ETV Bharat / bharat

ଘରୋଇ କମ୍ପାନୀ ହାତରେ 3 ପ୍ରମୁଖ ବିମାନ ବନ୍ଦର, କଣ ହେବ ପରିବର୍ତ୍ତନ?

author img

By

Published : Aug 21, 2020, 8:24 PM IST

ଦେଶର 3 ଟି ପ୍ରମୁଖ ବିମାନ ବନ୍ଦର ଏବେ ପରିଚାଳନା ବିକାଶ ଭିତ୍ତିଭୂମି କରିବ ଘରୋଇ କମ୍ପାନି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ । ଯାତ୍ରୀଙ୍କ ପାଇଁ କଣ ଆସିବ ସମସ୍ୟା । କଣ ହେବ ପରିବର୍ତ୍ତନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

airport ppe model
airport ppe model

ନୂଆଦିଲ୍ଲୀ: ଗତ ମେ ମାସରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଭାରତ ଅଭିଯାନ ଘୋଷଣା କରିଥିଲେ । ଏହାର ଅନ୍ତର୍ଗତ ଦେଶର ବିଭିନ୍ନ ସେକ୍ଟରକୁ ଋଣ ଦେଇ ସରକାର ଆତ୍ମନିର୍ଭର କରାଇବା ପାଇଁ ପ୍ରୟାସ କରୁଛନ୍ତି । ସେହିପରି କିଛି ସେକ୍ଟରକୁ ଘରୋଇ କରଣ କରି ମଧ୍ୟ ଆତ୍ମନିର୍ଭର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଯେଉଁଥିରେ ଏଭିଏସନ ବା ବିମାନ ଚଳାଚଳ ବିଭାଗ ଆସୁଛି । ସରକାରଙ୍କ ଆତ୍ମନିର୍ଭର ଭାରତ ମିଶନ ଅନ୍ତର୍ଗତ ବର୍ତ୍ତମାନ ଦେଶର 3 ଟି ପ୍ରମୁଖ ବିମାନ ବନ୍ଦରକୁ ଘରୋଇ କରଣ ବା (ପିପିପି) ମୋଡ କରାଯାଇଛି । ଏହି 3 ଟି ବିମାନ ବନ୍ଦର ହେଉଛି ଜୟପୁର, ଗୌହାଟି ଓ ଥିରୁବନନ୍ତମପୁରମ । ଏହା ଏବେ 50 ବର୍ଷ ପାଇଁ ଘରୋଇ କମ୍ପାନୀ ହାତକୁ ଚାଲିଯାଇଛି ।

ସୂଚନାଯୋଗ୍ୟଯେ ବର୍ତ୍ତମାନ ଏହି 3 ଟି ବିମାନ ବନ୍ଦର ଆଦାନୀ ଏଣ୍ଟପ୍ରାଇଜେସ ଲିମିଟେଡ ଅଧିନକୁ ଚାଲିଯାଇଛି । ଯାହା ଟେଣ୍ଡର ମାଧ୍ୟମରେ କମ୍ପାନୀ ପାଇଛି । କିନ୍ତୁ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ ।

କଣ ରହିଛି ଉଦ୍ଦେଶ୍ୟ ?

ପିପିପି ମୋଡ ଅର୍ଥ ସମ୍ପୂର୍ଣ୍ଣ ଭାବେ ଏହା ଘରୋଇ କରଣ ନୁହେଁ । ଏଥିରେ କେନ୍ଦ୍ର ସରକାରଙ୍କ ଅଧିନସ୍ତ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ବା (ଡିଜିସିଏ) ର ସହଭାଗୀତା ରହିବ । ଏହାର ଅର୍ଥ 50 ବର୍ଷ ପାଇଁ ଏହି 3 ଟି ବିମାନ ବନ୍ଦରକୁ ଲିଜ ଆକାରରେ ଦିଆଯାଇଛି । 50 ବର୍ଷ ପରେ ଏହି 3 ଟି ବିମାନ ବନ୍ଦର ପୁଣିଥରେ ସମ୍ପୂର୍ଣ୍ଣ ଭାବେ (ଡିଜିସିଏ) ଅଧିନକୁ ଆସିଯିବ ।

କଣ ହେବ ପରିବର୍ତ୍ତନ?

ଏହି 3 ଟି ବିମାନ ବନ୍ଦର ପିପିପି ମୋଡକୁ ଯିବା ପରେ ଏହାର ଭିତ୍ତିଭୂମି, ପରିଚାଳନା, ବିକାଶ ସମ୍ପୂର୍ଣ୍ଣ ଭାବେ ଅଧିକୃତ କମ୍ପାନୀ କରିବ । ଏଥିରେ ସରକାରଙ୍କ କୌଣସି ଦାୟିତ୍ବ ରହିବ ନାହିଁ । ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ ଆବଶ୍ୟକ ବ୍ୟବସ୍ଥା ପାର୍କିଙ୍ଗ, ଖାଦ୍ୟ ପାନୀୟ, ସ୍ବଚ୍ଛତା ମେଡିକାଲ , ବିମାନ ପରିଚାଳନ ସମସ୍ତ କାର୍ଯ୍ୟ କମ୍ପାନୀ କରିବ । ସମ୍ପୂର୍ଣ୍ଣ ଭାବେ ବିମାନ ପରିଚାଳନା ସହ ଜଡିତ ସମସ୍ତ କାର୍ଯ୍ୟ କମ୍ପାନୀ କରିବେ ।

କିନ୍ତୁ ଏଠି ବିଭିନ୍ନ ବର୍ଗର ଲୋକ , ରାଜନେତା, ଯାତ୍ରୀ ଆଶଙ୍କା କରୁଛନ୍ତିଯେ ଏହା ଯାତ୍ରୀଙ୍କ ପାଇଁ ସମସ୍ୟା ହେବ । କମ୍ପାନୀ ମନ ଇଛା ବିମାନ ଟିକେଟ ଦର ବୃଦ୍ଧି କରିବ । ଖାଦ୍ୟ ଅତ୍ୟାଧୁନିକ ସେବା ପାର୍କିଙ୍ଗ ଦର ବୃଦ୍ଧି ପାଇବ । ଯାହା ଫଳରେ ଯାତ୍ରୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ।

ସେପଟେ ସରକାର ସ୍ପଷ୍ଟ କରିଛନ୍ତି ଯାତ୍ରୀଙ୍କ କୌଣସି ସମସ୍ୟା ହେବ ନାହିଁ । ଦର ବୃଦ୍ଧି ମଧ୍ୟ ନିୟମ ଅନୁସାରେ ବଢିବ ଖସିବ । ଯାତ୍ରୀଙ୍କ ସୁବିଧା ସୁଯୋଗ ଆହୁରି ଉନ୍ନତ ମାନର ହେବ । ସରକାରଙ୍କ ରାଜସ୍ବ ବୃଦ୍ଧି ହେବ ।

କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ କିନ୍ତୁ ଯୋରଦାର ବିରୋଧ କରୁଛନ୍ତି କେରଳ ସରକାର । ତୁରନ୍ତ ନିଷ୍ପତି ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କୁ ଗୁରୁବାର ମଧ୍ୟ ଚିଠି ଲେଖି ନିଜ ଅଭିଯୋଗ ଓ ଆଶଙ୍କା ଦୋହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.