୍ଲକରେ । ଏଠାରେ ବନ୍ୟାକୁ ବେଖାତିର କରି ବର ବିବାହ ପାଇଁ ବରଯାତ୍ରୀଙ୍କୁ ସାଥିରେ ନେଇ ଯାଇଛି । ଏହି ଅନନ୍ୟ ବିବାହର ସାକ୍ଷୀ ହେବାକୁ ଗ୍ରାମବାସୀ ରାସ୍ତାରେ ଏକାଠି ହୋଇଥିଲେ। ଏହି ବରଯାତ୍ରୀ ସାମସ୍ତିପୁରର ତାଜପୁର ପୋଲିସ ଷ୍ଟେସନର ମୁସାପୁର ଗ୍ରାମରୁ ସାକରର ଭଟାଣ୍ଡି ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା ।

ସୂଚନା ମୁତାବକ, ମୁସାପୁରର ଏକବାଲଙ୍କ ପୁଅ ମୋ ହସନ ରାଜାଙ୍କ ବିବାହ ସକରାର ଭଥାଣ୍ଡି ଗାଁର ମାଜଦା ଖାତୁନଙ୍କ ସହ ପୂର୍ବରୁ ଠିକ ହୋଇଥିଲା । ସେପଟେ ମୁରୁଲର ମହମ୍ମଦପୁର କୋଟିରେ ଥିବା ତିରୁହାଟ କେନାଲର ଡ୍ୟାମ ଭାଙ୍ଗିବା କାରଣରୁ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୁଅ ପକ୍ଷ ବିବାହ ପୂର୍ବରୁ ନିର୍ଦ୍ଧାରିତ ତାରିଖରେ ହିଁ କରିବାକୁ ଜିଦ୍ ଧରିଥିଲେ । ବରର ଘର ଆସିବା ଏବଂ ଯିବା ସମସ୍ୟା ବିଷୟରେ ଝିଅଘର ପକ୍ଷ କହିଥିଲେ । କିନ୍ତୁ ପୁଅର ଜିଦ୍ ଆଗରେ ସେମାନଙ୍କୁ ନଇଁବାକୁ ପଡିଥିଲା ।

ଆଣ୍ଠୁଏ ପାଣିରେ ପଶି ବିବାହ ପାଇଁ ଗଲା ବର

ବିବାହ ଦିନ ବରଯାତ୍ରୀ ଆଣ୍ଠୁଏ ପାଣି ଦେଇ ଝିଅ ଘରକୁ ଆସିଥିଲେ । ପାଣି ଦେଖି ପ୍ରଥମେ ବର ଏବଂ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପରେ ବର କାର ଛାଡି ବନ୍ୟା ଜଳରେ ଚାଲିଚାଲି ଝିଅ ଘରେ ପହଞ୍ଚିଥିଲେ। ଅନେକ ସ୍ଥାନରେ ଆଣ୍ଠୁ ଉପରେ ମଧ୍ୟ ପାଣି ଥିଲା । ଏହା ପରେ ରୀତିନୀତି ସହ ବିବାହ ସମ୍ପନ୍ନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.